ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସଦଭାବନା ଦିବସ ପାଳିତ 

  ନବରଙ୍ଗପୁର ୨୦.୦୮.୨୦୨୨;(ମନିସ) ଜିଳ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ ଅବସରରେ ଶପଥ ପାଠ ଉଚ୍ଛବ ପାଳନ ହୋଇଯାଇଛି। ଜିଲ୍ଲାପାଳ ଡଃ ମିଶ୍ର, ଜାତି ସମ୍ପ୍ରଦାୟ କ୍ଷେତ୍ର, ଧର୍ମ ଅଥବା ଭାଷା ଭିତ୍ତିକ ଭେଦଭାବ, ହିଂସା ର ସାହଯ୍ୟ ବିନା ସବୁ ପ୍ରକାର ମତଭେଦ କଥାବାର୍ତ୍ତା ଏବଂ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବା ପାଇଁ ଭାରତ ବାସୀଙ୍କ ଭାବନାତ୍ମକ ଏକତା ଏବଂ ସଦଭାବନା ନିମନ୍ତେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ ନିର୍ମଳ ନାୟକ ମୌସୁମୀ ନାୟକ ସୁବ୍ରତ ବେହେରା, ଅଧିକ୍ଷକ ଯନ୍ତ୍ରୀ ପୂର୍ତ୍ତବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣ ଲତା ବିଶ୍ବାସ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ,ଜିଲ୍ଲା କ୍ରୀଡା ଅଧିକାରୀ, ମହେନ୍ଦ୍ର କୁମାର ସାହୁ, ଓଡିଶା ରାଜସ୍ଵ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ,ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ , ଜିଲ୍ଲା ସଂସ୍କୃତି ଅଧିକାରୀ ଘାସି ହରିଜନ,ଜରୁରୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ଜିଲ୍ଲା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଅଧିକାରୀ ବିଶ୍ଵ ରଞ୍ଜନ ଭୁକ୍ତା, ନରେନ୍ଦ୍ର ସାହୁ,ପାର୍ବତୀ ନାୟକ, ଦାନବୀର ଜଗତ, ପ୍ରଫୁଲ୍ଲ ପାତ୍ର,ସୁରେଶ ପଟନାୟକ, ତ୍ରିଲୋଚନ ନାୟକ, ବିଜୟ ସାହୁ ଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଏହି ଅବସରରେ ଜିଲ୍ଲାପାଳ ଡଃ ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନେଇ *ଆମ ପରିବେଶ ସ୍ଵଚ୍ଛ ପରିବେଶ* କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ନିବେଶକଙ୍କୁ ଭେଟୁଛନ୍ତି ନବୀନ : ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଓ ଭାରତ ବାୟୋଟେକ କମ୍ପାନୀ ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅଧିକାଂଶ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ

Sunil Chandra Nayak

Leave a Comment

error: Content is protected !!