ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମଦା ଥାନା! ବୃଦ୍ଧାଙ୍କୁ ଡାହାଣୀ ଜନିତ ହତ୍ୟା ସନ୍ଦେହ

ମୟୂରଭଞ୍ଜ ୧୫/୭/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ତାଳଗାଁ ପଞ୍ଚାୟତର ବଡାମତଳିଆ ଗ୍ରାମର ଜନୈକ ଵୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସଂପର୍କୀୟଙ୍କ ମାନେ ସୂଚନା ଦେଉଛନ୍ତି । ସୂଚନାଯୋଗ୍ୟ ଶନିବାର ଦିନ ଅପରାହ୍ନର ୨/୨.୩୦ ଟା ସମୟରେ ଅବିବାହିତ ବୃଦ୍ଧା ଦାଙ୍ଗୀ ଜାମୁଦା ଗାଁ ପାଖ ନଳକୂପ କୁ ଗାଧୋଇବାକୁ ଯାଇଥିଲା ।ଜଣେ ସେହି ଗାଁର ଗାଈ ତରଳି ଘରକୁ ଫେରୁଥିବା ସମୟରେ ନଳକୂପ ପାଖରେ ବୁଢ଼ୀ ଛଟପଟ ହେଉଥିବା ଦେଖି ଘରକୁ ଲୋକଙ୍କୁ କହିଥିଲେ । ସଂପର୍କୀୟ ମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ବୁଢ଼ୀର ଦୁଇଟି ହାତ ଭାଙ୍ଗି ଦିଆଯାଇଛି । ଛାତିରେ ମାଡ ଦିଆଯାଇଛି । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଡ଼ାକ୍ତରଖାନାରେ ସଂପର୍କୀୟ ମାନେ କହିଛନ୍ତି ଗାଁର ମଦନ ପିଙ୍ଗୁଆ ଡାହାଣୀ ସନ୍ଦେହରେ ମାରିଛି ବୋଲି  ମୃତ୍ୟୁ ସମୟରେ ସେମାନଙ୍କୁ କହିଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ରବିବାର ଦିନ ପୋଲିସ ଅଧିକ ତଦନ୍ତ ଓ ପରିବାର ଲୋକଙ୍କ ଅଭିଯୋଗ ନେଇ ତଦନ୍ତକୁ ଆଗକୁ ବଢାଇଲେ ସତକଥା ପଦାକୁ ଆସିବ ।ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା – ଜଳ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗଡ଼ିବ ରଥ

ଶାସ୍ତ୍ରୀଜୀ ଓ ଗାନ୍ଧି ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!