ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମହାପାତ୍ର ଙ୍କ କବିତା ନିର୍ବାଣ ନୁହେଁ, ମୁଁ ଜୀବନ କାମନା କରେ

ନିର୍ବାଣ ନୁହେଁ, ମୁଁ ଜୀବନ

କାମନା କରେ

ଜୀବନ ସବୁଠାରୁ ମୂଲ୍ୟବାନ
ସହସ୍ର ସହସ୍ର ପରାମର୍ଥ ଠାରୁi
ଈଶ୍ୱରୀୟ ପ୍ରବଚନ,
ମୋକ୍ଷ ପାଇଁ ପାର୍ଥନା ଠାରୁ
ବି ବଡ଼!
କାହାପାଇଁ ଏ ଜଗତରେ
ମାଧବୀ ସନ୍ଧ୍ୟା.
କାହାପାଇଁ ଅନନ୍ତ କାଳର
ଶୀତଳ ବସାନ୍ତିକ ପବନ
ଆଉ ନିଝୁମ ରାତିର ନିଦ,
ସକାଳ ପ୍ରହରର ନିଦ
ବେସର ବାଟିଆ ମାଛ ଝୋଳ
ଶୀତ ସକାଳର ନାଲି ଖରା
ବେଣ୍ଟ ପୋଖରୀର ପାଣି 
କାହାକୁ ବିମୋହିତ ନକରେ?
ବର୍ଣ୍ଣିଳ ବସୁନ୍ଧରା କରେ
ବିମୋହିତ
କବି ଆନନ୍ଦରେ ହିଁ ଗାଇଥାଏ
ଗୀତ!
ଆନନ୍ଦ ନାହିଁତ ଜୀବନ ନାହିଁ
ଜୀବନ ପାଇଁ ଖୋଜୁ
ସ୍ବପ୍ନ ଓ ଶୃଙ୍ଗାର!
ଯିଏ ଯାହାହେଉ,
ସିଏ ରୁଷି ହୁଅନ୍ତୁ କି ରାଜା
କବି ହୁଅନ୍ତୁ ବା କାଠୁରିଆ
ସିଏ ନେତାହୁଅନ୍ତୁ ଅବା ବକ୍ତ!
ଚୋଷନ୍ତି ଜୀବନବୃକ୍ଷର ରସ!
ଜୀବନ ଈଶ୍ୱରଙ୍କ ଦାନ
ଜୀବନ ମୋ ପାଇଁ ବଡ଼
ବିଶ୍ୱ ଦେଖ ମଧୁମୟରେ
ଜୀବନ,
ମୁଁ ଆସିଛି ଏ ପୃଥିବୀକୁ
ମଣିଷ ଜୀବନ ନେଇ
ସୁନ୍ଦର ଜୀବନ ବଂଚିବା ପାଇଁ
ନିର୍ବାଣ ନୁହେଁ.,.
ମୁଜୀବନ କାମନା କରେ!

ମଧୁସୂଦନ ମହାପାତ୍ର

ଝୁଂପାଣ. (ନୀଳାଦ୍ରି ବିହାର )
ନଗୁଁଆ.,ଯାଜପୁର.

 

Related posts

ବିଷାକ୍ତ ମହୁଲଫାସ ଖାଇ ଗାଈ ଗୋରୁ ରୁଗ୍ଣ , ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ

ଧର୍ମଗଡ ବ୍ଲକ ରେ ମିଶନ ଶକ୍ତି ଋଣ ମେଳା

Sunil Chandra Nayak

Leave a Comment

error: Content is protected !!