ସତ୍ୟମ୍ ଶିବ ସୁନ୍ଦର
କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର
ତୁମେ ସତ୍ୟ ତୁମେ ଶିବ ତୁମେ ହେ ସୁନ୍ଦର
ତୁମେ ଶକ୍ତି ତୁମେ ଗତି ମୁକ୍ତିର ଆଧାର
ତୁମେ ସୁଖ ଶାନ୍ତି ଦାତା,
ଅଭୟ ଚରଣେ ନମେ ହେ ଭାଗ୍ୟ ବିଧାତା ll୧ll
ଆହେ ନୀଳକଣ୍ଠ ବିଷ ଭକ୍ଷିଲ ଆନଦେ
ଆନନ୍ଦମୟ ରଖିଲ ଧରାକୁ ସାନନ୍ଦେ
ଆହେ ପାର୍ବତୀଙ୍କ ନାଥ,
ସଦାନନ୍ଦ ରଖି ମନ ସଦା ଥିବ ସାଥ ll୨ll
ଗଣେଶ୍ୱର ତାତ ଭୋଳା ଶଙ୍କର ହେ ଶୁଣ
ଧାତା ରୂପେ ରହି ଥିବ ଜୀବନେ ଆପଣ,
ଆହେ ଶ୍ରୀହରିଙ୍କ ପ୍ରିୟ ,
ଉମାଶଙ୍କର ହେ ତୁମେ ହୋଇବ ସଦୟ ll୩ ll