ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କଲେ ଗୋଲାମୁଣ୍ଡା ସରପଞ୍ଚ

ଗୋଳାମୁଣ୍ଡା/ମସିହା/୨୫/୪/୨୨/ ପ୍ରକୂତରେ ସତ୍ୟ ହିଁ ଭଗବାନ, ସତ୍ୟ ହିଁ ଧର୍ମ, ସରପଞ୍ଚ ହେବ ତୋ ଗରିବଙ୍କ ସେବା କରିବା ହିଁ ଧର୍ମ, ଏଭଳି ଏକ ଦୃଶ୍ୟମାନ ଦେଖିବାକୁ ମିଳିଛି ଗୋଲାମୁଣ୍ଡାର ନବନିର୍ବାଚିତ ସରପଞ୍ଚ ଙ୍କ ଅଭିନବ ପ୍ରୟାସ ଗାଁ ଗାଁ କୁ ନେଇ pds ଚାଉଳ ପ୍ରଦାନ କରିଥିବା ଖବର ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲିଟି ଯାଇଛି . ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଖୋଦ ଗୋଳାମୁଣ୍ଡା ପଞ୍ଚାୟତ ର କଥା. ଚଳିତ ନିର୍ବାଚନ ରେ ଗୋଲାମୁଣ୍ଡା ପଞ୍ଚାୟତର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପୁରୁଷୋତ୍ତମ ରାଉତ ନିଜର ନିର୍ବାଚନି ପ୍ରଚାର ରେ ଗାଁ କୁ ଗାଁ ଯାଇ pds ଚାଉଳ ବଣ୍ଟନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ତାହା ଆଜି ଗୋଲାମୁଣ୍ଡା ଗ୍ରାମ ପଞ୍ଚାୟତ ର ଚାରି ନମ୍ବର ୱାର୍ଡ ସିନାମାଳ ଗ୍ରାମରେ ସରପଞ୍ଚ ପ୍ରଥମ ଥର ପାଇଁ pds ଚାଉଳ ନେଇ ବଣ୍ଟନ କରି ନିଜର ଦେଇଥିବା ଜବାବ କୁ କାର୍ଯ୍ୟ ରେ ପରିଣତ କରିଥିବା ଦେଖିବାକୁ ମିଳିଛି. ଏଭଳି କାର୍ଯ୍ୟକ୍ରମ ଯୋଗୁଁ ଶ୍ରୀ ରାଉତ ଙ୍କୁ ଅଞ୍ଚଳରେ ପ୍ରଶଂସା ର ପାତ୍ର ସାଜିଛନ୍ତି. ଏବଂ ପଂଚାୟତବାସୀ ଭୁରି ଭୁରି ପ୍ରଶଂସା କରୁଛନ୍ତି,.।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଚ଼ଲ ଆମେ ସବୁ ସତରେ  ।। ମଣିଷ ହେବା ।।

ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ / ନ୍ୟାୟ ଦାବିରେ ବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

Sunil Chandra Nayak

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!