ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ହେରା ପଞ୍ଚମୀ

ହେରା ପଞ୍ଚମୀ

ଭାବ ବିନଦିଆ କାଳିଆ ଠାକୁର

ଭକତ ଭାବକୁ ଚାହିଁ

ରଥ ପରେ ଚଢି ବଡ ଦାଣ୍ଡେ ଝୁଲି

ଭାଇ ଭଉଣୀକୁ ନେଇ l

ପହଁଚିଲେ ଯାଇ ଗୁଣ୍ଡିଚା ମନ୍ଦିରେ

ମାନକୁ ଉଚ୍ଚାଟ କରି

ମାଉସୀ ମାଆର ଶାଗ ଭଜା ଆଉ

ପୋଡପିଠା ଖାଇ

ଆନନ୍ଦେ ରହିଲେ ଯାଇ l

ମାଆ ମହାଲଷ୍ମୀ ଏକାକୀ ହୋଇଲେ 

ଶିରୀ ମନ୍ଦିରରେ ରହି

କାଳିଆ ସାଆନ୍ତେ ଉଲ୍ଲାସ ମନରେ

ରହିଲେ ଜନମ ବେଦିରେ l

ଭୁଲିଗଲେ ପୁରା ଲଷ୍ମୀ ସାଆନ୍ତାଣି

ଅଛନ୍ତି ଏକା ମନ୍ଦିରେ

ନାରାୟଣ ବିନା ଲଷ୍ମୀ ମାଆ

କେମିତି ରହି ପାରନ୍ତେ l

ପାଞ୍ଚ ଦିନ ଜଗି ବାହାରିଲେ ମାଆ 

ଚଣ୍ଡୀ ଚାମୁଣ୍ଡାଙ୍କୁ ଧରି

ଖୋଜି ପାଇଲେନି କାଳିଆ ହାତୀକୁ

ତୋଷରେ ଭାଙ୍ଗିଲେ ଖାଡ଼ି l

କାଳିଆ ଜାଣିଲେ ଲଷ୍ମୀଙ୍କର ରୋଷ

ତୁରନ୍ତ ଡାକିଲେ ବିଶ୍ୱକର୍ମା ଙ୍କୁ

ଅଦେଶିଲେ ପ୍ରଭୁ ରଥ କୁ ସଜାଡି

ଦକ୍ଷିଣ ମୋଡ କରିବାକୁ l

ସେହି ଦିନୁ ପ୍ରଭୁ ମନେ ବଳାଇଲେ

ଶ୍ରୀ ମନ୍ଦିର ଫେରିବାକୁ

ମାନବୀୟ ଲୀଳା ଲଗାଇ ପ୍ରଭୁ ଯେ

ଶିଖାଇ ଦେଲେ ଆମକୁ l

ଗୃହର ଲଷ୍ମୀଙ୍କୁ ହତାଦର କେବେ

କରିବନି ଜମା ଆଉ

କରିଲେ ଏମିତି ଭୋଗିବ ଏ ଦଶା

ସାବଧାନ ହୁଅ ବେଳ ଥାଉ l

ରାଜୀବ ଲୋଚନ ପାଣିଗ୍ରାହୀ

ରଘୁନାଥ ନଗର, ଆସ୍କା, ଗଞ୍ଜାମ

Related posts

ଧର୍ମ ପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଢେଉ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ମାଉସୀ ଘର

Leave a Comment

error: Content is protected !!