କୋକସରା,୧ା୪- କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ଦିନ ଧରି ଚାଲିଥିବା ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇଥିଲେ । ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ କୁ କଲେଜର ପୁରାତନ ଛାତ୍ର ହୋଇ ବ୍ଲକ ଉପାଧ୍ୟକ୍ଷ ହୋଇଥିବାରୁ କଲେଜ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଦିଆଯାଇଥିଲା । ଅଧ୍ୟାପକ ସଂଜୟ ପୁରୋହିତ କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଶାନ୍ତ ଯୋଷୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା କଲ୍ୟାଣି ମହାନ୍ତି ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ । କୋକସରା ଡିଗ୍ରୀ କଲେଜର ପ୍ରଶିକ୍ଷିକା ପ୍ରିୟଦର୍ଶନୀ ବେହେରା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ କଲେଜର ରେଡ୍ ରିବନ କ୍ଲବର ସେଚ୍ଛାସେବୀ ମାନେ ଆଜାଦୀ କୀ ଅମୃତ ମହୋତ୍ସବ ରେ ସକ୍ରିୟ ଅଂଶ ଗ୍ରହଣ, ରକ୍ତଦାନ ଓ ଏଡସ୍ ନିରାକରଣ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିଥିବାରୁ ସ୍ୱେଚ୍ଛାସେବୀ ମାନଙ୍କୁ ଜିଲ୍ଲା ତରଫରୁ ମୁଖ୍ୟ ଅତିଥି ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ପ୍ରବିଣ ବାନିଆ ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ପରେ ଖେଲ ଶିକ୍ଷକ ବିରେନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଅଧ୍ୟାପକ ହେମନ୍ତ ସେନାପତି, ଭାଗବତ କଟା, ଭାରତ ଠାକୁର, ବିଭୁଜଂନ ସାହୁ, ତୁଲସୀ ବାଗ, ଦିବାକର ଦୁର୍ଗା ସମେତ ଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ। ମ ନି ସ