ପ୍ରକୃତ ବନ୍ଧୁ
ଉମାକାନ୍ତ ଦାସ
ଦିଲ୍ଲୀ ସହରର କର୍ମ ଚଞ୍ଚଳ ପରିସ୍ଥିତିରେ ନିଷ୍ପେସିତ ହୋଇପଡେ ଜଣେ ଉଦ୍ଯାନ କର୍ମୀ ଚନ୍ଦ୍ରକାନ୍ତ ।ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟ ଅସ୍ତ ଯାଏ ବିଭିନ୍ନ ବୃକ୍ଷ ଲତାର ସେବା କରି ତେଲ ଲୁଣରେ ଚଳାଇ ନିଏ ତାର ପାଞ୍ଚ ଜଣ ପରିବାର । ନିଜକୁ କେବେ ଅମୀର ହେବାର ସ୍ବପନ ନଦେଖି ଆଜିର ସମାଜରେ ତିନୋଟି ପିଲାଙ୍କୁ ପାଠ ପଢାଇ ମଣିଷ କରିବାର ଦୃଢ଼ ପ୍ରତିଜ୍ଞା ବଦ୍ଧ ହୋଇ ଥିଲା । କାଳର କବଳରେ ନିଷ୍ପେସିତ ହୋଇ ପଡିଲା ବିଚରା ଉଦ୍ୟାନ କର୍ମୀ , ମାଡ଼ି ଆସିଲା ଦୁଇ ହଜାର ଉଣେଇଶ ମସିହାରେ କରୋନାର ତାଣ୍ଡବଲୀଳା । ଦେଶ ବିଦେଶ ହୋଇଗଲା ତାଲା ବନ୍ଦ ।ସେହି ତାଲା ବନ୍ଦ ବେଳେ ୧୪ ମାସ ଘରେ ବସିବାକୁ ହେଲା ତାକୁ ! ହାତରୁ ଖସିଗଲା ସମସ୍ତ ଧନ୍ଦା।ଯିଏ ୧୪ ମିନଟ ଛୁଟି କଲେ ତା ବେତନ ପଇସା କମ୍ପାନୀ କାଟି ଦିଏ କେମିତି ବିଚରା ୧୪ ମାସ ପରିବାର ଚଳାଇ ଥିବ ! ତାହା କେବଳ ସେହି ଜୟ ମାଆ ବିରଜାଙ୍କୁ ଜଣା ?
କରୋନାର ଛାତି ଥରା ହଟଗୋଳ ଭିତରେ ପୁଅ ଉତ୍ତୀର୍ଣ୍ଣ କଲା ଦଶମ ଶ୍ରେଣୀ ଏକାଦଶରେ ହେଲା ତାର ନାମ ଲେଖା ।ସାନ ଝିଅ ଦ୍ବାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲା ପରେ ସ୍ନାତକୋତ୍ତର ନାମ ଲେଖାଇବା ପାଇଁ ପଡିଗଲା ଘୋର ଅଭାବ । ସେହି ଅଭାବକୁ ଅନୁକରଣ କରି ଲଗାଇଲା ତା ପାଠ ପଢ଼ା ପୁସ୍ତକରେ ଡୋରି।ବଡ଼ ଝିଅ ବାଣିଜ୍ୟ କଳା ଶିକ୍ଷାର ଦ୍ୱିତୀୟ ବର୍ଷରେ ବହୁତ ଭଲ ନମ୍ବର ରଖି ପାସ କରି ଅଣ ନିଃଶ୍ବାସୀ ହୋଇଗଲା ତା ପାଠ ପଢ଼ା କଥା ଚିନ୍ତା କରି । ତାକୁ ସାହସ ଦେଇ ପଢାଇଲା ବିକମ ।ତୃତୀୟ ବର୍ଷରେ ବଡ଼ ଝିଅ ପ୍ରଥମ ହୋଇ ପାସ କଲା ଆଉ ଉଚ୍ଚ ଶିକ୍ଷା ଦେବା ପାଇଁ ନଥିଲା କିଛି ଉପାୟ ନା ଥିଲା ହାତରେ ଧନ ।ଲକଡାଉନ ଉଠିଲା ପରେ ଚାଲିଗଲା ତା କର୍ମଭୂମୀ ଦିଲ୍ଲୀ ।ସେଠାରେ ଅନେକ ଲୋକ ଜୀବନ ଜୀବିକା ହରାଇ ଥିଲା ବେଳେ ତା ପାଖର ରହିଗଲା କେବଳ ନିତ୍ୟ ନୈମିତ୍ଯ ମାଳି କାମ ଖଣ୍ଡେ । ଦିନକୁ ଦୁଇ ଅଢ଼େଇ ହଜାର ଟଙ୍କା ରୋଜଗାର କରୁଥିବା ବ୍ଯକ୍ତି । ପୁରା ତିରିଶ ଦିନ କାମ କରି ପାଇଲା ମାତ୍ର ପନ୍ଦର ହଜାର ।ଅସହାୟ ହୋଇ ଉଠିଲା ପାରିବାରିକ ଚିନ୍ତାରେ ।
ଦୁଇ ହଜାର ଏକୋଇଶ ମସିହାରେ ବିକମ ପାସ କରିଥିବା ବଡ ଝିଅ କମ୍ପ୍ୟୁଟର ଦୁନିଆ ଭିତରୁ ନିଜର ହସ୍ତକଳା ହାତେଇ ନେଲା । ଏବେ କଣ କରିବ ଘରେ ବସି !
ଆଜିର ନାରୀ ପିପାସା ସମାଜ ଭିତରେ କେଉଁଠିକି ଯିବ ଏକାକୀ ଝିଅ ! କରିବ କେଉଁ କମ୍ପାନୀରେ କାମ ! ସରକାର ତ କେବଳ ବାଃ ବାଃ ନେଉଛନ୍ତି ଆରକ୍ଷଣ ଉପରେ । ହରିଜନ ,ଆଦିବାସୀ ମହିଳାଙ୍କ ପାଇଁ କାଳେ ଚାକିରୀ ସବୁ ସମୟରେ ଥୁଆ ।ଅନେକ ପରୀକ୍ଷା ନିରୀକ୍ଷା ଦେଇ ନିରାଶର ହାତ ଲାଗିଲା ପରେ ଦିନ ମଜୁରିଆ ଦାଦନ ଶ୍ରମିକ ଚିନ୍ତା କଲା ! କେତେ ଦିନ ଆଉ ଝିଅକୁ ଘରେ ରଖି ବସିବ! ନା– ଘରେ ନ ରଖି ଗୋଟିଏ ସୁପାତ୍ର ହାତରେ ଦାନ କରି ଦେଲେ ସେ ତା ଜୀବନ ସାଥି ସହିତ ଦୁଃଖେ ରାମ ସୁଖେ ରାମ କରି ସଂସାରର ମାୟା ଜାଲର ବିନ୍ଧ ଗୁଡ଼ିକ ଗଣୁ ଗଣୁ ହୁଏତ ପାଇ ଯାଇ ପାରେ ବିରାଟ ବଡ଼ ରାଘବ ବାଳିଆ ।
ଦୁଇ ହଜାର ଏକୋଇଶ ମସିହାର ଅନ୍ତ ।ଆଗକୁ ମାଡ଼ି ଆସୁଛି ବାଇଶି ମସିହା ନୂଆବର୍ଷର ଘମାଘୋଟ ଆନନ୍ଦର ଉତ୍ସ ।ନିଜ ମନ ଭିତରେ ବଡ଼ ଝିଅର ବିବାହ ସୂତ୍ର ସଂଯୋଗ କରି ସହଧର୍ମିଣୀ ସହିତ ପରାମର୍ଶ କଲା । ବାଲ୍ଯ ବନ୍ଧୁମାନଙ୍କ ସହିତ କର୍ମବନ୍ଧୁ ରାମ ,ଦାମ, ଶାମ ସୁଦାମାଙ୍କ ସହିତ ଯେତେ ସାରସ୍ୱତ ବନ୍ଧୁ ବାନ୍ଧବୀମାନେ ଥିଲେ ସମସ୍ତଙ୍କ ପରାମର୍ଶ ନେଇ ଆଗେଇ ଗଲା ଚାରିଦିଗକୁ ଗୋଟାଏ ବରପାତ୍ର ସନ୍ଧାନରେ । ବାଲ୍ଯ ଵନ୍ଧୁମାନେ ସତ୍ସାହସ ଦେଇଥିଲେ ବାହାଘର କର! ଆମ ଶକ୍ତି ଅନୁସାରେ ନିଶ୍ଚୟ ସାହାଯ୍ୟ କରିବୁ ।ସେମାନଙ୍କ ଚଳଣି ଖୁବ ଭଲ । ଦିନ ମଜୁରିଆ ବୋଲି ଭାବି କେହି ଖରାପ ଦୃଷ୍ଟିରେ ଦେଖନ୍ତି ନାହିଁ । ସମସ୍ତଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଯୋଗ କଥା ଶୁଣି ଆଗେଇ ଗଲା ଦିଲ୍ଲୀ ପ୍ରକୃତି ପୂଜାରୀ । ପୂର୍ବ ଉତ୍ତର କୋଣରେ ମିଳିଲା ଏକ ସୁଯୋଗ୍ଯ ବରପାତ୍ର ଖବର ।ପ୍ରଜାପତିଙ୍କ ଘଟ ସୂତ୍ରରେ ସମାପନ ହେଲା ପବିତ୍ର ବନ୍ଧନର ସଂଯୋଗୀକରଣ ।।
ବହୁତ ଆନନ୍ଦରେ ବିହ୍ବଳ ହୋଇ ଯେଉଁ ବନ୍ଧୁମାନେ କଥା ଦେଇଥିଲେ ସେମାନଙ୍କୁ ଦିନ ବାର ଜଣାଇ ଅର୍ଥ ପାଇଁ ମୁହଁ ଖୋଲିଲା । ଅର୍ଥ ତ ଦେବା ଦୂରର କଥା । ଟେଲିଫୋନ ଘଣ୍ଟି ବାଜି ରହି ଯାଉଥିଲା ପଛେ କେତେକ ସାଥିମାନେ ଜବାବ ଦେବାକୁ ବହୁତ କୁଣ୍ଠାବୋଧ କରୁଥିଲେ ।ଏଣୁ କଥାରେ ଅଛି ଯାହାକୁ ରଖିବେ ସାଇଁ କାହାରି ମନରେ ନାହିଁ ।ସଖା କୃଷ୍ଣ ସୁଦାମାର ମହତ ରଖିବାକୁ ଯାଇ ନିଜ କାନ୍ଧରେ ଭାର ନେଇ ଗଲା ଭଳି ସାଥି କୃଷ୍ଣ ସହିତ ଉତ୍ତର ପ୍ରଦେଶୀ, ବିହାରୀ ,ବଙ୍ଗାଳି ,ଏବଂ କିଛି ଅନ୍ୟ ଜିଲ୍ଲାର ବନ୍ଧୁମାନେ ଆଗେଇ ଆସିଲେ ଝିଅ ବାହାଘର କଥା ଦିଆ ଯାଇଛି ମାନେ ହବ । ଯାହା ହେଉ ସେମାନେ ମୋର ଠିକଣା ନ ଜାଣି ସତ୍ତ୍ୱେ ପ୍ରାୟ ଦୂର ସମ୍ପର୍କୀୟ ସାଙ୍ଗ ମାନେ ସହାୟ କରି ମୋ ଅଶାନ୍ତ ମସ୍ତିଷ୍କକୁ ଶାନ୍ତ କରିବା ପାଇଁ ଆଗେଇ ଆସିଲେ। ଆଉ ସହାୟତା ମଧ୍ୟ କଲେ କିନ୍ତୁ ଗ୍ରାମ୍ଯ ବନ୍ଧୁ ପରିଜନମାନେ କଥା ହେବାକୁ ହିଁ ଡ଼ରିଲେ ।ଏଣୁ ଗୋଟିଏ ଅସହାୟ ଲୋକର ବିପଦ ବେଳେ ଯେଉଁ ବନ୍ଧୁ ସାହାଯ୍ୟ କରେ ସିଏ ପ୍ରକୃତ ବନ୍ଧୁ ନା କେବଳ କଥା କହି ମନ ମୋହି ନେଇ ଯାଉଥିବା ବନ୍ଧୁ ଯିଏ କେବଳ ତା ସୁବିଧା ଚାହେଁ ସେ ପ୍ରକୃତ ବନ୍ଧୁ ।।
ଲାଲବାଗ ,
ଖାନନଗର,
ମଙ୍ଗଳ ପୁର
ଯାଜପୁର