ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ବିରୋଧୀ ଦଳ ନେତା ହେଲେ ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶନିବାର ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ ଦଳର ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି।କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ଥିବା ପ୍ରଦୀପ୍ତ କୁମାର ନାଏକ ଏବେ ବି ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ସେ ଦୁଇ ବର୍ଷ ଧରି ବିଧାନସଭାକୁ ଆସିପାରୁନାହାନ୍ତି। ଏହାକୁ ନେଇ ନୂଆ ବିରୋଧୀ ଦଳ ନେତା ବାଛିବାକୁ ପୂର୍ବରୁ ବିଧାୟକମାନେ ଦାବି କରିଥିଲେ। ଏହି ଦୌଡ଼ରେ ବିଷ୍ଣୁଚରଣ ସେଠୀ, ମୋହନ ମାଝୀ, ଜୟନାରାୟଣ ମିଶ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ବିରୋଧୀ ଦଳ ନେତା ଚୟନ ନେଇ ବିଧାୟକ ଓ ରାଜ୍ୟର ବରିଷ୍ଠ ନେତାଙ୍କ ବୈଠକ ବସିଥିଲା। ଏଥିରେ ସର୍ବ ସମ୍ମତି କ୍ରମେ ଜୟନାରାୟଣଙ୍କ ନାମ ଉପରେ ମୋହର ବାଜିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା  ଶ୍ରୀ କୃଷ୍ଣ

Sunil Chandra Nayak

ରାଇରଙ୍ଗପୁର; ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ଦେହାନ୍ତ

Sunil Chandra Nayak

ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ ଖଲାସ ଦାବିରେ ରାଜ୍ୟପାଳ ଙ୍କୁ ଦାବିପତ୍ର

Leave a Comment

error: Content is protected !!