ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରାରୋଡ ଠାରେ କରୋନା ପୂର୍ବରୁ ରହୁଥିବା ରେଳ ନ ରହିଲେ ବିଶାଳ ଜନ ଆନ୍ଦୋଳନ

ନର୍ଲା:– (ମ.ନି.ସ)ନର୍ଲା ବ୍ଲକର ରୁପ୍ରାରୋଡ ରେଳ ଷ୍ଟେସନରେ ପୂର୍ବରୁ ରହି ଆସୁଥିବା ଏକ୍ସପ୍ରେସ ଟ୍ରେନଗୁଡିକ ରହଣି ବ୍ୟବସ୍ଥା କରା ଯିବାକୁ ଅନେକ ଥର ଦାବି ପତ୍ର ଷ୍ଟେସନ ଜରିଆରେ ଜେନେରାଲ ମ୍ୟାନେଜର ଡି ଆର ଏମ , ରେଳ ମନ୍ତ୍ରୀ , କଳାହାଣ୍ଡି ସାଂସଦ, ନର୍ଲା ବିଧାୟକ ଏବଂ ସମସ୍ତ ବରିଷ୍ଠ ରେଳ କର୍ମଚାରୀ ମାନଙ୍କୁ ପ୍ରଦାନ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳୁନାହିଁ। ସେଥିପାଇଁ ଆଜି ରେଳ ଯାତ୍ରୀ ସୁରକ୍ଷା ସମିତିର ସଭାପତି ତଥା ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଏକ ମେମୋରେଣ୍ଡମ ଷ୍ଟେସନ ମ୍ୟାନେଜେରଙ୍କ ଜରିଆରେ ଜେନରାଲ ମ୍ୟାନେଜର ଭୁବନେଶ୍ୱରକୁ ପ୍ରଦାନ କରାଯାଇଛି | ଲୋକେ ବ୍ୟବସାୟ, ମେଡିକାଲ, ଶିକ୍ଷା ପାଇଁ ଦୂରଦୂରାନ୍ତ ଯିବା ପାଇଁ ୩୦ କିଲୋମିଟର ଦୂରରେ ଥିବା କେସିଙ୍ଗା ଓ ୬୫ କିଲୋମିଟରରେ ଥିବା ମୁନିଗୁଡା ଷ୍ଟେସନ ଯାଇ ଏକ୍ସପ୍ରେସ ଟ୍ରେନ ଚଢିଥାନ୍ତି। ଏଥିପାଇଁ ଯାତ୍ରୀମାନେ ଖର୍ଚ୍ଚାନ୍ତ ଓ ବହୁ ମୂଲ୍ୟ ସମୟ ନଷ୍ଟ କରିଥାନ୍ତି। ବ୍ଳକ ଉପାଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ଉକ୍ତିରୁ ଜଣାଯାଏ ଯେ ବ୍ଲକର ୫୦ ରୁ ଉର୍ଦ୍ଧ ଗାଁ ଗୁଡାକ ଏହି ଷ୍ଟେସନ ଉପରେ ନିର୍ଭର କରୁଛନ୍ତିି। ରେଳ ବିଭାଗର ଏହି ଅସହଯୋଗ ନୀତି ଯୋଗୁଁ ଏହି ଅଞ୍ଚଳ ୫୦ ବର୍ଷ ତଳକୁ ଚାଲିଗଲା ବୋଲି ପ୍ରକାଶ କରିଛନ୍ତି। ଆଗାମୀ ୧୦ ଅପ୍ରିଲ ଆଗରୁ ଯଦି ସମସ୍ୟାର ସମାଧାନ ନହୁଏ ତେବେ ୧୦ଏପ୍ରିଲରେ ଏକ ବିଶାଳ ଗଣ ଧାରଣା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ରେଳ ରୋକ ଆନ୍ଦୋଳନଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ମଧ୍ୟ କରାଯିବ ବୋଲି ଦାବି ହେଉଛି| ଆଜିର ଏହି କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ନାଗରିକ ,ରୁପ୍ରାରୋଡ ସରପଞ୍ଚ ହେମନ୍ତ କୁମାର ଭୋଇ, ସଭ୍ୟଗଣ, ସମିତି ସଭ୍ୟ ସହ ରତନ ଅଗ୍ରୱାଲ, ସୁଭାଷ ଅଗ୍ରୱାଲ, ଗୋବିନ୍ଦ ଅଗ୍ରୱାଲ, ଦିନ ରାଜ ଧନାନିଆ, ରାମ ଚନ୍ଦ୍ର ଶର୍ମା, ରାଧେଶ୍ୟାମ ଖେତାନ, ସୁମିତ ଅଗ୍ରୱାଲ ଓ ବହୁ ସଂଖ୍ୟାରେ ଯୁବ ଗୋଷ୍ଠୀ ଯୋଗ ଦେଇ ଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଦେଣ୍ଡୋଗୁଡା ଜଙ୍ଗଲରେ ନିଆଁ, କାବୁ କଲେ ବନ କର୍ମଚାରୀ

Sunil Chandra Nayak

ବିଶ୍ବସ୍ତରୀୟ ଜାତୀୟ ମହାମିଳନରେ ବାରିପଦା

Sunil Chandra Nayak

ପାଠ ପଢାଇବା ବଦଳରେ  ଛାତ୍ର/ଛାତ୍ରୀ ମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ

Sunil Chandra Nayak

Leave a Comment

error: Content is protected !!