ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଲସାଗୋରାରେ ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ ସଭା

ବୌଦ୍ଧ -23/10- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ପଲସାଗୋରା ଠାରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଏବଂ ସଭା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ କଣ୍ଟାମାଳ ବ୍ଳକର ବିଭିନ୍ନ ପୁରପଲ୍ଲୀରୁ ବହୁ ସଂଖ୍ୟକ ଦଳିୟ କର୍ମୀ ଏବଂ ସମର୍ଥକ ଯୋଗ ଦେଇଥିଲେ । କଣ୍ଟାମାଳ ଶିବ ମନ୍ଦିରରୁ ଜନ ସମ୍ପର୍କ ପଦଯାତ୍ରା ବାହାରି ରୁଣ୍ଡିମହୁଲ ଗ୍ରାମ ପରିକ୍ରମା କରିବା ପରେ ପଲସାଗୋରା ମକର ପଡିଆ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ରୁଣ୍ଡିମହୁଲ ଗ୍ରାମ ପରିକ୍ରମା କରିବା ସମୟରେ ବିଜେଡ଼ି ପଦଯାତ୍ରାର ନେତୃତ୍ୱ ନେଇଥିବା କଣ୍ଟାମାଳ ବିଧାୟକ ମହିଧର ରଣାଙ୍କୁ ରୁଣ୍ଡିମହୁଲ ସେବା ସମବାୟ ସମିତିର ଡାଇରେକ୍ଟର ବିନାୟକ ସାହୁ ରୁଣ୍ଡିମହୁଲ ଗ୍ରାମରେ ଫୁଲ ଓ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ ।ଉକ୍ତ ସଭାରେ ସରକାରୀ ଓକିଲ ରାଧାବଲ୍ଲଭ ପ୍ରଧାନ ସଭାପତିତ୍ୱ କରିଥିଲେ । କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, , ବୌଦ୍ଧ ବ୍ଲକ ସଭାପତି ବାଳମୁକୁନ୍ଦ ମେହେର,ଜିଲ୍ଲା ବିଜେଡ଼ି ସମ୍ପାଦକ ସନ୍ତୋଷ ଦନ୍ତା, ଜିଲ୍ଲା ଉପସଭାପତି ସୁଧୀର ମହାକୁଡ଼, ଅଳକା ପ୍ରଧାନ,ଗିରିଶ ଦଳବେହେରା,ନବୀନ ମହାକୁଡ଼,ଲବ ପ୍ରଧାନ, ପ୍ରମୋଦ ରଣା, ଶମ୍ଭୁ ପ୍ରସାଦ ସାହୁ,ପ୍ରେମରାଜ ରଣା,ବିଜୟ ବାରିକ,ଜିଲ୍ଲା ମହିଳା ଉପ ସଭାପତି ମମତା ପ୍ରଧାନ,ଶ୍ରଦ୍ଧାଞ୍ଜଳି ବାରିକ, ପଲସାଗୋରା ସରପଞ୍ଚ ସୌଦାମିନୀ ମଲ୍ଲିକ,ରମଣୀ ପ୍ରଧାନ,ଚୈତନ୍ୟ ରଣା,ପ୍ରଦୀପ ନାଏକ, ଶିମିଳିପଦର ପଞ୍ଚାୟତ ସରପଞ୍ଚ ସାର୍ଦୁଳ ନାଗ,ସରୋଜ କର୍ଣ୍ଣ, ସୈଳେନ୍ଦ୍ର ବାରିକ,କୁନୁ ଦନ୍ତା,ଜୟନ୍ତୀ ପ୍ରଧାନ,ପ୍ରଭାତ ପ୍ରଧାନ,ସୁମନ୍ତ ମିଶ୍ର,ସୁଧୀର ଖଟୁଆ, କୁଳମଣି ନାଏକ ଓ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ, ସମସ୍ତ ବରିଷ୍ଠ ବିଜେଡି ନେତା ଯୋଗଦେଇଥିଲେ । ସଭାରେ ବକ୍ତାମାନେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି ସରକାରଙ୍କ ନିର୍ମଳ ଶାସନ ଓ ଅଞ୍ଚଳରେ ହୋଇଥିବା ବିକାଶମୁଖୀ ଯୋଜନା ଉପରେ ବକ୍ତବ୍ୟ ଦେଇ ନବୀନ ସରକାରଙ୍କ ବିକାଶର ବାର୍ତ୍ତା ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମିମାନଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସାଂଗଠନିକ ଯୁବ ନେତା ପ୍ରଶାନ୍ତ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଭା ଶେଷରେ ବିଜେଡ଼ି ଯୁବ ସମ୍ପାଦକ ରଞ୍ଜନ ଜଗଦଲା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ ସଭାରେ ଅଞ୍ଚଳର ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗ ଦେଇଥଲେ ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

କର୍ଲାମୁଣ୍ଡା ଜୋନ୍ ‘ଖ’ରେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ବିଜୟୀ

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶଙ୍ଖା ଓ ସିନ୍ଦୁର

Leave a Comment

error: Content is protected !!