ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀପୁର ବାଲିଘାଟରୁ ବାଲି ଚୋରା ଚାଲାଣ ବେଳେ ଧରାପଡିଲା ଦୁଇଟି ଟ୍ରାକ୍ଟର

 ରୋୟାଲ୍ଟି ଓ ପେନାଲ୍ଟି ଦେବାପରେ ଛଡା ଯାଇଥିବା ସୂଚନା

ରୁପ୍ରା, (ମନିସ ) : ନର୍ଲା ବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଶ୍ରୀପୁର ବାଲିଘାଟରୁ ଚୋରାରେ ବାଲି ଚାଲାଣ ହେଉଥିବା ବେଳେ ହଠାତ୍ ନର୍ଲା ତହସିଲ କାର୍ଯ୍ୟାଳୟ ତରଫରୁ ରାଜସ୍ବ ପର୍ଯ୍ୟବେକ୍ଷକ ରଞ୍ଜିତ ରାଉତଙ୍କ ନେତୃତ୍ୱରେ ନର୍ଲା ରାଜସ୍ବ ନିରୀକ୍ଷକ ସାଶ୍ୱତ ମିଶ୍ର ଓ ତୁଲାପଡା ରାଜସ୍ବ ନିରୀକ୍ଷକ ଲୋକେଶ ସେନାପତି ଆଜି ପୂର୍ବାହ୍ନରେ ଉକ୍ତ ବାଲିଘାଟରେ ଚଢାଉ କରିଥିଲେ। ଏହି ସମୟରେ ରୁପ୍ରା ଗ୍ରାମର ଗୋଟିଏ ମାଲିକର ଦୁଇଟି ଟ୍ରାକ୍ଟର OD 08S 2554 ଓ OD 08H 9667 ବାଲି ବୋଝେଇ କରି ଆସୁଥିବା ବେଳେ ଏହି କର୍ମଚାରୀ ମାନଙ୍କ ହାବୁଡରେ ପଡିଥିଲେ, ଫଳରେ ବାଲି ବୋଝେଇ ଦୁଇଟି ଟ୍ରାକ୍ଟରକୁ ତୁଲାପଡା ରାଜସ୍ବ ବିଭାଗ କାର୍ଯ୍ୟାଳୟକୁ ନେଇ ଅଟକ ରଖିଥିଲେ। ଏହି ଟ୍ରାକ୍ଟର ମାଲିକ ଉଭୟ ଗାଡି ପାଇଁ ରୋୟାଲ୍ଟି ଓ ପେନାଲ୍ଟି ବାବଦରେ ୨୪ ହଜାର ଟଙ୍କା ଜୋରିମାନା ଦେବାପରେ ଗାଡି ଛଡାଯାଇଥିବା ରାଜସ୍ବ ପର୍ଯ୍ୟବେକ୍ଷକ ଶ୍ରୀ ରାଉତ ସୂଚନା ଦେଇଛନ୍ତି। ଭବିଷ୍ୟତରେ ଯଦି ଉକ୍ତ ଦୁଇଟି ଟ୍ରାକ୍ଟର ଚୋରାରେ ବାଲି ଚାଲାଣ କଲେ ମୋଟା ଅଙ୍କର ଜୋରିମାନା ସହ ଗାଡ଼ି ଜବତ କରାଯିବ ବୋଲି ଗାଡି ମାଲିକଙ୍କୁ ଚେତାବନୀ ଦିଆଯାଇଛି ବୋଲି କହିଥିଲେ।

ରୁପ୍ରା ରୁ ପ୍ରଦୀପ କୁମାର ସେନାପତି ଙ୍କ ରିପୋର୍ଟ

Related posts

ସବଳ ହେବ କୃଷି,କ୍ଷୁଦ୍ର ଶିଳ୍ପ ଓ ମିଶନ ଶକ୍ତି

ଟ୍ରାକ୍ଟର ଓଲଟି ଚାଳକ ମୃତ

Sunil Chandra Nayak

ରାଜସ୍ଥାନ ପରିଷଦ ତରଫରୁ କାବ୍ୟସଂଧ୍ୟା ଆସନ୍ତା ୧୨ ରେ

Sunil Chandra Nayak

Leave a Comment

error: Content is protected !!