ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନମନ୍ତ୍ରୀ ରାସ୍ତା ସଂଯୋଗ ପାଇଁ ସାଂସଦ ଙ୍କୁ ଦାବିପତ୍ର

କୋକସରା,୧୮ା୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ନେଗୀଗୁଡା ଠାରୁ ବେହେରା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ନୋଗୀଗୁଡା ଗ୍ରାମବାସୀ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୁଚନା ଅନୁସାରେ, ନୋଗୀଗୁଡା ଗ୍ରାମବାସୀ ବେହେରା କୁ ଯିବାକୁ ହେଲେ ଏକମାତ୍ର ରାସ୍ତା ରହିଛି । ପ୍ରତିଦିନ ବିଭିନ୍ନ କାମ ପାଇଁ ନେଗୀଗୁଡା ଗ୍ରାମବାସୀ ବେହେରା ଗ୍ରାମ ଉପରେ ନିର୍ଭର କରୁଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ସାପ୍ତାହିକ ବଜାର ଭଲି ଅନେକ କାର୍ଯ୍ୟାଳୟ ରହିଛି । ବର୍ଷା ସମୟରେ ଏହି ରାସ୍ତା ଦେଇ ଯିବା ଆସିବା କରିବା ଠପ୍ ହୋଇଥାଏ । ଫଳରେ ବର୍ଷା ଚାରି ମାସ ଛାତ୍ର ଛାତ୍ରୀ ସ୍କୁଲ, କଲେଜ ଯିବା ବନ୍ଦ ହୋଇଥାଏ । ଏନେଇ ବିଭନ୍ନ ସମୟରେ ଗ୍ରାମବାସୀ କୋକସରା ବିଡିଓ ଙ୍କ ଠାରୁ ଆରମ୍ଭ କରି ଉପ-ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଙ୍କୁ ଅନେକ ବାର ଅଭିଯୋଗ କରିଆସୁଛନ୍ତି । ହେଲେ କେବଲ ପ୍ରତିଶ୍ରୁତି ରେ ହିଁ ରାସ୍ତା ନିର୍ମାଣ ସିମିତ ରହିଯାଉଛି । ଫଳରେ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ନେଇ ସ୍ଥାନୀୟ ସାନ ପୋଡାଗୁଡା ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରୀ, ୱାର୍ଡ ସଭ୍ୟ ବାଲେକ ଖମାରୀ, ଟେକାନ୍ତି ଗୋପାଳ, ଗୋପଲାଲ ଗୋପାଳ ଓ ରମଣୀ ବାଗ ସମେତ ଗ୍ରାମବାସୀ ଦେବେନ୍ଦ୍ର ଦାସ, ପ୍ରୀତିରାଜ ଗୋପାଳ, ଖଗପତି ଗୋପାଳ, ଅମୃତ ପୁଝାରୀ, ଜଗମୋହନ ସୁନା, ତୁଲସୀ ରାମ ଗୋପାଳ, ନୀଳମଣି ଗୋପାଳ, ଉମାଶଙ୍କର ଗୋପାଳ ପ୍ରମୂଖ ସାଂସଦ ପଣ୍ଡାକୁ ସାକ୍ଷାତ କରି ନେଗୀଗୁଡା ଠାରୁ ବେହେରା ପର୍ଯ୍ୟନ୍ତ ୫ କିମି. ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ସାଂସଦ ପଣ୍ଡା ମଧ୍ୟ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ମ ନି ସ

Related posts

ଡୁମେରପଦର ଏସ୍ଏସ୍ ଡି ବିଦ୍ୟାଳୟ ରେ ଅବସର କାଳିନ ସମ୍ବର୍ଦ୍ଧନା

Sunil Chandra Nayak

ଭୂବନ ରେ ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଦ୍ୱିତୀୟ ଥର ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ଚିଲିଗୁଡାର ସ୍ୱୟଂ ଶିବ ଯୋଶୀ

Sunil Chandra Nayak

Leave a Comment

error: Content is protected !!