ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ରେ ଥିବା ଆଦିବାସୀ ହଷ୍ଟେଲ ରୁ ବର୍ଷା ପାଣି ଝରୁଛି, କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳିତ ବନ୍ଦ କରି ଥିବା ବେଳେ ତୁରନ୍ତ ମରାମତି ନେଇ ଦାବୀ ହୋଇଛି

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ରହିଅଛି ଆଦିବାସୀ ହଷ୍ଟେଲ। ଏହି ହଷ୍ଟେଲ ର ଛାତ ରୁ ବର୍ଷା ପାଣି ଝରୁ ଥିବା ବେଳେ ସେଠାରେ ଶିକ୍ଷାଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଅଛି। ଏହି ଆଦିବାସୀ ହଷ୍ଟେଲ ରେ ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳିତ ହେଉଥିଲା। ହଷ୍ଟେଲରେ ବର୍ଷା ପାଣି ଝରୁଥିବା କାରଣ ରୁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଗୋଟିଏ ଦିନ ବ୍ୟବଧାନ ରେ ପ୍ରଥମ ରୁ ପଞ୍ଚମ ଏବଂ ଅପର ଦିନ ଷଷ୍ଠ ରୁ ଦଶମ ଶ୍ରେଣୀ ଶିକ୍ଷା ଦାନ କରାଯାଉଅଛି। ଫଳରେ ଛାତ୍ର ଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ରେ ଅନେକ ସମସ୍ୟା ସୃଷ୍ଟି ହେଉଅଛି। କେନ୍ଦ୍ରୀୟ ବିଦ୍ୟାଳୟ କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନଚେତ ଏହି ଆଦିବାସୀ ହଷ୍ଟେଲ କୁ ମରାମତି ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଙ୍କୁ ସାଧାରଣ ରେ ଦାବୀ ହୋଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ତାଲୁକ ଆଇନ ସେବା କମିଟି ତରଫରୁ ୭୩ ତମ ବନ ମହୋତ୍ସବ ପାଳିତ

ଏଣିକି ସହଜରେ ମିଳିବ ନାହିଁ ମୋବାଇଲ ସିମ୍ କାର୍ଡ: କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ

ଜିଲା ପ୍ରାଥମିକ ଶିକ୍ଷକ ଏକ୍ସ- କ୍ୟାଡର ଏବଂ ଗଣଶିକ୍ଷକ ସଂଘର ଜିଲା ସ୍ତରୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!