ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସମୟ ସୁଅ 

ସମୟ ସୁଅ 

ସମୟ ସୁଅ ରେ ଭାସିଯାଇ
ଜୀବନ ଉବୁଟୁବୁ ହେଉ ହେଉ
ଛାଣି ଆଣି ବଞ୍ଚେଇବାର
ପ୍ରୟାସରେ ନିଜ ଜୀବନକୁ
ବାଜି ଲଗେଇ ଦେଇଥିଲ
ଅଦମ୍ୟ ସୁଅ ଆଗରେ
କଣ ଏଇଥି ପାଇଁ
ଟିକେ ବଞ୍ଚିଲା ପରେ
ଉଛୁଳା ନଈ ପାଣିରେ
ଫିଙ୍ଗି ଦେବାକୁ ।
ଭଲ ହେଉଥିଲା
ପୂର୍ବରୁ ଯେମିତି ହୋଇ
ଚାଲୁଥିଲା ଜୀବନ ଗାଡ଼ି
କେଁ କେଁ ହେଉଥିଲା ତଥାପି
ଚାଲୁଥିଲା ଗଡ଼ି ଗଡ଼ି
ଅଧା ରହିଗଲା ବହୁଦୂର ପଥ
କଥା ଦେଇ ପାରିଲନି
ଏଯାଏଁ ସଜାଡ଼ି । ।
ଦୁଃଖରେ ଥିଲା ବେଳେ
ଦରକାର ଟିକେ ଖୁସି 
ତୁମେ କୁହ ଏମିତିରେ କିଏ ଅଛି
ହୃଦୟ ଭିତରେ ଚାପି ରଖି 
ଅନେକ ବେଦନା 
ବହୁ ଗୁଡାଏ ଅକୁହା କଥା
କେହି କେବେ ହୋଇପାରେ ଖୁସି ।।।

ଚିତ୍ତ ରଞ୍ଜନ ଦେହୁରୀ

ଅନୁଗୋଳ

Related posts

ଦେବସେନା ପକ୍ଷରୁ ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ କୁ ନେଇ ଥାନାରେ ଏତଲା

Sunil Chandra Nayak

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଖଡ଼ିଆଳ ବିଧାୟକ ଙ୍କ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ପ୍ରଫେସର ଡଃ ସୋମନାଥ ମିଶ୍ର ଥିଲେ ନିଷ୍ଠାବାନ ପ୍ରଶାସକ,ଦେଶ ଭକ୍ତ ଯୋଦ୍ଧା ଓ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ବ

Sunil Chandra Nayak

Leave a Comment

error: Content is protected !!