ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସତ୍ୟମ୍ ଶିବ ସୁନ୍ଦର

ସତ୍ୟମ୍ ଶିବ ସୁନ୍ଦର

କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର

 

ତୁମେ ସତ୍ୟ ତୁମେ ଶିବ ତୁମେ ହେ ସୁନ୍ଦର

ତୁମେ ଶକ୍ତି ତୁମେ ଗତି ମୁକ୍ତିର ଆଧାର 

ତୁମେ ସୁଖ ଶାନ୍ତି ଦାତା,

ଅଭୟ ଚରଣେ ନମେ ହେ ଭାଗ୍ୟ ବିଧାତା ll୧ll

 

ଆହେ ନୀଳକଣ୍ଠ ବିଷ ଭକ୍ଷିଲ ଆନଦେ

ଆନନ୍ଦମୟ ରଖିଲ ଧରାକୁ ସାନନ୍ଦେ

ଆହେ ପାର୍ବତୀଙ୍କ ନାଥ,

ସଦାନନ୍ଦ ରଖି ମନ ସଦା ଥିବ ସାଥ ll୨ll

 

ଗଣେଶ୍ୱର ତାତ ଭୋଳା ଶଙ୍କର ହେ ଶୁଣ

ଧାତା ରୂପେ ରହି ଥିବ ଜୀବନେ ଆପଣ,

ଆହେ ଶ୍ରୀହରିଙ୍କ ପ୍ରିୟ ,

ଉମାଶଙ୍କର ହେ ତୁମେ ହୋଇବ ସଦୟ ll୩ ll

ଫୁଲବାଣୀ, କନ୍ଧମାଳ

Related posts

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କଥିତ ଇଂରେଜୀ କର୍ମଶାଳା ଅନୁଷ୍ଠିତ

କାଦମ୍ବରୀ ମହାଖୁଡ଼ ଙ୍କ କବିତା ଜନ୍ମଦାତ୍ରୀ ମା 

Sunil Chandra Nayak

କେସିଙ୍ଗା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ୮୨ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ

Sunil Chandra Nayak

Leave a Comment

error: Content is protected !!