ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ମିଶନ ଶକ୍ତି ଗୃହରେ ଏମବିକେ ସନ୍ତୋଷି ମାଝୀଙ୍କ ନେତୃତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ପରିବେଶ ପରିଷ୍କାର ପରିଚ୍ଛନ୍ନ ରହିବା, ପ୍ଲାଷ୍ଟିକ ବ୍ୟବହାର ରୋକିବା, ପାଇଖାନା ବ୍ୟବହାର କରିବା, ପରିବେଶକୁ ସ୍ୱଚ୍ଛତା ରଖିବା ନେଇ ଆଲୋଚନା ଓ ସଚେତନ କରିବା ସହ ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ବଜାର ପଡ଼ିଆ ସଫେଇ କରିଥିଲେ l ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ସଲମି ନାଗ, ସିଆରପି ଅନିତା ରଣା, ଭବାନୀ ରଣା, ବିଶୟା ଘିଭେଲା, ସନ୍ତୋଷିନି ରଣା, ସୁନିମିଆ ନାଗ, ରୀନା ରଣା, ମାନସୀ ଭୋଇ, ଜମ୍ବୁବତୀ ନାଏକ, ମମିତା ରଣାଙ୍କ ସମେତ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ସାମିଲ ହୋଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଦାବୀ ପୂରଣ କୁ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟ ସମ୍ମୁଖରେ ଧାରଣାରେ ବସିଲେ ଅଙ୍ଗନବାଡି କର୍ମୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଇଣ୍ଡସ ପବ୍ଲିକ ସ୍କୁଲ କୁନି ଛାତ୍ର ଛାତ୍ରୀ ଙ୍କ ହର ଘର ତ୍ରିରଙ୍ଗା ଅଭିଯାନ

Sunil Chandra Nayak

Leave a Comment

error: Content is protected !!