କୋକସରା,୧୮ା୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ନେଗୀଗୁଡା ଠାରୁ ବେହେରା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ନୋଗୀଗୁଡା ଗ୍ରାମବାସୀ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୁଚନା ଅନୁସାରେ, ନୋଗୀଗୁଡା ଗ୍ରାମବାସୀ ବେହେରା କୁ ଯିବାକୁ ହେଲେ ଏକମାତ୍ର ରାସ୍ତା ରହିଛି । ପ୍ରତିଦିନ ବିଭିନ୍ନ କାମ ପାଇଁ ନେଗୀଗୁଡା ଗ୍ରାମବାସୀ ବେହେରା ଗ୍ରାମ ଉପରେ ନିର୍ଭର କରୁଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ସାପ୍ତାହିକ ବଜାର ଭଲି ଅନେକ କାର୍ଯ୍ୟାଳୟ ରହିଛି । ବର୍ଷା ସମୟରେ ଏହି ରାସ୍ତା ଦେଇ ଯିବା ଆସିବା କରିବା ଠପ୍ ହୋଇଥାଏ । ଫଳରେ ବର୍ଷା ଚାରି ମାସ ଛାତ୍ର ଛାତ୍ରୀ ସ୍କୁଲ, କଲେଜ ଯିବା ବନ୍ଦ ହୋଇଥାଏ । ଏନେଇ ବିଭନ୍ନ ସମୟରେ ଗ୍ରାମବାସୀ କୋକସରା ବିଡିଓ ଙ୍କ ଠାରୁ ଆରମ୍ଭ କରି ଉପ-ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଙ୍କୁ ଅନେକ ବାର ଅଭିଯୋଗ କରିଆସୁଛନ୍ତି । ହେଲେ କେବଲ ପ୍ରତିଶ୍ରୁତି ରେ ହିଁ ରାସ୍ତା ନିର୍ମାଣ ସିମିତ ରହିଯାଉଛି । ଫଳରେ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ନେଇ ସ୍ଥାନୀୟ ସାନ ପୋଡାଗୁଡା ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରୀ, ୱାର୍ଡ ସଭ୍ୟ ବାଲେକ ଖମାରୀ, ଟେକାନ୍ତି ଗୋପାଳ, ଗୋପଲାଲ ଗୋପାଳ ଓ ରମଣୀ ବାଗ ସମେତ ଗ୍ରାମବାସୀ ଦେବେନ୍ଦ୍ର ଦାସ, ପ୍ରୀତିରାଜ ଗୋପାଳ, ଖଗପତି ଗୋପାଳ, ଅମୃତ ପୁଝାରୀ, ଜଗମୋହନ ସୁନା, ତୁଲସୀ ରାମ ଗୋପାଳ, ନୀଳମଣି ଗୋପାଳ, ଉମାଶଙ୍କର ଗୋପାଳ ପ୍ରମୂଖ ସାଂସଦ ପଣ୍ଡାକୁ ସାକ୍ଷାତ କରି ନେଗୀଗୁଡା ଠାରୁ ବେହେରା ପର୍ଯ୍ୟନ୍ତ ୫ କିମି. ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ସାଂସଦ ପଣ୍ଡା ମଧ୍ୟ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ମ ନି ସ
previous post