ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

ଡାବୁଗାଁ, ୨୩/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ସିନ୍ଧିକାଗୁଡା ଗ୍ରାମରେ ରବିବାର ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ସିନ୍ଧିକାଗୁଡା ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୩ ଘ. ସମୟରେ ତାରାଦି ଜାନୀ (୬୫) ନିଜ ଘର ବାହାରେ ଥିବା କୁକୁଡା ଘରକୁ ଯାଇ କୁକୁଡା ଅଣ୍ଡା କାଢୁ ଥିବା ସମୟରେ ପୂର୍ବରୁ କୁକୁଡାଘରେ ଥିବା ଏକ ନାଗ ସାପ ତାଙ୍କ ଡାହାଣ ହାତର ଆଙ୍ଗୁଠିରେ କାମୁଡି ଦେଇଥିଲା | ସାପ କାମୁଡିବାରୁ ତାରାଦି ଚିତ୍କାର କରିଥିଲେ | ଚିତ୍କାର ଶୁଣି ଘର ପାଖରେ ଥିବା ସମ୍ପର୍କୀୟ ଭଉଣୀ ମାଙ୍ଗୀ ଜାନୀ ଓ ତାଙ୍କ ବୋହୁ ଚିତ୍ରା ଜାନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ | ଏହା ପରେ ପରିବାରର ପୁରୁଷ ଲୋକ ମାନେ ଆସି ତାରାଦି ଙ୍କୁ ଘରକୁ ନେଇଥିଲେ | ପରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଏଠାରେ ଡାକ୍ତର ସତ୍ୟବ୍ରତ ବାରିକ ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକଙ୍କ ପରିବାର ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦିଆଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳାର ଆୟୋଜନ

Sunil Chandra Nayak

ଆରମ୍ଭ ହେଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା

Sunil Chandra Nayak

ସମ୍ବିଧାନ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

Sunil Chandra Nayak

Leave a Comment

error: Content is protected !!