ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଙ୍କ କବିତା ହେରା ପଞ୍ଚମୀ

ହେରା ପଞ୍ଚମୀ

ଚନ୍ଦ୍ରକଳା

 

ଅଭିମାନିନୀ ସେ ବରୁଣ ଦୁଲଣୀ

ଜଗତର ପଡିଦାତ୍ରୀ,

ପ୍ରଭୁଙ୍କୁ ନଦେଖି ସାଗର ଦୁଲଣୀ

କୋପଭର ହୋଇଛନ୍ତି ||

 

କପଟୀ କାଳିଆ କପଟ କରିଲେ

ମୋତେ କିଛି ନଜଣାଇ,

ଭାଇଭଗ୍ନୀ ମିଶି ମୋତେ ଏକାକରି

ଚଲିଗଲେ ଜନ୍ମଭୂଇଁ ||

 

ଗରଗର ହୋଇ ସେ ଚଞ୍ଚଳମନା

ସଖୀ ସଂଗତରେ ଯାଇ,

ପ୍ରଭୁ ବସିଥିଲେ ଆଡପ ମଣ୍ଡପେ

ଲୁଚି ଦେଖିବାର ପାଇଁ ||

 

ଭାତୃ ଦ୍ବୟ ମଧ୍ୟେ ଭଦ୍ରାକୁ ଦେଖିଣ

ମନେ ମନେ ଜଳିଜାଇ,

ରଥ ଯାତରାରେ ମାତିଛନ୍ତି ପ୍ରଭୁ

ଲକ୍ଷ୍ମୀ ମନେ ନ ପଡଇ ||

 

ରାଗେ ତମତମ ହୋଇ ସିନ୍ଧୁସୁତା

ସେଠାରୁ ବାହୁଡ଼ି ଆସି,

ହେରା ପଞ୍ଚମୀରେ ରଥଚକ ଭାଙ୍ଗି

ପ୍ରଭୁଙ୍କୁ କରନ୍ତି ଦୋଷୀ ||

Related posts

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ଶୈଳଙ୍କୁ କଳାହାଣ୍ଡି ଶିକ୍ଷାଜୋନ୍ ଶିକ୍ଷକ ପୁରସ୍କାର ୨୦୨୨ ପ୍ରାପ୍ତ

Sunil Chandra Nayak

ବଞ୍ଚି ରହିଛି ଚାଷୀର ସ୍ମୃତି ଅସ୍ମିତା 

Sunil Chandra Nayak

କାଣିଗୁମା ଠାରେ ବାବା ଖଣ୍ଡୁଆଳ ଦେବଙ୍କ ଦଶହରା ପର୍ବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!