ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଭାରତ କଥା–୫

ମହାଭାରତ କଥା–୫

ଆତ୍ମହତ୍ୟା କରିବି ଆତ୍ମହତ୍ୟା କରିବି ବୋଲି ଦୁର୍ଯ୍ୟୋଧନ ପିତାଙ୍କୁ କାହିଁକି କହିଲେ

ଗୁପ୍ତଚର ଦ୍ବାରା ରାଜା ଦ୍ରୁପଦ ସବୁ ଘଟଣା ଜାଣିପାରି ପାଣ୍ଡବମାନଙ୍କୁ ନିଜ ପ୍ରସାଦକୁ ନିମନ୍ତ୍ରଣ କରି ସେଠାରେ ରଖାଇଲେ । ଇତିମଧ୍ୟରେ ପାଣ୍ଡବମାନେ ବଞ୍ଚିଛନ୍ତି ଏବଂ ପାଞ୍ଚାଳ ରାଜାଙ୍କର ଅତିଥି ହୋଇ ରହିଛନ୍ତି ବୋଲି ଜାଣି ଭୀଷ୍ମ ଧୃତରାଷ୍ଟ୍ରଙ୍କୁ ସମସ୍ତ କଥା ଜଣାଇ ନିଜେ ରଥରେ ଯାଇ ଦ୍ରୌପଦୀଙ୍କ ସହିତ ସେମାନଙ୍କୁ ସସମ୍ମାନରେ ହସ୍ତିନାପୁରକୁ ନେଇ ଆସିଲେ । ତାଙ୍କର ଜ୍ଯେଷ୍ଠପୁତ୍ର ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ମାରି ଦେବାକୁ ବାରମ୍ବାର ଉଦ୍ଯତ ହେଉଥିବା ଜାଣି ଧୃତରାଷ୍ଟ୍ର ଭୀଷ୍ମଙ୍କ ସହିତ ପରାମର୍ଶ କରି ତାଙ୍କ ରାଜ୍ୟକୁ ଦୁଇଭାଗ କରିଦେଇ ପାଣ୍ଡବମାନଙ୍କୁ ଅର୍ଦ୍ଧେକ ଭାଗ ପ୍ରଦାନ କରି ଇନ୍ଦ୍ରପ୍ରସ୍ଥକୁ ପଠାଇଦେଲେ । ପାଣ୍ଡବମାନେ ହସ୍ତିନାପୁରରୁ ଯାଇ ଇନ୍ଦ୍ରପ୍ରସ୍ଥ ନଗରୀରେ ସପରିବାର ରହିବାକୁ ଲାଗିଲେ । ସେଠାରେ ସୁଖ ସମୃଦ୍ଧି ମଧ୍ୟରେ ଥାଇ ଯୁଧିଷ୍ଠିର ଏକ ରାଜସୂୟ ଯଜ୍ଞକରିଥିଲେ । ଯେଉଁଥିରେ ଅନେକ ଋଷିମୁନି ଓ ମାନ୍ଯଗଣ୍ଯ ରାଜା ଯୋଗ ଦେଇଥିଲେ ଏବଂ ବ୍ରାହ୍ମଣମାନଙ୍କୁ ଅନେକ ଧନରତ୍ନ ଦାନ କରାଯାଇଥିଲା । ଏସବୁ କଥା ଗୁପ୍ତଚର ଦ୍ବାରା ଦୁର୍ଯ୍ୟୋଧନର କର୍ଣ୍ଣଗୋଚର ହୁଅନ୍ତେ ସେ ଆହୁରି ଅଧିକ ଈର୍ଷାନ୍ବିତ ହୋଇ ପଡିଥିଲା ଏବଂ କିପରି ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟରୁ ବିତାଡିତ କରିବ, ଏଥିରେ ତାର କୁଚକ୍ରୀ ମାମୁଁ ଶକୁନି ସହିତ ମନ୍ତ୍ରଣା କରିଥିଲା । ଶକୁନି ଜଣେ ଖଳ ପ୍ରକୃତିର ବ୍ଯକ୍ତି ଥିଲେ । ସେ କହିଲେ, ଯୁଧିଷ୍ଠିର ଖୁବ୍ ପଶାଖେଳପ୍ରିୟ । କିପରି କପଟ କୌଶଳ ପ୍ରୟୋଗ କରି ପଶାଖେଳରେ ଜିତିବାକୁ ହୁଏ, ସେଇ ବିଦ୍ଯାଟି ମୋତେ ଖୁବ୍ ଭଲ ଭାବରେ ଜଣାଅଛି । ସୁତରାଂ ଏକ ପଶାଖେଳର ଆୟୋଜନ କରି ତୁମ ପିତାଙ୍କର ଅନୁମତି ନେଇ ପାଣ୍ଡବମାନଙ୍କୁ ନିମନ୍ତ୍ରଣ କର ।

       ଏହାପରେ ଦୁର୍ଯ୍ୟୋଧନ ଓ ଶକୁନି ଦୁହେଁ ଯାଇ ରାଜା ଧୃତରାଷ୍ଟ୍ରଙ୍କ ନିକଟରେ ପହଞ୍ଚିଲେ ।ଶକୁନି ରାଜାଙ୍କୁ ସମ୍ଵୋଧନ କରି କହିଲେ, ହେ ରାଜନ୍ , ତୁମର ପ୍ରିୟ ପୁତ୍ର ଦୁର୍ଯ୍ୟୋଧନ ଯୁଧିଷ୍ଠିରଙ୍କର ରାଜସୂୟ ଯଜ୍ଞର ବିବରଣୀ ଶୁଣି ଘୋର ବିଷାଦଗ୍ରସ୍ତ ଅବସ୍ଥାରେ ରହିଛି । ପାଣ୍ଡବମାନଙ୍କର ସୁଖସମୃଦ୍ଧି ହିଁ ତୁମ ପୁତ୍ରର ଅଶାନ୍ତିର କାରଣ ବୋଲି ଜାଣ । ଏକ ପଶାଖେଳରେ ସେମାନଙ୍କୁ ହରାଇ ସେମାନଙ୍କର ସମସ୍ତ ଐଶ୍ୱର୍ଯ୍ୟ ଓ ବିଭବ ଲୋପ କରିଦେବା ପାଇଁ ସେ ଚାହୁଁଛି । ତେଣୁ ଏକ ପଶାଖେଳର ଆୟୋଜନ କରିବା ପାଇଁ ଆପଣ ଅନୁମତି ଦିଅନ୍ତୁ । ଏହା ଶୁଣି ସାରିବା ପରେ ଅନ୍ଧରାଜା କହିଲେ, ବର୍ତ୍ତମାନ ତୁମେ ଯାହା କହିଲ ସେ ସମ୍ପର୍କରେ ବିଚାର କରିବାକୁ ଵିଦୁର ସହିତ ପରାମର୍ଶ କରି ଯାହାକିଛି ନିଷ୍ପତ୍ତି ଗ୍ରହଣ କରିବି । ଏତିକିବେଳେ ଦୁର୍ଯ୍ୟୋଧନ କ୍ରୋଧାନ୍ବିତ ହୋଇ କହିଉଠିଲା, ହେ ପିତା, ତୁମେ ଯାହାଙ୍କ ସହିତ ପରାମର୍ଶ କରିବାକୁ ଯାଉଛ, ସେ ମୋତେ ଆଦୌ ସ୍ନେହ କରନ୍ତି ନାହିଁ । ସେ ପାଣ୍ଡବମାନଙ୍କୁ ଖୁବ୍ ଭଲପାନ୍ତି । ପଶାଖେଳ କରିବା ପାଇଁ ସେ ଆଦୌ ରାଜି ହେବେ ନାହିଁ । ଆଉ ଆପଣ ଯଦି ଏଥିଲାଗି ଅନୁମତି ନ ଦେବେ , ତା’ ହେଲେ ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି । ଧୃତରାଷ୍ଟ୍ର ଜନ୍ମାନ୍ଧ ଥିବା ସହିତ ପୁତ୍ରମୋହରେ ମଧ୍ୟ ଅନ୍ଧ ଥିଲେ । ସେ ଦୁର୍ଯ୍ୟୋଧନ ମୁହଁରୁ ଆତ୍ମହତ୍ୟା କଥା ଶୁଣି ବିଚଳିତ ହୋଇ ପଡିଲେ ଏବଂ ପଶାଖେଳରେ ଵସିବା ପାଇଁ ପାଣ୍ଡବମାନଙ୍କୁ ଡାକି ଆଣିବା ସକାଶେ ବିଦୁରଙ୍କୁ ତତକ୍ଷଣାତ୍ ଆଦେଶ ଦେଲେ । ବିଦୁର ଏହା ଶୁଣି ଧୃତରାଷ୍ଟ୍ରଙ୍କୁ କହିଲେ, ହେ ଭ୍ରାତ, ତୁମେ ଏପରି ଏକ ଖେଳ ପାଇଁ ଅନୁମତି ଦେଇ ମସ୍ତବଡ଼ ଭୁଲ କାମ କରିବାକୁ ଯାଉଛ, ଯାହାକି ଆମମାନଙ୍କର କୁଳନାଶର ଏକ କାରଣ ହେବ । ଦୁର୍ଯ୍ୟୋଧନ ରାଗିଯାଇ ତଳେ ପାଦ କଚାଡିବାରେ ଲାଗିଥାଏ ଏବଂ ମୁଁ ଆତ୍ମହତ୍ୟା କରିବି, ମୁଁ ଆତ୍ମହତ୍ୟା କରିବି ଵୋଲି ଚିତ୍କାର କରୁଥାଏ । ଧୃତରାଷ୍ଟ୍ର ବିଦୁରଙ୍କ କଥା ପ୍ରତି କର୍ଣ୍ଣପାତ ନ କରି ଆଦେଶ ଦେଲେ , ତୁମେ ଏଇ ମୁହୂର୍ତ୍ତରେ ଯାଇ ପାଣ୍ଡବମାନଙ୍କୁ ପଶାଖେଳିବା ପାଇଁ ଡାକି ଆଣ ।

       ଜ୍ଯେଷ୍ଠଭ୍ରାତାଙ୍କର ଆଦେଶ ପାଳନ କରି ବିଦୁର ଭଗ୍ନ ହୃଦୟରେ ଯାଇ ପହଞ୍ଚିଲେ ଇନ୍ଦ୍ରପ୍ରସ୍ଥ ନଗରୀରେ ଏବଂ ପଶାଖେଳରେ ଯୋଗଦେବା ପାଇଁ ଧୃତରାଷ୍ଟ୍ରଙ୍କ ଆଦେଶ କଥା ପାଣ୍ଡବମାନଙ୍କୁ ଜଣାଇଲେ । ଯୁଧିଷ୍ଠିର ତାଙ୍କ ପିତୃବ୍ଯ ଧୃତରାଷ୍ଟ୍ରଙ୍କୁ ଖୁବ୍ ଭକ୍ତି କରୁଥିଲେ । ତେଣୁ ତାଙ୍କ ଆଦେଶକୁ ଅମାନ୍ୟ ନ କରି ସେ ଦ୍ରୌପଦୀ ଓ ଅନ୍ଯ ଭାଇମାନଙ୍କ ସହିତ ଆସି ହସ୍ତିନାପୁରେ ଦ୍ଯୁତକ୍ରୀଡା ସ୍ଥଳରେ ପହଞ୍ଚିଲେ । ସେମାନଙ୍କୁ ଦେଖି ଦୁର୍ଯ୍ୟୋଧନ ଘୋଷଣା କରି କହି ଉଠିଲା, ମୋ ପକ୍ଷରୁ ମୋର ମାମୁଁ ଶକୁନି ଖେଳରେ ବସିବେ । ଏପରି ଏକ ଅନୈତିକ ପଶାଖେଳର ଆଦୌ ପକ୍ଷପାତୀ ନ ଥିବା ପିତାମହ ଭୀଷ୍ମ ଏବଂ ବିଦୁରଙ୍କ ଛଡା ଦ୍ରୋଣ, କୃପ ଓ କର୍ଣ୍ଣ ଆଦି ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଓ ସଭାସଦଗଣ ସେଠାରେ ଉପସ୍ଥିତ ରହିଥାନ୍ତି । ଶକୁନିଙ୍କ ସହିତ ଖେଳରେ ବସି ଯୁଧିଷ୍ଠିର ପ୍ରତ୍ୟେକ ପାଳିରେ ହାରିଯିବାରେ ଲାଗିଲେ ଏବଂ ଖେଳରେ ସର୍ବସ୍ବାନ୍ତ ହୋଇ ଶେଷରେ ସେମାନଙ୍କର ଧର୍ମପତ୍ନୀ ପ୍ରାଣପ୍ରିୟା ଦ୍ରୌପଦୀଙ୍କୁ ମଧ୍ୟ ହରାଇ ବସିଲେ । ପଶାକାଠି ଚାଳନାରେ କପଟ କୌଶଳ ପ୍ରୟୋଗ କରି ଶକୁନି ଯୁଧିଷ୍ଠିରଙ୍କୁ ହରାଇଦେଇ ଅପଦସ୍ଥ କଲେ । ଦୁର୍ଯ୍ୟୋଧନ ଆନନ୍ଦରେ ଉଲ୍ଲସିତ ହୋଇ ତା’ ତଳ ସାନଭାଇ ଦୁଃଶାସନକୁ ଆଦେଶ ଦେଲା ରାଜମହଲକୁ ଯାଇ ଦ୍ରୌପଦୀଙ୍କ ଚୁଟି ଧରି ସଭାକକ୍ଷକୁ ଟାଣି ଆଣିବା ଲାଗି । ଦୁର୍ଯ୍ୟୋଧନର ଆଦେଶ ପାଳନ କରି ଦୁଃଶାସନ ଏପରି କରିବାକୁ ଉଦ୍ଯତ ହେଉଥିବା ଦେଖି ଦ୍ରୌପଦୀ କାତର ହୋଇ ବଡ଼ ମା’ ଗାନ୍ଧାରୀଙ୍କ ଆଶ୍ରୟ ନେବାକୁ ଧାଇଁ ଯାଇଥିଲେ । କିନ୍ତୁ ଦୁଃଶାସନ ସେଠାରେ ପହଞ୍ଚି ବଳ ପ୍ରୟୋଗ ପୂର୍ଵକ ଦ୍ରୌପଦୀଙ୍କ କେଶ ଧରି ଘୋଷାରି ଘୋଷାରି ଆଣି ସଭାଗୃହରେ ପହଞ୍ଚାଇଲା । ସେଠାରେ ସର୍ବସମକ୍ଷରେ ଦ୍ରୌପଦୀଙ୍କୁ ବିବସ୍ତ୍ର କରିବାକୁ ଦୁର୍ଯ୍ୟୋଧନ ଆଦେଶ ଦେଲା । ସଭାରେ ଉପସ୍ଥିତ ଥିବା କେହି ଜଣେ ହେଲେ ପ୍ରତିବାଦ କଲେ ନାହିଁ । ଦୁଃଶାସନ ଦ୍ରୌପଦୀଙ୍କ ଶରୀରରୁ ବସ୍ତ୍ର କାଢିବାକୁ ଉଦ୍ଯତ ହେଉଥିବା ଦେଖି ଦ୍ରୌପଦୀ ଚିତ୍କାର କରି ତାଙ୍କୁ ରକ୍ଷା କରିବା ଲାଗି ପତିମାନଙ୍କୁ ଡାକିଥିଲେ । କିନ୍ତୁ ପାଞ୍ଚଭାଇ ନତମସ୍ତକ ହୋଇ ବସି ରହିବାରୁ ଦ୍ରୌପଦୀ ଅସହାୟ ଅବସ୍ଥାରେ କାନ୍ଦି କାନ୍ଦି ଉପରକୁ ଦୁଇ ବାହୁ ତୋଳି ଡାକି ଛାଡିଲେ, ହେ ଗୋବିନ୍ଦ ମୋତେ ରକ୍ଷା କର, ମୋର ନାରୀତ୍ବ ବଞ୍ଚାଅ । ଏତିକିବେଳେ ଏକ ଅଲୌକିକ ଘଟଣା ଘଟିଲା । ଶୂନ୍ୟରୁ ଅବିଚ୍ଛିନ୍ନ ଭାବରେ ବସ୍ତ୍ରମାନ ଖସିଆସି ଦ୍ରୌପଦୀଙ୍କ ଶରୀରରେ ଗୁଡେ଼ଇ ହୋଇଯିବାକୁ ଲାଗିଲା । ଦୁଃଶାସନ ଶାଢି ଟାଣି ଟାଣି ଥକି ପଡିଲା । ସେଠାରେ ପାହାଡ ପରି ବସ୍ତ୍ର ହୋଇଗଲା । ଦ୍ରୌପଦୀଙ୍କୁ ବିବସ୍ତ୍ର କରି ପାଣ୍ଡବମାନଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟ ଦୁର୍ଯ୍ୟୋଧନର ପଣ୍ଡ ହୋଇଗଲା । ଏତିକିବେଳେ କ୍ରୋଧରେ ଜର୍ଜରିତ ହୋଇ ଭୀମ ଗର୍ଜନ କରି କହିଉଠିଲେ, ” ଆରେ ପାପୀ ଦୁର୍ଯ୍ୟୋଧନ, ତୋର ମରଣ ବେଳ ପାଖେଇ ଆସିଲା । ଆଗାମୀ ଦିନରେ ଯଦି ହୁଏ, ତା’ ହେଲେ ମୁଁ ଦୁଃଶାସନର ଛାତି ଫାଡି ରକ୍ତ ପିଇବି ଓ ମୋ ଗଦାରେ ତୋର ଉରୁ ଭଙ୍ଗ କରି ତୋତେ ଧରାଶାୟୀ କରି ଯମପୁରକୁ ପଠାଇବି । ମୋ ପ୍ରତିଜ୍ଞା ଅନ୍ଯଥା ହେବ ନାହିଁ । ” ଏହି ସମୟରେ ଭୀଷ୍ମ ଧାଇଁ ଆସି ଧୃତରାଷ୍ଟ୍ରଙ୍କୁ ସମ୍ବୋଧନ କରି କହିଲେ, ହେ ଅନ୍ଧରାଜା , ତୁମେ ତୁମର କୁଳାଙ୍ଗାର ପୁତ୍ରମାନଙ୍କୁ ଏପରି ଅନୈତିକ କାର୍ଯ୍ୟ କରିବାକୁ ପ୍ରଶୟ ଦେଇ କୁଳନାଶ ଘଟଣାକୁ ଡାକି ଆଣୁଛ । ପାଣ୍ଡବମାନେ ପଶାଖେଳରେ ହାରିଯାଇଥିବା ସବୁକିଛି ତୁରନ୍ତ ଫେରାଇ ଦେଇ ସେମାନଙ୍କୁ ମୁକ୍ତ କର ।

        କ୍ରମଶଃ….

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ–ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ଵର

Related posts

କବିତା ସାହୁ ଙ୍କ କବିତା /  କୁହୁଡି

Sunil Chandra Nayak

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠରେ ବୃକ୍ଷରୋପଣ

Sunil Chandra Nayak

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort