ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଖାଉଟି ଅଦାଲତ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଧର୍ମଗଡ ଶାଖା ଦଣ୍ଡିତ

ସୁଧ ସହ ଟଙ୍କା ମୂଳ ଆକାଉଣ୍ଟ କୁ ଫେରାଇବାକୁ ନିର୍ଦ୍ଦେଶ

ଏକ ଋଣ ଅସୁଲି ମାମଲା ର ବିଚାର କରି କଳାହାଣ୍ଡି ଜିଲ୍ଲା ଖାଉଟି ଅଦାଲତ ଧର୍ମଗଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଚିଫ ମ୍ୟାନେଜର ଙ୍କୁ ସୁଧ ସହ ଟଙ୍କା ମୂଳ ଆକାଉଣ୍ଟ କୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଘନଶ୍ୟାମ ଅଗ୍ରୱାଲ ନାମକ ଜୈନିକ ବ୍ୟକ୍ତି ନିଜ ପୁଅ ର ପାଠ ପଢା ପାଇଁ ଧର୍ମଗଡ ଭରତୀୟ ଷ୍ଟେଟ ବ୍ୟାଙ୍କରୁ ଏକ ଷ୍ଟଡି ଲୋନ ନେଇ ଥିଲେ । ନିୟମିତ ଭାବେ ଋଣ ଅସୁଲି ରେ ଖିଲାପ ଦେଖାଇ ବ୍ୟାଙ୍କ କତ୍ତୃପକ୍ଷ ଶ୍ରୀ ଅଗ୍ରୱାଲ ଙ୍କ ଆକାଉଣ୍ଟ ରେ ଆବଶ୍ୟକୀୟ ପରିମାଣ ର ଅର୍ଥ ନଥିବାରୁ ତାଙ୍କ ସ୍ତ୍ରୀ ଓ ଶ୍ରୀ ଅଗ୍ରୱାଲଙ୍କ ନାମ ରେ ଥିବା ଜଏଣ୍ଟ ଆକାଉଣ୍ଟ ରୁ ୪୩,୩୦୦ ଟଙ୍କା ଋଣ ଆକାଉଣ୍ଟ କୁ କାଟି ନେଇ ଥିଲେ । ବ୍ୟକ୍ତିଗତ ଆକାଉଣ୍ଟ ପରିବର୍ତ୍ତେ ଯୁଗ୍ମ ଆକାଉଣ୍ଟରୁ ବେନିୟମ ଭାବେ ଟଙ୍କା କଟା ଯାଇଥିବା ନେଇ ଶ୍ରୀ ଅଗ୍ରୱାଲ ଜିଲ୍ଲା ଖାଉଟି ଅଦାଲତ ର ଦ୍ବାରସ୍ଥ ହୋଇ ଥିଲେ । ଏହାର ବିଚାର କରି କଳାହାଣ୍ଡି ଜିଲ୍ଲା ଖାଉଟି ଅଦାଲତ ଋଣ ଗ୍ରହୀତା ଙ୍କ ଆକାଉଣ୍ଟ୍ ପରିବର୍ତ୍ତେ ବିନା ପରାମର୍ଶ ରେ ଯୁଗ୍ମ ଆକାଉଣ୍ଟ ରୁ ଅର୍ଥ କାଟି ଥିବାରୁ ଏହାକୁ ବେନିୟମ ଦର୍ଶାଇ ବ୍ୟାଙ୍କ ଙ୍କୁ କଟା ଯାଇଥିବା ପରିମାଣ ୪୩,୩୦୦ ଟଙ୍କା ମୂଳ ଆକାଉଣ୍ଟ କୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୦୩.୦୧.୨୦୧୮ ରୁ ଆକାଉଣ୍ଟ କୁ ଟଙ୍କା ଫେରିବା ତାରିଖ ପର୍ଯ୍ୟନ୍ତ ସାଧାରଣ ସୁଧ ୬ପ୍ରତିଶତ ସୁଧ ସହ କେସ ପରିଚାଳନା ବାବଦ କୁ ଅତିରିକ୍ତ ପାଞ୍ଚ ହଜାର ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ରେ କୁହାଯାଇଛି । ଅଭିଯୋଗ କାରି ଙ୍କ ପକ୍ଷ ରୁ ଆଇନଜୀବୀ ଭାରତ ଭୁଷଣ ପଣ୍ଡା ମାମଲା ପରିଚାଳନା କରିଥିଲେ । ଏ ସମ୍ପର୍କ ରେ ଧର୍ମଗଡ ଚିଫ୍ ମେନେଜର ଲୋକନାଥ ଦାସ ଙ୍କୁ ଯୋଗା ଯୋଗ କରିବାରୁ ଖାଉଟି ଅଦାଲତ ଙ୍କ ନିର୍ଦ୍ଦେଶ କୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆ ଯାଇଛି ବୋଲି କହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା ପରିକ୍ଷା

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଜାତିର ଜନକ ଗାନ୍ଧୀ (ବାପୁ)

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ଠାରେ ଜେଏମ୍ ଏଫ୍ ସି କୋର୍ଟର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!