ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ କିରୋସିନ ଢାଳି ହତ୍ୟା କଲେ ବିବାହିତ ଯୁବକ

ବାଲେଶ୍ଵର୨୪/୦୭ – ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମରେ ବିଫଳ ହୋଇ ନାବାଳିକା ଛାତ୍ରୀଙ୍କୁ କିରୋସିନ ଢାଳି ଜାଳି ମାରିଦେଲା ବିବାହିତ ଯୁବକ । ଘଟଣାରୁ ପ୍ରକାଶ ଆଜି ତା ୨୪/୭/୨୨ ରିଖ ରବିବାର ସକାଳେ ଖଇରା ଥାନା ଅଧିନ ବାରିଙ୍ଗିଆ ଗାଁର ବିଦ୍ୟାଧର ଜେନାଙ୍କ ୩୪ ବର୍ଷିୟ ପୁଅ ଦୟାନିଧି ଜେନା ଯେ କି ଜଣେ ବିବାହିତ ଯୁବକ, ସେହି ଗାଁର ଜୈନିକ ୧୪ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଏକତରଫା ପ୍ରେମ କରିଆସୁଥିଲା । ଉକ୍ତ ଛାତ୍ରୀ ଜଣକ କୁରୁଣ୍ଟା ହାଇସ୍କୁଲରେ ନବମ ଶ୍ରେଣୀର ଛାତ୍ରୀ ଥିଲେ । ଦୟାନିଧି ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାପରେ ଏଭଳି କାଣ୍ଡ ଘଟାଇଥିଲା । ଆଜି(୨୪/୭/୨୨) ସକାଳେ ଛାତ୍ରୀ ଜଣକ ଦୋକାନକୁ କିଛି କିଣିବାକୁ ଯାଇଥିଲେ । ସେହି ସମୟରେ ଉକ୍ତ ଯୁବକ ଜଣକ ଗାଁ ମଝିରୁ ଛାତ୍ରୀ ଜଣକୁ ନିଜ ଘର ସମ୍ମୁଖରେ ଥିବା ଏକ ନିବୃତ୍ତ ପାଇଖାନା ଘର ଭିତରକୁ ଟାଣିନେଇ କିରୋସିନ ଢାଳି ଜାଳି ଦେଇଥିଲା । ନିଆଁ ଲାଗିବା ପରେ ଯୁବତୀ ଜଣକ ଚିତ୍କାର କରିଥିଲା । ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଲେ । ହେଲେ ସେତେବେଳକୁ ଯୁବତୀକଙ୍କର ମୃତ୍ୟୁ ହୋଇ ସାରିଥିଲା । ଯୁବକ ଜଣକ ଯୁବତୀଙ୍କୁ ନିଆଁ ଲଗାଇବା ପରେ ନିଜେ ବିଷ ପିଇ ଦେଇଥିଲା । ଘଟଣା ସ୍ଥଳରେ ଏକ କିରୋସିନ ବୋତଲ, ଲାଇଟର ଏବଂ ଏକ ବିଷ ଡବା ପଡିଥିବାର ଦେଖିବାକୁ ମିଳିଥିଲା । ଗ୍ରାମବାସୀମାନଙ୍କ ଠାରୁ ଖବରପାଇ ଖଇରା ଆଇଆଇସି ଗଣେଶ୍ୱର ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହିତ ମୃତଦେହ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ସୋର ମେଡିକାଲକୁ ପଠାଇଥିଲେ । ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ଦୀର୍ଘ ୪ ବର୍ଷ ହେବ ଉକ୍ତ ଛାତ୍ରୀ ଜଣକ ଅଭିଯୁକ୍ତ ଦୟାନିଧି ଜେନାଙ୍କ ଘରକୁ ଟିଉସନ ହେବାକୁ ଯାଉଥିଲେ । ଛାତ୍ରୀଙ୍କୁ ଦୟାନିଧିଙ୍କ ପତ୍ନୀ ତିଳୋତମା ଜେନା ଟିଉସନ କରୁଥିଲେ । ସ୍ୱାମୀ ବିଦ୍ୟାଧର ଉକ୍ତ ଛାତ୍ରୀଙ୍କୁ ପ୍ରେମ କରୁଥିବା କୌଣସି କାରଣରୁ ଛାତ୍ରୀଙ୍କ ପରିବାର ଲୋକେ ଜାଣିବାକୁ ପାଇ ସେଠାକୁ ଟିଉସନ ନପଠାଇ ଅନ୍ୟତ୍ର ପଠାଉଥିଲେ । ଅଭିଯୁକ୍ତ ଯୁବକ ଜଣକ ସବୁବେଳେ ଛାତ୍ରୀଙ୍କୁ ନଜର ରଖିବା ସହିତ ଛାତ୍ରୀଙ୍କ ସାଙ୍ଗମାନଙ୍କୁ ତାଙ୍କ ବିଷୟରେ ପଚାର ଉଚରା କରୁଥିବା ଛାତ୍ରୀଙ୍କ ମା ଲକ୍ଷ୍ମୀପ୍ରିୟା ଜେନା ଅଭିଯୋଗ କରିବା ସହିତ ତାଙ୍କ ଝିଅକୁ ମାରିବାରେ ଦୟାନିଧି ଜେନା ଏବଂ ତାଙ୍କ ପତ୍ନୀ ତିଳୋତ୍ତମା ଜେନାଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି । ଏଥିସହିତ ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲେ । ପରେ ବାଲେଶ୍ୱର ସାଇଣ୍ଟିଫିକ ଟିମର ଚାରିଜଣିଆ ଟିମ ଓ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ଏକ ବିଜେପି ପ୍ରତିନିଧି ଦଳ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ବିଜେପି ମୁଖପାତ୍ର ଶ୍ରୀ ଦାସ ସାଇଣ୍ଟିଫିକ ଟିମ ଆସିବା ପୂର୍ବରୁ ଯୁବତୀଙ୍କ ମୃତଦେହ ଘଟଣା ସ୍ଥଳରୁ ନେଇଯିବା ଘଟଣାକୁ ନିନ୍ଦା କରିବା ସହିତ ପୋଲିସ ଅଭିଯୁକ୍ତଙ୍କୁ ସହଯୋଗ କରିବା ପାଇଁ ଏଭଳି କରିଥିବା ଅଭିଯୋଗ କରିଥିଲେ । ଖଇରା ବ୍ଲକରେ ଗାଁ ଗାଁରେ ଚୋରା ମଦ ବିକ୍ରି ହେଉଥିବା ଯୋଗୁଁ ଯୁବପୀଢ଼ି ମାନେ ମଦ୍ୟପାନ କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ କରୁଥିବା ଖଇରା ଆଇଆଇସି ଏବଂ ନୀଳଗିରି ଏସଡିପିଓଙ୍କ ନିକଟରେ ଶ୍ରୀ ଦାସ ଅଭିଯୋଗ କରିଥିଲେ । ଗ୍ରାମାଞ୍ଚଳରେ ଚୋରା ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଥିଲେ । ଉକ୍ତ ଯୁବତୀଙ୍କ ପରିବାରକୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିବା ସହିତ ଉକ୍ତ ପରିବାରକୁ ଉପଯୁକ୍ତ ନ୍ୟାୟ ଦେବାକୁ ଦାବି କରିଥିଲେ । ସ୍ଥାନୀୟ ବିଜେପି ଯୁବନେତା ଇଂ ରାଜେଶ କୁମାର ମହାକୁଡ଼, ସ୍ଥାନୀୟ ଜିଲ୍ଲାପରିଷଦ ମାନସ ଦାଶ, ସ୍ଥାନୀୟ ସରପଞ୍ଚ ରଘୁନାଥ ଜେନା, ସ୍ଥାନୀୟ ସମିତିସଭ୍ୟା କମଳିନୀ ମାଝୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଏବଂ ସ୍ଥାନୀୟ ଜନସାଧାରଣ ଏହା ଏକ ଜଘନ୍ୟ ଅପରାଧ ବୋଲି କହିଛନ୍ତି । ଏପରି ଅଭିଯୁକ୍ତକୁ ଫାଶୀ ଦାଣ୍ଡରେ ଦଣ୍ଡିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତଙ୍କ ପତ୍ନୀ ତିଲୋତ୍ତମା ଜେନା ତାଙ୍କ ସ୍ୱାମୀ ଭୁଲ କରିଛନ୍ତି ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି । ଅଭୁଯୁକ୍ତ ଯୁବକ ଜଣକ ବିଷ ପିଇ ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜହ୍ନ ରାତି

Sunil Chandra Nayak

ଖଡ଼ିଆଳ ଜଗନ୍ନାଥ ଟ୍ରଷ୍ଟି ପକ୍ଷରୁ ଶ୍ରୀମଦ ଭାଗବତ ପ୍ରାୟଣ ଉତ୍ସବ ପାଳିତ

Sunil Chandra Nayak

ନବ ନିର୍ବାଚିତ ସରପଞ୍ଚଙ୍କ କର୍ମକର୍ତ୍ତା ଚୟନ ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort