ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲତା ବେହେରା ଙ୍କ କବିତା ଠିକଣା

       ଠିକଣା 

   

           ଲତା ବେହେରା 

         
ଭୁଲି ଯାଇଅଛି ନିଜର ଠିକଣା 
        ତୋ ପାଇଁରେ ପ୍ରିୟା ମୁଁ 
ଏଇ ଆଖି ତୋତେ ଖୋଜିରେ ପାଉନି
      କେଉଁଠି ଅଛୁରେ ତୁ ?
ହୃଦୟ ଇଲାକେ କରିଛୁ ତୁ ଘର 
       ତେତେ ଭଲ ପାଏ ମୁଁ 
କେଉଁଠି ହଜିଲୁ ଠିକଣା ଭୁଲିଲୁ 
       ଆ ରେ ସାଥି ଆ ମୋ ତୁ ।
ଭରିଲୁ କେତେ ସପନ
ଦେଲୁରେ ମୋତେ ଜୀବନ 
କେଉଁଠି ଠିକଣା ଆଜି
        ହଜେଇଲୁ ତୁ ।
ତୋ ପାଇଁ ଭୁଲିଗଲି ଏ ସାରା ଦୁନିଆ
ତୋ ପ୍ରେମ କରି ଦେଲା ମୋତେରେ କିମିଆ 
ଭୁଲି ଗଲି ଭୋକ ଶୋଷ ତୋ ପ୍ରେମରେ ପଡି
ଯିଏ ଦେଖେ ହସି କହେ ଭଲ ଆମ ଯୋଡି 
ନୀଳ ନୀଳ ଆଖି ତୋର 
ମାରେ ସାଥି ପ୍ରେମ ଶର 
 ତୋ ପ୍ରେମରେ ମତୁଆଲା
         ହେଇଛିରେ ମୁଁ ।
କେମିତି ଠିକଣା ମୋର
         ଭୁଲିଗଲୁ ତୁ ।
ତୁ ଯେବେ ଡାକି ଦେଉ ମୁଁ ଧାଇଁ ଯାଏ
ଜୀବନଠୁ ବେଶୀ ସାଥି ତୋତେ ଭଲ ପାଏ ।
ମୁଁ ଯଦି ବଞ୍ଚିଛି ଆଜି ଏକା ତୋ ପାଇଁ 
ତୋତେ ଛାଡି କେବେ ପ୍ରିୟା ପାରିବିନି ଜୀଇଁ 
ହେବୁନି ତୁ ବାଟ ବଣା
ଚିଠିରେ ଅଛି ଠିକଣା 
ମଶାଣୀ ଜୁଇରେ ତୋତେ 
        ଚାହିଁଛିରେ ମୁଁ 
ଶେଷ ଥର ପାଇଁ ଦେଖା
       କରିବୁରେ ତୁ ।
ପାଇଲିନି ତୋ ଠିକଣା ଥକି ଗଲା ଆଖି
ଏ ମଶାଣୀ ପାଉଁଶ ମୋ ହେଲା ପ୍ରେମ ସାକ୍ଷୀ 
ଭୁଲ୍ ବୁଝିବୁନି ପ୍ରିୟା ଦେଇନି ମୁଁ ଧୋକା
ତୁ ମୋ ପ୍ରେମିକା ଥିଲୁ ତୁ ମୋ ନାୟିକା ।
ଆଖିରେ ରହିଛୁ ତୁ
ରକତରେ ଲେଖା ତୁ
ତୋ ପାଇଁ ମଶାଣୀରେ 
        ଶୋଇଗଲି ମୁଁ ।
ଭୁଲିବୁନି ଏ ଠିକଣା 
        ଆସିବୁରେ ତୁ ।

         ଲତା ବେହେରା 

           ଜକା, ଢେଙ୍କାନାଳ 

Related posts

ବେଣୁ ଧର ସୁତାର ଙ୍କ କବିତା – କବିତା ଗୋ ତୁମେ

Sunil Chandra Nayak

ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ

Sunil Chandra Nayak

ଆଜିଠାରୁ ରାଜଧାନୀରେ ଗଡିବ ଇ-ବସ ଏବଂ ଇ-ରିକ୍ସା

Sunil Chandra Nayak

Leave a Comment

error: Content is protected !!