ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘୁଡଘୁଡ଼ି ଖେଳ ବେଳେ ପୁଲିସ ଚଢ଼ାଉ ପଟିଦାର ଓ ୩ ଖେଳାଳି ଙ୍କ ସମେତ ୪ ଅଟକ 

୧୨,୪୩୦ ଟଙ୍କା, ୪ ମୋବାଇଲ ଜବତ

ଧର୍ମଗଡ:୨୦/୮/୨୨: ଗ୍ରାମାଞ୍ଚଳ ରେ ସଟ୍ଟା ମଟକା ଖେଳ ଯୋଗୁ ଲୋକେ ସର୍ବସ୍ବାନ୍ତ ହେଉଥିବା ବେଳେ ଏବେ ଘୁଡଘୁଡ଼ି ପଟି ଖେଳ ଜରିଆରେ ରେ ଲୋକ ଙ୍କୁ ଲୁଟ କରାଯାଉଛି । ଖେଳାଳି ସର୍ବସ୍ବାନ୍ତ ହେଉଥିବା ବେଳେ ପଟି ଖେଲାଉଥିବା ପଟି ଦାର ମାଲେ ମାଲ ହେଉଛି । ଏଭଳି ବେଆଇନ ଖେଳ ଗ୍ରାମାଞ୍ଚଳ ରେ ବୃଦ୍ଧି ପାଉଥିବା ବେଳେ ଗତକାଲି ଧର୍ମଗଡ ପୋଲିସ ଚଢ଼ାଉ କରି ଏଥିରେ ସାମିଲ ୪ ଜଣ ଙ୍କୁ ଅଟକ ରଖିଛି ।ମିଳିଥିବା ସୂଚନା ଅନୁଯାୟୀ ଗଡ଼ିଆଯୋର ନିକଟସ୍ତ ଡଙ୍ଗରୀ ରେ ଘୁଡଘୁଡିଖେଳ ଚାଲିଥିବା ଖବର ପାଇ ଧର୍ମଗଡ ଆଈଆଈସି ଦିପାଞ୍ଜଳି ପ୍ରଧାନ ଟିମ୍ ସହ ଚଢାଉ କରି ୪ ଜଣ ଙ୍କୁ ଧରି ଥାନା ରେ ଅଟକ ରଖିଛନ୍ତି । ଅଟକ ବ୍ୟକ୍ତି ମାନେ ହେଲେ ଘୁଡଘୁଡି ଖେଳାଉଥିବା ଗଡ଼ିଆଯୋର ଗ୍ରାମ ର କଦମ୍ବ ପାରୀ, ଘୁଡ଼ଘୁଡ଼ି ଖେଳୁ ଥିବା ବ୍ୟକ୍ତି ମାନେ ହେଲେ ଧର୍ମଗଡ ଥାନା ଅନ୍ତର୍ଗତ ଚାଉଳିଆ ପଡ଼ା ର ଅଙ୍ଗଦ ଗୋପାଲ, ଖୁଟୁଲୁଗୁଡା ଗ୍ରାମ ର ସାଇରାମ ଗୋପାଲ ଓ କୋକସରା ଥାନା ଅନ୍ତର୍ଗତ ପଦମପୁର ଗ୍ରାମ ର ଗଣେଷ ଖମାରୀ । ସେମାନଙ୍କ ଠାରୁ ଘୁଡଘୁଡି ପଟି, ଗୋଟି, ଟୋକେଇ,୪ଟି ମୋବାଇଲ ଫୋନ ସହ ନଗଦ ୧୨,୪୩୦ ଟଙ୍କା ଜବତ ହୋଇଥିବା ଆଈଆଈସି ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଦଣ୍ଡପାଟ ଘାଟିମୁଣ୍ଡିଆଣୀ ସର୍ବ ମଙ୍ଗଳାଙ୍କ ବାର୍ଷିକ ଦଶରା ଆରମ୍ଭ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଓଡ଼ିଶାରେ ବୃଦ୍ଧି ପାଉଛି ମହିଳା ବିରୋଧୀ ଅପରାଧ..ତଥ୍ୟ ରଖିଲେ ମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!