ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା.. ରାଜ୍ୟରେ ସାମ୍ବାଦିକଙ୍କ ସଂଖ୍ୟା କେତେ ଓ ସେମାନଙ୍କୁ ରାଜ୍ୟ ସରକାର କ’ଣ ସୁବିଧା ଦେଇଥାନ୍ତି? 

ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ବିଭିନ୍ନ ନିୟମ ପ୍ରଣୟନ କରାଯାଇଛି । ଓଡିଶା ପ୍ରେସ ଆର୍କିଡେସନ ୧୯୯୪ ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ସାମ୍ବାଦିକମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ୧୩୭ ଜଣ ରାଜ୍ୟ ସ୍ତରୀୟ, ୪୪ ଜଣ ମୁକ୍ତ ବୃତ୍ତି ଓ ୨୫ ଜଣ ଜିଲ୍ଲା ସ୍ତରୀୟ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଅଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ କହିଛନ୍ତି।

ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଥିଲେ ଯେ, ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ଫଣ୍ଡ ନିୟମ ୨୦୦୬ ଅନୁଯାୟୀ ଏହି ପାଣ୍ଠିରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଥିରେ ୧୪୦ ଜଣ ସାମ୍ବାଦିକ ଉପକୃତ ହୋଇଛନ୍ତି । ଏହାସହ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରାଯାଇ ସାମ୍ବାଦିକମାନଙ୍କୁ ୨ଲକ୍ଷ ଟଙ୍କକାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ଚଳିତ ବର୍ଷ ୮୯୩୨ ଜଣ ସାମ୍ବାଦିକ ଉପକୃତ ହୋଇଛନ୍ତି ।

ବିଧାୟକ ଶ୍ରୀ ସାହୁ ବିଧାନସଭାର ଅଧିବେଶନରେ ଜାଣିବାକୁ ଚାହିଁଥିଲେ ଯେ, ରାଜ୍ୟରେ ସାମ୍ବାଦିକମାନଙ୍କ କଲ୍ୟାଣ ନିମନ୍ତେ କି କି ପଦକ୍ଷେପ ନିଆଯାଇଛି? ଆଉ ସେଥିରେ କେତେ ସାମ୍ବାଦିକ ଉପକୃତ ହୋଇଛନ୍ତି? ଆଉ କି କି ସୁବିଧା ଯୋଗାଇବାକୁ ସରକାର ଚିନ୍ତା କରୁଛନ୍ତି ?

ସାମ୍ବାଦିକମାନଙ୍କୁ କେଉଁ କେଉଁ ସୁବିଧା ମିଳୁଛି ଜାଣନ୍ତୁ….

ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ରେଳଯାତ୍ରା ନିମନ୍ତେ ରିହାତି ଦରରେ ଯିବା ପାଇଁ ରେଳ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପାସ ଦେବାକୁ ସୁପାରିଶ କରାଯାଇଥାଏ,ଦିଲ୍ଲୀସ୍ଥିତ ଓଡିଶା ନିବାସ, କୋଲକାତାସ୍ଥିତ ଉତ୍କଳ ଭବନ, ମୁମ୍ବାଇସ୍ଥିତ ଓଡିଶା ଭବନ ଏବଂ ସରକାରୀ ଡାକବଙ୍ଗଳାମାନଙ୍କରେ ସେମାନଙ୍କ ରହଣୀ ନିମନ୍ତେ ରିହାତି ଦରରେ ଆରକ୍ଷଣ ସୁବିଧା ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯାଇଥାଏ,ପୁରୀ ରଥଯାତ୍ରା ବିବରଣୀ ସଂଗ୍ରହ କରିବାକୁ ରାଜ୍ୟସ୍ତରୀୟ ସାମ୍ବାଦିକମାନଙ୍କୁ ପୁରୀ ଯିବାର ବ୍ୟବସ୍ଥା ଥାଏ,ସାମ୍ବାଦିକମାନଙ୍କୁ ସଚିବାଳୟ ପ୍ରବେଶ ପତ୍ର ପ୍ରଦାନ ନିମନ୍ତେ ଗୃହ ବିଭାଗକୁ ସୁପାରିଶ କରାଯାଇଥାଏ,କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୪ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ଦିଆଯାଇଥାଏ,ସାମ୍ବାଦିକମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ସହିତ ଆର୍ଥିକ ସହାୟତାର ବ୍ୟବସ୍ଥା । ଯଦି କୌଣସି କ୍ଷେତ୍ରରେ ସ୍ୱାସ୍ଥ୍ୟ ଖର୍ଚ୍ଚ ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ ସ୍ୱାସ୍ଥ୍ୟ, ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଅଧିକ ସହାୟତାର ବ୍ୟବସ୍ଥା ଅଛି,ଯଦି କୌଣସି ସାମ୍ବାଦିକ ସ୍ଥାୟୀ ଭାବେ ଅକ୍ଷମ ହୁଅନ୍ତି, ସେ କ୍ଷେତ୍ରରେ ତାଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି,କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ପାଇଁ ସହାୟତା ଦିଆଯିବ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କା ଓ ଉଚ୍ଚ ଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯିବ,ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସରକାର ସହାୟତା ଯୋଗାଇଦେବେ। ଆଇଆଇଏମସି ପରି ସଂସ୍ଥାଗୁଡିକରେ ରାଜ୍ୟ ସରକାର ୫ ବର୍ଷିୟ ବ୍ଲକ ପିରିୟଡ ମଧ୍ୟରେ ଜଣ ପିଛା ୧୦,୦୦୦ ଟଙ୍କା ଖର୍ଚ୍ଚ ବହନ କରିବାର ବ୍ୟବସ୍ଥା ରହିଛି,କୌଣସି କାର୍ଯ୍ୟରତ ସାମ୍ବାଦିକ ତାଙ୍କର କର୍ତ୍ତବ୍ୟ ସମ୍ପାଦନ ସମୟରେ କରୋନା ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପରବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡ଼ିଶାରେ ସର୍ବାଧିକ ଜରାଶ୍ରମ – ଭାରତରେ ୫୩୪, ଓଡ଼ିଶାରେ ୮୫

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ବାରଙ୍ଗନା

Sunil Chandra Nayak

Leave a Comment

error: Content is protected !!