ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାରେ ଓଡ଼ିଆ ଭଦ୍ରଲୋକ ଡାକଘରେ ହଟହଟା 

ରାଉରକେଲା/ ଓଡିଶା ରେ ଓଡିଆ ଲେଖିଲେ ଚିଠି ରେଜେଷ୍ଟ୍ରି ହେବନି। ବରଂ ହିନ୍ଦୀରେ ଲେଖି ଆଣିଲେ ଚିଠି ରେଜେଷ୍ଟ୍ରି କରାଯିବ, ଏଭଳି ନିର୍ଦ୍ଦେଶ ସେକ୍ଟର ୪ ଡାକଘରେ ବିଭାଗୀୟ କର୍ମଚାରୀ ଦେଇଥିବା ବେଳେ ଏହାକୁ ନେଇ ଭାଷାପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ଜୈନେକ ଭାଷା ଆନ୍ଦୋଳନ ଯୋଦ୍ଧା ତଥା ଓଡିଆ ଭାଷା ବିକାଶ ମଞ୍ଚ ର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ଗତ କିଛି ଦିନ ତଳେ ଏକ ରେଜେଷ୍ଟ୍ରି ଚିଠି ପାଇବା ପାଇଁ ସେକ୍ଟର ୪ ସ୍ଥିତ ଡାକଘରକୁ ଯାଇଥିଲେ। ଦାୟିତ୍ଵ ରେ ଥିବା କର୍ମଚାରୀ ହିନ୍ଦୀ ରେ ଠିକଣା ନଲେଖିଲେ ରେଜିଷ୍ଟ୍ରି ଭୁକ୍ତ ହୋଇ ପାରିବ ନାହିଁ ବୋଲି କହିଥିଲେ। ହିନ୍ଦୀ ଦେଶର ରାଷ୍ଟ୍ର ଭାଷା ଏବଂ ହିନ୍ଦୀ ରେ ଲେଖା ହୋଇନାହିଁ କହି ଫେରାଇ ଦେଇଥିଲେ। କୌଣସି ଯୁକ୍ତିତର୍କ କାମକୁ ଆସିନଥିଲା ଏବଂ ବାଧ୍ୟ ହୋଇ ଫେରୁଥିବା ସମୟରେ ବୋଧହୁଏ କାହାରି ପରାମର୍ଶରେ ପଛରୁ ଡାକି ଇଂରାଜୀରେ ବନାନ ଗୁଡିକ ଡାକିବା ପାଇଁ କହିଥିଲେ ଏବଂ ଚିଠି ଟି ରେଜିଷ୍ଟ୍ରି ଭୁକ୍ତ ହେଲା। ବେଶ୍ କିଛି ସମୟ ହଟହଟା ହେବାର ଏ ଦୃଶ୍ୟ ସେବା ପାଇବା ପାଇଁ ଠିଆ ହୋଇଥିବା ଲୋକ ମାନଙ୍କୁ ବିଚଳିତ କରି ଦେଇଥିଲା। ଭାଷା ଆନ୍ଦୋଳନ ର ଜଣେ ପ୍ରମୁଖ ନେତୃତ୍ବଙ୍କର ଯଦି ଏହି ଦଶା, ତାହେଲେ ସାଧାରଣ ନାଗରିକ ମାନଙ୍କର ଅବସ୍ଥା କ’ଣ ହେଉନଥିବ ? କଥା ହେଲା ଓଡ଼ିଆ ଜାଣି ନଥିବା କର୍ମଚାରୀଟି ପାଇଁ ଏସବୁ ଘଟଣା ଘଟିଲା। ଓଡ଼ିଶା ରେ ସରକାରୀ ଚାକିରୀ ପାଇଁ ଅନ୍ତତଃ ପକ୍ଷେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ଉପରେ ପରୀକ୍ଷା ଦେବା ପାଇଁ ବୋର୍ଡ଼ ଅଫ ସେକେଣ୍ଡାରୀ ଏଡୁକେଶନରେ ଅତିରିକ୍ତ ପରୀକ୍ଷାର ବ୍ୟବସ୍ଥା ରହିଥିବା ବେଳେ, ଏହି ବ୍ୟବସ୍ଥା କୁ ଅଣଦେଖା କରି ଏ ପ୍ରକାର ନିଯୁକ୍ତି ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓଡ଼ିଆ ଭାଷା ଅନଭିଜ୍ଞ ବ୍ୟକ୍ତିଙ୍କୁ ଓଡ଼ିଶାରେ ନିଯୁକ୍ତି ଦେବା ପୁର୍ବରୁ ବିଦ୍ୟାଳୟ ସ୍ତରରେ ମେଟ୍ରିକ୍ ପରୀକ୍ଷା ପର୍ଯ୍ୟନ୍ତ ଯେଉଁମାନେ ମାତୃଭାଷାରେ ଅଧ୍ୟୟନ କରି ନଥିବେ, ସେମାନଙ୍କ ପାଇଁ ଓଡିଆରେ ଅନ୍ତତଃ ସପ୍ତମ ଶ୍ରେଣୀ ଷ୍ଟାଣ୍ଡାର୍ଡର ଏକକ ମାତୃଭାଷା ପରୀକ୍ଷା ଦେବା ପାଇଁ ବିଭାଗୀୟ ବ୍ୟବସ୍ଥା ଗ୍ରହଣ କରାଯାଉ କିମ୍ବା ନିଯୁକ୍ତି ସମୟରେ ମେଟ୍ରିକ୍ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀ, ଯିଏ ସପ୍ତମ ଶ୍ରେଣୀ ଷ୍ଟାଣ୍ଡାର୍ଡର ବୋର୍ଡ ର ଏକକ ଅତିରିକ୍ତ ପରୀକ୍ଷା ନ ଦେଇଛନ୍ତି, ସେମାନଙ୍କୁ ଓଡ଼ିଶା ଭଳି ଏକ ରାଜ୍ୟ ରେ ନିଯୁକ୍ତି ନଦେବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ବୋଲି ଏକ ମିଳିତ ବିବୃତିରେ ଓଡ଼ିଆ ଭାଷା ବିକାଶ ମଞ୍ଚ ର ସଭାପତି ପ୍ରଶାନ୍ତ କୁମାର ପତି ଙ୍କ ସମେତ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ର ନେତୃତ୍ବ ସର୍ବଶ୍ରୀ ବଳରାମ ରାଉଳ, କେଦାର ପ୍ରଧାନ, ଚନ୍ଦ୍ରଶେଖର ପାଇକରାୟ, ଅଶୋକ ରାଉତ, ପ୍ରଫୁଲ୍ଲ କୁମାର ସାମଲ ଏବଂ ବହୁ ବୁଦ୍ଧିଜୀବୀ ସରକାର ଙ୍କ ର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ସେକ୍ଟର ୪ ଉପଡାକଘର ପୋଷ୍ଟ ମାଷ୍ଟର ତରଣୀସେନ ଭୁସାଗର ଏହି ଘଟଣାକୁ ସ୍ବୀକାର କରିଥିଲେ ହେଁ ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା କହିବା ସହ ସର୍ବ ଭାରତୀୟ ସ୍ତରରେ ସିଲେକ୍ସନ ହେଉ ଥିବାରୁ ସେ ନିରୁପାୟ ବୋଲି କହିଥିଲେ। ମୁଖ୍ୟ ଡାକଘର ସୁପରିଟେଣ୍ଡଣ୍ଟ ଜାମେଶ୍ବର ଗଡନାୟକଙ୍କ ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ସଂପର୍କରେ ଅନଭିଜ୍ଞ ଥିବା ତଥା ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ମାଧ୍ୟମରେ ପିଲାଙ୍କୁ ନିଯୁକ୍ତି ହେଉଥିବାରୁ ସେ ଏଥିରେ କିଛି କରିପାରିବେ ନାହିଁ ବୋଲି କହିଥିଲେ। ତେବେ ଓଡିଶାରେ ଓଡିଆ ଭାଷାକୁ ଗୁରୁତ୍ୱ ଦେବା ପାଇଁ ମତ ରଖିଥିଲେ। ତେବେ ଓଡିଶାରେ ଓଡିଆ ଭାଷା ଜାଣିଥିବା ପିଲାଙ୍କୁ ନିଯୁକ୍ତି ମିଳିଲେ ଏଭଳି ସମସ୍ୟା ଦେଖାଦିଅନ୍ତା ନାହଁ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

କଳିଙ୍ଗ କ୍ଷତ୍ରୀୟ ଖଣ୍ଡାୟତ ପରିଷଦ, ଢେ଼ଙ୍କାନାଳ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

କୁକୁଡ଼ା ଗାଲି ଚଢ଼ାଉ :ଏଗାର ଗିରଫ ,ଗୋଟିଏ କୁକୁଡ଼ା ଓ 6ଟି ଖୁୁଡୁଖୁଡ଼ି ପାଲି ଜବତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!