ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ସୁରକ୍ଷା ଦାବୀ ନେଇ ଜୁନାଗଡ଼ ଠାରେ କଳାହାଣ୍ଡି ସାମ୍ବାଦିକ ସମୂହଙ୍କ ବିଶାଳ ଶୋଭାଯାତ୍ରା

ଜୁନାଗଡ଼,୨୪/୭(ମ ନି ସ ) ରାଜ୍ୟରେ ଦିନକୁ ଦିନ ଚତୁର୍ଥ ସ୍ତମ୍ଭ ବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଦେଖିବାକୁ ମିଳୁଛି । କିଛି ଦିନ ତଳେ ଜୁନାଗଡ଼ ସହରର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡାଙ୍କୁ ଜଣେ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ସାମ୍ବାଦିକ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଅମାନବୀୟ ଅତ୍ୟାଚାର ହେଉଥିଲେ ସୁଦ୍ଧା ଏନେଇ ସରକାର କୌଣସି ଆଇନ ଲାଗୁ ନ କରିବା ନେଇ ସାମ୍ବାଦିକମହଲରେ ଉଦବେଗ ପ୍ରକାଶ ପାଇଛି । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରଠାରେ ଜିଲ୍ଲା ସାମ୍ବାଦିକ ସମୂହ ପକ୍ଷରୁ ସ୍ଥାନୀୟ ମାଁ ଲଙ୍କେଶ୍ୱରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସଂସ୍କୃତି ଭବନ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଜୁନାଗଡ଼ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବୀରେ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆକ୍ରମଣ ହେଉଥିବା ନେଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ରାଶି ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା, ଗୋପବନ୍ଧୁ ସ୍ଵାସ୍ଥ୍ୟବୀମାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ଅନ୍ତର୍ଭୁକ୍ତ କରିବା, ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା, କାର୍ଯ୍ୟରତ ସାମ୍ବାଦିକଙ୍କୁ ବସ ଓ ରେଳ ଯାତ୍ରାରେ ରିହାତି ସୁବିଧା ପ୍ରଦାନ କରିବା ପ୍ରଭୁତି ରହିଥଲା । ଏହି ଅବସରରେ ସଂସୃତି ଭବନ ରେ ଜୁନାଗଡ଼ ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, କଳାହାଣ୍ଡି ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ସଭାପତି କମ୍ବୁପାଣି ମିଶ୍ର, କାର୍ଯ୍ୟକାରୀ ସଭାପତି ବିରଞ୍ଚି ଜାଲ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ,ମହମଦ ଅଲି, ରଜନୀକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ l ଜୁନାଗଡ଼ ସାମ୍ବାଦିକ ସଂଘ ସମ୍ପାଦକ ନରେନ୍ଦ୍ର କ୍ଷିତି ଧନ୍ୟବାଦ ଦେଇଥିଲେ l ଅନ୍ୟ ବରିଷ୍ଠ ସାମ୍ବାଦିକ ମାନଙ୍କ ମଧ୍ୟରେ ଅର୍ଜୁନ ପଟ୍ଟନାୟକ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର ପ୍ରମୁଖ ସାମ୍ୱାଦିକ ମାନଙ୍କୁ ହେଉଥିବା ଆକ୍ରମଣ ର ଦୃଢ ପ୍ରତିବାଦ କରିବା ସହ ଆଗାମୀ ଦିନରେ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନ କରନ୍ତି ତାହେଲେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ମତପୋଷଣ କରିଥିଲେ lଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକରୁ ଅନେକ ସମ୍ବାଦିକ ମାନେ ଯୋଗଦେଇଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ଜଗତ ଜନନୀ ମା କାଳୀ ପୂଜା ଅନୁଷ୍ଠିତ

Sunil Chandra Nayak

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ଦ୍ବାଦଶତମ ସ୍ଥାପନା ଦିବସ ପାଳିତ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ପତିତପାବନ

Sunil Chandra Nayak

Leave a Comment

error: Content is protected !!