ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଜପା ନେତା ଙ୍କ ମହାନତା

ଚନ୍ଦାହାଣ୍ଡି -( 23/7 ମନିସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବାସିନ୍ଦା ତଥା ରାୟଗଡା ଜିଲ୍ଲା ପ୍ରଭାରି ଗୋବିନ୍ଦ ଜୈନ ଙ୍କ ମହାନତା।ନିଜ ବ୍ୟାଙ୍କ ଆକାଉଣ୍ଟ କୁ ଭୁଲ ବଶତଃ ଆସିଥିବା୮ଲକ୍ଷ୬୭ହଜାର୫୬ଟଙ୍କା କୁ ଶ୍ରୀ ଜୈନ ଫେରେଇ ଦେଇଛନ୍ତି l ସୂଚନା ଅନୁଯାୟୀ ଶ୍ରୀ ଜୈନ ଙ୍କ ଚନ୍ଦାହାଣ୍ଡି ସ୍ଥିତ ବ୍ୟାଙ୍କଅଫ ବରୋଦା ଆକାଉଣ୍ଟ କୁ ଗୁରୁବାର ଅପରାହ୍ନ ରେ ପ୍ରଥମେ୪ଲକ୍ଷ୨୭ହଜାର୮୬୬ଟଙ୍କା ଓ ପରେ୪ଲକ୍ଷ୩୯ହଜାର ୧୯୦ଟଙ୍କା ଆସିଥିଲା।ଏତେ ଟଙ୍କା ତାଙ୍କ ଆକାଉଣ୍ଟ କୁ ଆସିବା ଦେଖି ଶ୍ରୀ ଜୈନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗୁରୁବାର ସନ୍ଧ୍ୟା ହୋଇଯାଇଥିବାରୁ ତା ପର ଦିନ ବ୍ୟାଙ୍କ କୁ ଯାଇଏହି ଟଙ୍କା କେଉଁଠୁ ଆସିଲା ତାହା ଜାଣିବା ପାଇଁ ଅନୁସନ୍ଧାନ କରିଥିଲେ। ନିଜର ଏକ ପେଟ୍ରୋଲ ଟ୍ୟାଙ୍କ ଥିବାରୁ କମ୍ପାନୀରୁ କୌଣସି ଅର୍ଥଆସିଥିବା ଅନୁମାନ କରି କମ୍ପାନି କର୍ତ୍ତୃପକ୍ଷ ଙ୍କ ସହ ଯୋଗାଯୋଗ କରିଥିଲେ।ତେବେ କମ୍ପାନି କର୍ତ୍ତୃପକ୍ଷ କୌଣସି ଅର୍ଥ ପଠାଇ ନଥିବା କହିଥିଲେ।ପରେ ଶ୍ରୀ ଜୈନ ବ୍ୟାଙ୍କ କୁ ଯାଇ ଏହି ଟଙ୍କା ବିଷୟରେ ବ୍ୟାଙ୍କ ଅଫ ବରୋଦା ଚନ୍ଦାହାଣ୍ଡି ଶାଖା ପରିଚାଳକ ସହ ଆଲୋଚନା କରିଥିଲେ।ସନ୍ଧାନକରିବା ପରେଏହି ସମସ୍ତ ଟଙ୍କା ଆଜମେର ନଗର ନିଗମ ରୁ ଆସିଛି ବୋଲି ଜଣା ପଡିଥିଲା।ପରେ ଯେଉଁ ବ୍ୟାଙ୍କରୁ ଏହି ଟଙ୍କା ଆସିଥିଲା ସେହି ବ୍ୟାଙ୍କ ର ଶାଖା ପରିଚାଳକ ସହ ଆଲୋଚନା କରିବା ପରେ ଶ୍ରୀ ଜୈନ ସମସ୍ତ ଟଙ୍କା ଫେରେଇ ଦେଇଥିଲେ।ଏହି ଖବର ପ୍ରଚାର ହେବାପରେ ଶ୍ରୀ ଜୈନଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲ ରେ ପ୍ରଶଂସା କରିଛନ୍ତି l ପୂର୍ବରୁ ମଧ୍ୟ ଜୈନ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ରହି ଗରିବଙ୍କ କଲ୍ୟାଣ ଲାଗି ଜନହିତକର କାର୍ଯ୍ୟକରି ପ୍ରଂଶସା ପାଇଛନ୍ତି l

 ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଆମ୍ ଆଦମୀ ପାର୍ଟି ବେରୋଜଗାର ଯୁବକ ଯୁବତୀ ଙ୍କୁ ଭତ୍ତା ର ସୁନେଲୀ ସପ୍ନ ଦେଖାଇଲା ?

Sunil Chandra Nayak

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟର ପରିବାର

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

Leave a Comment

error: Content is protected !!