ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମହାପାତ୍ର ଙ୍କ କବିତା ନିର୍ବାଣ ନୁହେଁ, ମୁଁ ଜୀବନ କାମନା କରେ

ନିର୍ବାଣ ନୁହେଁ, ମୁଁ ଜୀବନ

କାମନା କରେ

ଜୀବନ ସବୁଠାରୁ ମୂଲ୍ୟବାନ
ସହସ୍ର ସହସ୍ର ପରାମର୍ଥ ଠାରୁi
ଈଶ୍ୱରୀୟ ପ୍ରବଚନ,
ମୋକ୍ଷ ପାଇଁ ପାର୍ଥନା ଠାରୁ
ବି ବଡ଼!
କାହାପାଇଁ ଏ ଜଗତରେ
ମାଧବୀ ସନ୍ଧ୍ୟା.
କାହାପାଇଁ ଅନନ୍ତ କାଳର
ଶୀତଳ ବସାନ୍ତିକ ପବନ
ଆଉ ନିଝୁମ ରାତିର ନିଦ,
ସକାଳ ପ୍ରହରର ନିଦ
ବେସର ବାଟିଆ ମାଛ ଝୋଳ
ଶୀତ ସକାଳର ନାଲି ଖରା
ବେଣ୍ଟ ପୋଖରୀର ପାଣି 
କାହାକୁ ବିମୋହିତ ନକରେ?
ବର୍ଣ୍ଣିଳ ବସୁନ୍ଧରା କରେ
ବିମୋହିତ
କବି ଆନନ୍ଦରେ ହିଁ ଗାଇଥାଏ
ଗୀତ!
ଆନନ୍ଦ ନାହିଁତ ଜୀବନ ନାହିଁ
ଜୀବନ ପାଇଁ ଖୋଜୁ
ସ୍ବପ୍ନ ଓ ଶୃଙ୍ଗାର!
ଯିଏ ଯାହାହେଉ,
ସିଏ ରୁଷି ହୁଅନ୍ତୁ କି ରାଜା
କବି ହୁଅନ୍ତୁ ବା କାଠୁରିଆ
ସିଏ ନେତାହୁଅନ୍ତୁ ଅବା ବକ୍ତ!
ଚୋଷନ୍ତି ଜୀବନବୃକ୍ଷର ରସ!
ଜୀବନ ଈଶ୍ୱରଙ୍କ ଦାନ
ଜୀବନ ମୋ ପାଇଁ ବଡ଼
ବିଶ୍ୱ ଦେଖ ମଧୁମୟରେ
ଜୀବନ,
ମୁଁ ଆସିଛି ଏ ପୃଥିବୀକୁ
ମଣିଷ ଜୀବନ ନେଇ
ସୁନ୍ଦର ଜୀବନ ବଂଚିବା ପାଇଁ
ନିର୍ବାଣ ନୁହେଁ.,.
ମୁଜୀବନ କାମନା କରେ!

ମଧୁସୂଦନ ମହାପାତ୍ର

ଝୁଂପାଣ. (ନୀଳାଦ୍ରି ବିହାର )
ନଗୁଁଆ.,ଯାଜପୁର.

 

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ନୂଆଖାଇ ପର୍ବ

Sunil Chandra Nayak

ରାହୁଲ ଗାନ୍ଧୀ ଙ୍କୁ ପୋଲିସ ର ବର୍ବରତା କୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

ବଣୁଆ ହାତୀ ଆକ୍ରମଣରେ ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!