ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାରଗିଲ ଯୁଦ୍ଧ ସହିଦ ତୁଲାରାମ ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳୀ

ଧର୍ମଗଡ:୨୯/୩/୨୨:

 କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସନ୍ଧିକୁଲିଆରି ଗ୍ରାମ ରେ ସହିଦ ତୁଲାରମ୍ ସାହୁ ଙ୍କ ଉଦେଶ୍ୟ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି l ଭାରତୀୟ ସେନା ଓ ଓଡ଼ିଶା ଏନସିସି ୧୩- ବାଟାଲିୟନ, ନବରଙ୍ଗ ପୁର ପକ୍ଷ ରୁ ଆୟୋଜିତ ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ସେନା ର କର୍ଣ୍ଣେଲ ଜଗନ୍ନାଥ ନିସଙ୍କ , ସମ୍ମାନିତ ଅତିଥି ଭାବରେ ସୁବେଦାର ମେଜର ଦିନେଶ କୁମାର ୟାଦବ, ସବେଦାର ଏସଆର ବୋରା,ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ , ଡେପୁଟି କଲେକ୍ଟର ଚିନ୍ମୟ କୁମାର ନାୟକ , ଥାନା ଅଧିକାରୀ ଦୀପାଞ୍ଜଲି ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟ ଗୋପୀ ନାଥ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସର ରେ ସହିଦ ପରିବାର କୁ ସମ୍ମାନିତ କରିଥିଲେ କର୍ଣ୍ଣେଲ l

ଗତ ୨୦୦୦ ମସିହା କାରଗିଲ ଯୁଦ୍ଧ ରେ ନିଜ ସାଥୀ ସୈନ୍ୟ ଭାଇ ଙ୍କୁ ଖାଦ୍ୟ ନେଇ ଯାଉ ଥିବା ବେଳେ ଗାଡି ଓଲଟି ସହିଦ ହୋଇ ଥିଲେ ତୁଲାରାମ । ଏହି ଘଟଣା କୁ ଆଜକୁ ୨୨ ବର୍ଷ ବିତି ଯାଇ ଥିଲେ ବି ସହିଦ୍ ପରିବାର ପକ୍ଷରୁ ଏକ ସ୍ମୃତି ସ୍ତମ୍ବ ନିର୍ମାଣ ଦାବୀ ହୋଇ ଆସୁ ଥିଲା ହେଲେ ଏଯାଏଁ ଏହା ହୋଇପାରି ନାହିଁ । ସହିଦ ଙ୍କ ନା ରେ କିଛି ହୋଇ ନ ଥିବା ବେଳେ ଏକ ଷ୍ଟାଡିୟମ୍ ଓ ସୃତି ସ୍ତମ୍ଭ ନିର୍ମାଣ ପାଇଁ ଅତିଥି ମାନେ ଉଦ୍ୟମ କରିବାକୁ ପ୍ରତି ସୃତି ଦେଇ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଡିଗ୍ରୀ ମହାବିଦ୍ୟାଳୟ ପାଳିଲେ ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ଦୁର୍ଘଟଣା ପରେ ଚେତିଲା ପ୍ରଶାସନ, ଥୁଆମୂଳ ରାମପୁର ବାର୍ଷିକୋନା ର ଲୋକେ ପି ଡି ଏସ ପାଇବେ ଦାସିଗାଁ ପଂଚାୟତରେ , ୫୩ ପରିବାର ହେବେ ଉପକୃତ

Sunil Chandra Nayak

Leave a Comment

error: Content is protected !!