ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ରେ କାଗଜ ବିହୀନ ଅଦାଲତ କୁ ଉଦଘାଟନ କଲେ ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି

ନବରଙ୍ଗପୁର   ଆଜି ସାରା ଓଡ଼ିଶାର ୩୦ ଟି ଜିଲ୍ଲା ସମେତ ନବରଙ୍ଗପୁର ଜିଲ୍ଲାରେ କାଗଜ ରହିତ କୋର୍ଟକୁ ଉଚ୍ଚତମ ନ୍ୟାୟାଳୟ ର ପ୍ରଧାନ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତୀ ଉଦୟ ଉମେଶ ଲଲିତ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ର ଏସ୍ ଡି ଜେ ଏମ୍ କୋର୍ଟ କୁ କାଗଜ ରହିତ କୋର୍ଟ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ଆଜି ଓଡ଼ିଶା ଜୁଡିସିଆଲ ଏକାଡେମୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍ ମୁରଲୀଧର ସ୍ୱାଗତ ଭାଷଣ ଦେଇଥିଲେ। ସୁପ୍ରିମକୋର୍ଟ ର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ଡଃ ଡି. ୱାଇ. ଚନ୍ଦ୍ରଚୁଡ଼, ବିଚାରପତି ଏମ୍. ଆର୍. ସାହା ଓ ଓଡ଼ିଶାର ମୁଖ୍ୟ ଡାକପାଳ ଶୁଭେନ୍ଦୁ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ନବରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଜଜ୍ (ପକସୋ) ପ୍ରଣତି ସାହା, ପରିବାର ଅଦାଲତ ବିଚାରପତି ଡଃ. ମୁନ୍ ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ଆଡହକ୍) ସଞ୍ଜୟ କୁମାର ସାହୁ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଦାମ ଚରଣ ଦାସ, ରେଜିଷ୍ଟ୍ରାର ସୁକାନ୍ତ କୁମାର ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଜନକ ରାଉତ, ଏସ୍. ଡି. ଜେ. ଏମ୍. ପ୍ରଜ୍ଞା ପଣ୍ଡା, ପ୍ରଥମ ଶ୍ରେଣୀ ବିଚାରପତି ରାଜଶ୍ରୀ ଆର୍ୟବାଳା ତ୍ରିପାଠୀ, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଆଇନଜୀବୀ ମୀନାକ୍ଷୀ ପାଢ଼ୀ, ରାଜ କିଶୋର ନାଗ, ସତୀଶ ନାୟକ, ଶ୍ୟାମ ପ୍ରସାଦ ମାଝୀ, ସୁରଜ ନାୟକ, କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ । କାଗଜ ରହିତ କୋର୍ଟ ଦ୍ୱାରା ଦୂରଦୂରାନ୍ତ ନିମ୍ନ କୋର୍ଟ ରୁ ଆସୁଥିବା ବିଭିନ୍ନ ମାମଲାର ନଥି ପତ୍ର ଉପର କୋର୍ଟରେ ଯଥା ଶୀଘ୍ର ପହଞ୍ଚିଯିବ । କୋର୍ଟରେ ଗଚ୍ଛିତ ରଖାଯାଉଥିବା ନଥିପତ୍ର ନଷ୍ଟ ହେବାରେ ଆଶଙ୍କା ରହିବ ନାହିଁ। ଏଥି ସହ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଅନେକ ସହାୟ ହେବବୋଲି ବକ୍ତା ମାନେ କହିଥିଲେ। ଶେଷରେ ଓଡିଶା ହାଇକୋର୍ଟ ର ବିଚାରପତି ଏସ୍. ତାଳପତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଶିକ୍ଷୟତ୍ରୀଙ୍କୁ ଲୁହ ଭରା ଆଖିରେ ଅବସର କାଳୀନ ବିଦାୟ ଦେଲେ ଛାତ୍ରୀ ଛାତ୍ର ସହ ଅଭିଭାବକ

Sunil Chandra Nayak

ଭିନ୍ନକ୍ଷମ କୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ

Sunil Chandra Nayak

Leave a Comment

error: Content is protected !!