ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚଳିତ ବର୍ଷ ଧର୍ମଗଡ଼ ସହରରେ ନୂତନ ଭାବେ ସ୍ଥାପିତ ଏକ୍ସଲେନ୍ସ କୋଚିଂ ସେଣ୍ଟର ର ସଫଳତା

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଧର୍ମଗଡ଼ ଏଲନିସି ମିସନ ସ୍କୁଲର ଛାତ୍ର ଚୁମନ ବାଘେଲ ୯୭% ମାର୍କ ରଖି ଉପାଖଣ୍ଡକୁ ଗୌରବାନିତ୍ୱ

ଚଳିତ ବର୍ଷର ୨୦୨୨ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଧର୍ମଗଡ଼ ଏଲନିସି ମିସନ ସ୍କୁଲର ଛାତ୍ର ଚୁମନ ବାଘେଲ ୯୭% ମାର୍କ ରଖି ସମଗ୍ର ଉପଖଣ୍ଡରେ କୃତିତ୍ୱ ଅର୍ଜନ କରିଛନ୍ତି।ପଡୋଶୀ ଛତିଶଗଡ଼ ରାଜ୍ୟ ଦେଭୋଗ ନିବାସୀ ଶ୍ରୀମତୀ ରିତାଞ୍ଜଳୀ ବାଘେଲ ଓ ଶ୍ରୀ ଦେଓନାଥ ବାଘେଲ ଙ୍କ ସୁପୁତ୍ର ଧର୍ମଗଡ଼ ଏଲନିସି ସ୍କୁଲରେ ପାଠ ପଢୁଥିଲେ। ଏହି ସଫଳତା ପଛରେ ତାଙ୍କର ପିତା ମାତା, ଗୁରୁଜନ ଙ୍କ ଆଶୀର୍ବାଦ ସହ ସେ କୋଚିଂ ନେଉଥିବା ଧର୍ମଗଡ଼ସ୍ଥିତ ଏକ୍ସଲେନ୍ସ କୋଚିଂ ସେଣ୍ଟରର ସମସ୍ତ ଶିକ୍ଷକ ମାନଙ୍କ ଶ୍ରେୟ ଦେଇଛନ୍ତି ଛାତ୍ର ଚୁମନ। ଚୁମନ ଛୋଟ ପିଲାବେଳୁ ହିଁ ପରିଶ୍ରମୀ ଓ ମେଧାବୀ ଛାତ୍ର।ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଜନସେବା କରିବା ପାଇଁ ଆଶା ରଖିଛନ୍ତି ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।ସେହିଭଳି ଏକ୍ସଲେନ୍ସ କୋଚିଂ ସେଣ୍ଟରରେ କୋଚିଂ ନେଉଥିବା ଦ୍ୱାଦଶ ଶ୍ରେଣୀ ଛାତ୍ର ସାଇ ସମ୍ବିତ ସାହୁ ମଧ୍ୟ ୮୪% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ଦଶମ ଓ ଦ୍ୱାଦଶ ର ଏହି ଛାତ୍ର ମାନଙ୍କ ସଫଳତା ପାଇଁ ଚଳିତ ବର୍ଷ ଧର୍ମଗଡ଼ ସହରରେ ନୂତନ ଭାବେ ସ୍ଥାପିତ ଏକ୍ସଲେନ୍ସ କୋଚିଂ ସେଣ୍ଟର ର ନିର୍ଦେଶକ ସିଦ୍ଧାର୍ଥ ପଣ୍ଡା ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏବିଭିପି ଦ୍ଵାରା ନର୍ଲାରେ ଋତୁମତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

କୋକସରା ତହସିଲ ରେ ଯୋଗଦେଲେ ନୂଆ ତହସିଲଦାର

Sunil Chandra Nayak

ତିନି ଫେରାର ଆସାମୀ ଗିରଫ

Sunil Chandra Nayak

Leave a Comment

error: Content is protected !!