ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ବିରୋଧୀ ଦଳ ନେତା ହେଲେ ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶନିବାର ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ ଦଳର ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି।କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ଥିବା ପ୍ରଦୀପ୍ତ କୁମାର ନାଏକ ଏବେ ବି ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ସେ ଦୁଇ ବର୍ଷ ଧରି ବିଧାନସଭାକୁ ଆସିପାରୁନାହାନ୍ତି। ଏହାକୁ ନେଇ ନୂଆ ବିରୋଧୀ ଦଳ ନେତା ବାଛିବାକୁ ପୂର୍ବରୁ ବିଧାୟକମାନେ ଦାବି କରିଥିଲେ। ଏହି ଦୌଡ଼ରେ ବିଷ୍ଣୁଚରଣ ସେଠୀ, ମୋହନ ମାଝୀ, ଜୟନାରାୟଣ ମିଶ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ବିରୋଧୀ ଦଳ ନେତା ଚୟନ ନେଇ ବିଧାୟକ ଓ ରାଜ୍ୟର ବରିଷ୍ଠ ନେତାଙ୍କ ବୈଠକ ବସିଥିଲା। ଏଥିରେ ସର୍ବ ସମ୍ମତି କ୍ରମେ ଜୟନାରାୟଣଙ୍କ ନାମ ଉପରେ ମୋହର ବାଜିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସନ୍ତୋଷ କୁମାର ସାହୁ ଙ୍କ କବିତା ଫମ୍ପା ପୀୟୂଷ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ପ୍ରତିଘାତ

Sunil Chandra Nayak

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ

Leave a Comment

error: Content is protected !!