ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ହେରା ପଞ୍ଚମୀ

ହେରା ପଞ୍ଚମୀ

କବିତା ସାହୁ  

 

ଫିଟିନାହିଁ ଗଇଁଠାଳ ଯାଇଛ

ଜନମ ବେଦୀକୁ ସାଥିରେ 

ଭାଇ ଭଉଣୀକୁ ନେଇ 

କିବା କଲି ଅପରାଧ 

ସଙ୍ଗେ ନ ନେଲ ମାଧବ 

ହେରା ପଞ୍ଚମୀ ରେ ଯିବି 

ସାଙ୍ଗେ ଫେରାଇ ଆଣିବି

ଜଗତ ସାଇଁ। 

 

୨- ସଙ୍ଗେ ନେଲେ ନାହିଁ ଯେଣୁ ମାତାଙ୍କୁ 

ରାଗେ ଯାଇ ପ୍ରତିକାର ଖୋଜି ତୁରିତେ 

ବିମଳା ମାତାଙ୍କ ଠାରୁ ନେଇ ମୋହିନୀ ଧୂଳି

ହେରାପଞ୍ଚମୀରେ ସାଗର ଦୁଲଣୀ 

ଫିଙ୍ଗି ଆସିଲେ ଜନମ ବେଦୀରେ। 

 

୩- ହେରାପଞ୍ଚମୀ ରେ ସଖୀମାନଙ୍କ ସାଙ୍ଗରେ 

  ଭାଙ୍ଗିଲେ ନନ୍ଦିଘୋଷ ହଂସପଟା ରାଗରେ

    ହାତେ ଧରି କାଠ ଖଣ୍ଡେ ଖାଇ ପକ୍ତି ଭୋଗ 

     ଫେରିଲେ ମାତାଲକ୍ଷ୍ମୀ ହେରାଗଉରୀ 

      ସାହି ବାଟ।

ଜୟପୁର

Related posts

ଫୁଲବାଣୀ ନେହେରୁ ଯୁବକେନ୍ଦ୍ର ଦ୍ୱାରା ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସାଇ ଅଂଶୁମାନ ଙ୍କ କବିତା ସ୍ମୃତି ରେ ସୁବାସ

Sunil Chandra Nayak

ଗରୀବଙ୍କ ଆହାର କେନ୍ଦ୍ର: ୧୦ ଟଙ୍କାରେ ପେଟପୂରା ଖାଦ୍ୟ ମିଳୁଛି 

Sunil Chandra Nayak

Leave a Comment

error: Content is protected !!