ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ, ପଞ୍ଚାୟତ ର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା

କୋକସରା,୨୭/୬-( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ରେ ସୋମବାର ପଞ୍ଚାୟତ ସ୍ତରୀୟ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମସଭା ରେ ଲଡୁଗାଁ ସରପଞ୍ଚ ନକୁଳ ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଯୋଗଦେଇ ଆନୁଷ୍ଠାନିକ ଭାବେ ଗ୍ରାମସଭା ଉଦଘାଟନ କରିବା ସହ ଗ୍ରାମସଭା ହେଉଛି ପଞ୍ଚାୟତ ର ଜନତା ଙ୍କ ପାଇଁ, ସେମାନେ ତାଙ୍କର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ଏହି ସଭା ମାଧ୍ୟମରେ ପ୍ରଶାସନ ନିକଟରେ ସମସ୍ୟା ଉପସ୍ଥାପନ କରିପାରିବେ ବୋଳି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ, ସଚେତନ ନାଗରିକ ଅଶୋକ ଅଗ୍ରୱାଲ ନାଏବ ସରପଞ୍ଚ ଶୋଭାଙ୍ଗିନୀ ଚଣ୍ଡି ମଞ୍ଚ ରେ ଉପସ୍ଥିତ ରହି ଲଡୁଗାଁ ପଞ୍ଚାୟତରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ନିଜର ମତାମତ ରଖିବା ସହ ଲଡୁଗାଁ ଗ୍ରାମ ପଞ୍ଚାୟତ ର ବିକାଶ ଓ ଉନ୍ନୟନ ପାଇଁ ଆଗାମୀ ଦିନରେ ତତ୍ପର ରହି କାର୍ଯ୍ୟ କରିବେ ବୋଳି କହିଥିଲେ। ଏହି ଗ୍ରାମସଭା ରେ ଲଡୁଗାଁ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ପୁରୁଷ ହିତାଧିକାରୀ ଓ ଜନସାଧାରଣ ଉପସ୍ଥିତ ରହି ନିଜର ବିଭିନ୍ନ ଅସୁବିଧା ଉପରେ ଉପସ୍ଥିତ ଜନ ପ୍ରତିନିଧି ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆବାସ ଘର, ବାର୍ଦ୍ଧକ୍ୟ ଭତ୍ତା ,ବିଧବା ଭତ୍ତା, ପିଡ଼ିଏସ ସାମଗ୍ରୀ ରୁ ବଞ୍ଚିତ ରହିଥିବା ନେଇ ଅଭିଯୋଗ କରିବା ସହ ଆବେଦନ କରିଛନ୍ତି। ଉପସ୍ଥିତ ଜନ ପ୍ରତିନିଧି ମାନେ ଯୋଗ୍ୟତା ଅନୁସାରେ ଆଗାମୀ ଦିନରେ ସମସ୍ତ ହିତାଧିକାରୀ ଙ୍କୁ ସହାୟତା ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଛନ୍ତି। ଗ୍ରାମସଭା କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ମାଝୀ ପରିଚାଳନା କରିଥିଲେ।

Related posts

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଙ୍କ ଆକ୍ରମଣ ଘଟଣା

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକରେ ଆଶାର ଆଲୋକ ଭାବରେ ଦଣ୍ତାୟ ମାନ ଚାଞ୍ଚେର ମାଝୀ

Sunil Chandra Nayak

ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୨୯ତମ ଜନ୍ମ ଦିବସ ପାଳନ କଲେ ଡାବୁଗାଁ ସତସଙ୍ଗୀ ଭାଇ ଓ ମାଆ ମାନେ

Sunil Chandra Nayak

Leave a Comment

error: Content is protected !!