ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ

ଡାବୁଗାଁ, ୨୬/୧୦ (ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ପଞ୍ଚାୟତ ସଦରମହକୁମାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଡାବୁଗାଁ ଅଗ୍ନିସମ ସଂସ୍ଥା ଦ୍ୱାରା ଛାତ୍ରୀ/ଛାତ୍ର ମାନଙ୍କୁ ମକ୍ ଡ୍ରିଲ ପ୍ରଦର୍ଶନ କରି ଛାତ୍ରୀ/ଛାତ୍ର ମାନଙ୍କୁ ସଚେତନ କରାଇ ଥିଲେ । ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା, ଶିକ୍ଷୟତ୍ରି ମାନସୀ ମହାନ୍ତି, ସବିତା ଦାସ, ୱାଡେନ ସଞ୍ଜୁ କାର୍ଜୀ ଓ ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ପ୍ରମୁଖ ଙ୍କ ସହଯୋଗରେ ଭାରପ୍ରାପ୍ତ ଅଗ୍ନିସମ କେନ୍ଦ୍ର ଅଧିକାରୀ ଉପେନ୍ଦ୍ର କୁମାର ମହାରଣା, ଆଗ୍ନିକ ହେମନ୍ତ କୁମାର ମାଝି, ସୁମନ୍ତ କୁମାର ସାହୁ, ହିରୋଜ କୁମାର ବେହେରା ଓ ଆଗ୍ନିକ ଡ୍ରାଇଭର ପ୍ରସନ୍ନ ବିଶ୍ୱାଳ ପ୍ରମୁଖ ଙ୍କ ଦ୍ୱାରା ଗଭୀର ଜଳ ମଧ୍ୟରୁ ବିପନ୍ନ ବ୍ୟକ୍ତି ଙ୍କୁ ଉଦ୍ଧାର କରିବା କୌଶଳ, ରାସ୍ତାରେ ଗଛ ପଡି ଥିଲେ ଯନ୍ତ୍ର ସାହାଯ୍ୟରେ ଗଛ କାଟିବା, ଗ୍ୟାସ ଜଳୁଥିଲେ ଗ୍ୟାସ କୁ ଲିଭାଇବା କୌଶଳ, ତୈଳ ରେ ନିଆଁ ଲାଗି ଥିଲେ ନିଆଁ କୁ ଲିଭାଇବା ପ୍ରଣାଳୀ, ଘରେ ନିଆଁ ଲାଗି ଥିଲେ ନିଆଁକୁ ପାଣି ପାଇପ ଉପରେ ସଜ୍ଞାହିନ ବ୍ୟକ୍ତିକୁ କିପରି ଉଦ୍ଧାର କରିବା କୌଶଳ, ବନ୍ୟା, ବାତ୍ୟା, ଦୁର୍ଘଟଣା ଘଟି ଥିବା ସ୍ଥାନ ମାନଙ୍କରୁ ସହଜ ଉପାୟ ରେ ଉଦ୍ଧାର କରିବା କୌଶଳ ମାନ ପ୍ରଦର୍ଶନ କରି ଛାତ୍ରୀ ଛାତ୍ର ମାନଙ୍କୁ ବ୍ୟାପକ ଭାବେ ବୁଝାଇ ଥିଲେ । ଏଭଳି ସଚେତନ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟରେ କରାଗଲେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସାହସ ସହ ପରୋପକାର କରି ଧନ ଜୀବନ ରକ୍ଷା କରି ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ନୂଆଁଖାଇର୍ ସାଜୋ ପିଂଧା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଦିବଂଗତ ଏସପିଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!