ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସମୟ ସୁଅ 

ସମୟ ସୁଅ 

ସମୟ ସୁଅ ରେ ଭାସିଯାଇ
ଜୀବନ ଉବୁଟୁବୁ ହେଉ ହେଉ
ଛାଣି ଆଣି ବଞ୍ଚେଇବାର
ପ୍ରୟାସରେ ନିଜ ଜୀବନକୁ
ବାଜି ଲଗେଇ ଦେଇଥିଲ
ଅଦମ୍ୟ ସୁଅ ଆଗରେ
କଣ ଏଇଥି ପାଇଁ
ଟିକେ ବଞ୍ଚିଲା ପରେ
ଉଛୁଳା ନଈ ପାଣିରେ
ଫିଙ୍ଗି ଦେବାକୁ ।
ଭଲ ହେଉଥିଲା
ପୂର୍ବରୁ ଯେମିତି ହୋଇ
ଚାଲୁଥିଲା ଜୀବନ ଗାଡ଼ି
କେଁ କେଁ ହେଉଥିଲା ତଥାପି
ଚାଲୁଥିଲା ଗଡ଼ି ଗଡ଼ି
ଅଧା ରହିଗଲା ବହୁଦୂର ପଥ
କଥା ଦେଇ ପାରିଲନି
ଏଯାଏଁ ସଜାଡ଼ି । ।
ଦୁଃଖରେ ଥିଲା ବେଳେ
ଦରକାର ଟିକେ ଖୁସି 
ତୁମେ କୁହ ଏମିତିରେ କିଏ ଅଛି
ହୃଦୟ ଭିତରେ ଚାପି ରଖି 
ଅନେକ ବେଦନା 
ବହୁ ଗୁଡାଏ ଅକୁହା କଥା
କେହି କେବେ ହୋଇପାରେ ଖୁସି ।।।

ଚିତ୍ତ ରଞ୍ଜନ ଦେହୁରୀ

ଅନୁଗୋଳ

Related posts

କଳାହାଣ୍ଡି -୨୩୧ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା।

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଗୋଲାମୁଣ୍ଡା ପଞ୍ଚାୟତ ସମିତି ର ପ୍ରଥମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!