ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କୋକସରା,୧ା୪- କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ଦିନ ଧରି ଚାଲିଥିବା ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇଥିଲେ । ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ କୁ କଲେଜର ପୁରାତନ ଛାତ୍ର ହୋଇ ବ୍ଲକ ଉପାଧ୍ୟକ୍ଷ ହୋଇଥିବାରୁ କଲେଜ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଦିଆଯାଇଥିଲା । ଅଧ୍ୟାପକ ସଂଜୟ ପୁରୋହିତ କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଶାନ୍ତ ଯୋଷୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା କଲ୍ୟାଣି ମହାନ୍ତି ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ । କୋକସରା ଡିଗ୍ରୀ କଲେଜର ପ୍ରଶିକ୍ଷିକା ପ୍ରିୟଦର୍ଶନୀ ବେହେରା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ କଲେଜର ରେଡ୍ ରିବନ କ୍ଲବର ସେଚ୍ଛାସେବୀ ମାନେ ଆଜାଦୀ କୀ ଅମୃତ ମହୋତ୍ସବ ରେ ସକ୍ରିୟ ଅଂଶ ଗ୍ରହଣ, ରକ୍ତଦାନ ଓ ଏଡସ୍ ନିରାକରଣ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିଥିବାରୁ ସ୍ୱେଚ୍ଛାସେବୀ ମାନଙ୍କୁ ଜିଲ୍ଲା ତରଫରୁ ମୁଖ୍ୟ ଅତିଥି ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ପ୍ରବିଣ ବାନିଆ ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ପରେ ଖେଲ ଶିକ୍ଷକ ବିରେନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଅଧ୍ୟାପକ ହେମନ୍ତ ସେନାପତି, ଭାଗବତ କଟା, ଭାରତ ଠାକୁର, ବିଭୁଜଂନ ସାହୁ, ତୁଲସୀ ବାଗ, ଦିବାକର ଦୁର୍ଗା ସମେତ ଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ। ମ ନି ସ 

Related posts

ଅନ୍ଧାରୀ ନଦୀରେ ଭାସିଯାଇଥିବା ଦୁଇ ଯୁବକ ମଧ୍ୟରୁ ଜଣେ ଜୀବନ୍ତ ଉଦ୍ଧାର ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଅଲିଅଳି ତଅପୋଇ 

Sunil Chandra Nayak

ମଧୁସ୍ମିତା ସାହୁ ଙ୍କ କବିତା ଏକାଦଶୀ

Sunil Chandra Nayak

Leave a Comment

error: Content is protected !!