ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି  ଙ୍କ ଗଳ୍ପ ରାକ୍ଷୀ ଭିଜିଗଲା ଆଖି ଲୁହରେ

ରାକ୍ଷୀ ଭିଜିଗଲା ଆଖି ଲୁହରେ

       ନିରୁପମା ପାଣି 

ଭାଇ ତ କଟକରେ ରହିଛି ବରଷକୁ ଥରେ ବି ସମୟ ହେଉନି ଭଉଣୀ ଘରକୁ ଆସିବାକୁ !! ବାହାହେବା ଆଗରୁ କେବେ କେମିତି ପଢୁଆଁ ଅଷ୍ଟମୀରେ ଆସେ , ଭଉଣୀ ବୀଣାର ମନ ଖୁସି ରେ ନାଚୀଯାଏ ! ନାନା ଦରବ ଭାଇ ଲାଗି ଯୋଗାଡ କରେ ! ଭାଇର ପସନ୍ଦ ବୀଣାକୁ ସବୁ ଜଣା!! 

ରାଧୁ ବାରିକ୍ ମୁଲ ପାତି ଲାଗି ଚଳି ଯାଆନ୍ତି ! ଦୁଇ ପିଲା ଆଉ ସ୍ତ୍ରୀକୁ ନେଇ ତାଙ୍କ ହସ ଖୁସିର ପରିବାର !! ହେଲେ ଦଇବ ସହିଲାନି ବୀଣା ମାଆଟା ବାଧିକିରେ ପଡି ଚାଲିଗଲା!! ରାଧୁ ବାରିକ୍ ଆଉ ବାହା ହେଲେନି ପିଲା ଦିହିଙ୍କ ମୁହଁକୁ ଅନେଇ!! ବୀଣା ପାଠ ଶାଠ ପଢିନି ଘର କାମରେ ସାହାଯ୍ୟ କରେ ! ହେଲେ ପୁଅ ବୁଲୁ ଗାଆଁ ସ୍କୁଲ୍ ପାଠ ସାରି ସହରରେ ଯାଇ ପଢିଲା !! ବୀଣାର ଅଠର ବୟସ ବେଳେ ରାଧୁ ବାରିକ୍ ବୀଣାକୁ ବାହା କରିଦେଲେ !! ଚାଷି ବନ୍ଦି ପରିବାର ଦେଖି ! ତା ର ମରିବାକୁ ଫୁରୁସତ ନଥାଏ ଖାଲି କାମ ଆଉ କାମ !! ବରଷ ଶେଷରେ ପୁଣି କୋଳରେ ଛୁଆ !!

         ବୁଲୁ ପାଠ ପଢା ସରିଲା କଟକ ସହରରେ କିରାଣୀ ଚାକିର ଖଣ୍ଡେ ପାଇଗଲା ପରେ ରାଧୁସାହୁ ବୁଲୁର ବାହାଘର ଲାଗି ଝିଅ ଦେଖିବା ଆରମ୍ଭ କରିଦେଲେ ! ଚିହ୍ନା ଜଣା ବନ୍ଧୁ ବାନ୍ଧବଙ୍କ ଜରିଆରେ ! ବୁଲୁ ନିଜ ମନ କଥା ଜଣେଇ ଦେଲା ଯେ ସେ ଝିଅ ପସନ୍ଦ କରିସାରିଛି , ବାସ୍ ବାହାଘର ହୋଇଗଲା ! ଚଉଠି ଅଷ୍ଟମଙ୍ଗୁଳା ସାରି ପୁଅ ବୋହୁ ସହର ପଳେଇଲେ ! ସରକାରୀ ଚାକିରୀ ଛୁଟି ବେଶି ମିଳିବନି !! ବୀଣା ବି ତା ଦୁଃଖ ସୁଖର ସଂସାରକୁ ଫେରି ଆସିଲା !! ଆ ଭିତରେ ପାଞ୍ଚ ବରଷ ହୋଇଗଲାଣି ! ବେଳେ ବେଳେ ବାପାକୁ ବୀଣା ଦେଖା କରେ , ହେଲେ ଭାଇକୁ ଦେଖିବାକୁ ତା ମନ ଡହଳ ବିକଳ ହେଉଥାଏ !! ସ୍ୱାମୀ କୁ କହି ରାକ୍ଷୀ ବାନ୍ଧିବା ବାହାନାରେ ବୀଣା ଭାବିଲା ଭାଇକୁ ଦେଖା କରିବ ଭାଇ ଭାଉଜ ଏତେ ଦିନ ପରେ ଦେଖି ଖୁସି ହେଇ କେତେ କଣ ଦେବେ ! ଏମିତି ଖୁସିରେ ବୀଣା ଗୋଡ ତଳେ ଲାଗୁନଥାଏ !! ରାକ୍ଷୀ ପୁନେଇ ଦିନ ସ୍ୱାମୀ ସହ ବୀଣା ପୁଅ ଝିଅଙ୍କୁ ଧରି ସକାଳୁ ବାହାରି ପଡିଲା କଟକ!!

    ଦିନ ଦଶଟାରେ ଭାଇ ଘରେ ପହଞ୍ଚିଲା ! ତା ଯିବା ଆଗରୁ ଭାଇର ପାଞ୍ଚ ସାତ ଶାଳି ଆସି ପହଞ୍ଚି ରାକ୍ଷୀ ବାନ୍ଧି ସାରିଥିଲେ !! ଭାଉଜ ସେମାନଙ୍କ ଲାଗି ଖାଇବା ଯୋଗାଡରେ ଲାଗି ପଡି ଥାଆନ୍ତି !! କାରଣ ସେମାନେ କିଏ ବଡ ବାପା ଝିଅ ତ କିଏ ସାନ ବାପା ଝିଅ କିଏ ମାମୁଁ ମାଉସୀଙ୍କ ଝିଅ ତାଙ୍କ ଚର୍ଚ୍ଚା ହେବା ନିହାତି ଦରକାର ! ତାଙ୍କ ଲାଗି ଦାମିକିଆ ପୋଷାକ ବି ରହିଛି ରାକ୍ଷୀ ଉପହାର ବାବଦରେ ନେବେ ସେମାନେ!!

 ବୀଣାକୁ ଦେଖି ଭାଉଜଙ୍କ ମୁହଁ ସୁଖିଗଲା ଭାଇ ପଚାରିଲା ଆଗରୁ ନଜଣେଇ ଏମିତି ଆସିଗଲୁ ଯେ !! ବୀଣା କୁ ବହୁତ ବାଧିଲା ତଥାପି କହିଲା ତୁ ତ ଯାଉନୁ ସମୟ ହେଉନି ପାଞ୍ଚ ବରଷ ହେଲା ଭାବିଲି ନିଜେ ଯାଇ ତତେ ଦେଖି ଆସିବି !! ଏକାତ ଆସି ପାରିବିନି ତୋ ଭାଇବି ଆସିଲେ ସାଙ୍ଗରେ!! ଆଜି ରାକ୍ଷୀ ବାନ୍ଧି ଚାଲି ଯିବି!! ଏତିକି କହି ରାକ୍ଷୀ ବାନ୍ଧିଦେଲା ଭାଇ ହାତରେ ହେଲେ ରାକ୍ଷୀ ଉପରେ ତା ଆଖିର ଲୁହ ଟପ୍ ଟପ୍ ହୋଇ ନିଗିଡି ପଡୁଥାଏ !! ଭାଇ ସବୁ ଦେଖୁଥାଏ ବୁଝୁଥାଏ ହେଲ ନାଚାର ନିରୁପାୟ ସ୍ତ୍ରୀ ର ହୁକୁମ୍ ର ଚାକର ସେ !!ସ୍ତ୍ରୀ ର ବିନା ପରାମର୍ଶରେ ସେ ନିଜେ କଥା ବି କହି ପାରିବନି କାରଣ ସେ ତା ନିଜ ଇଛାରେ ରାଜି ହୋଇ ବାହା ହେଇଛି ! ପ୍ରତ୍ୟେକ ରାଜି ହେଇ ବାହାହେଉଥିବା ସ୍ୱାମୀ ଙ୍କ ଅବସ୍ଥା ଆଜିକାଲି ଏମିତି !! ନିଜ ଲୋକଙ୍କୁ ମିଶି ଲେ ସ୍ୱାମୀ ସ୍ତ୍ରୀ ରେ ଝଗଡା ସ୍ତ୍ରୀ ଇଛା ରେ ସ୍ୱାମୀ ଟି ଯାହା କରିବ ! ବୀଣା ଭାଇର ଦୁଃଖ ବୁଝି ପାରୁଥିଲା ସକାଳେ ଯୋଉ ବସ୍ ରେ ଯାଇ ଥିଲା ପୁଣି ସେଇ ବସ୍ ରେ ଫେରିଆସିଲା ତା ଗାଆଁ କୁ!! ସପଥ ନେଲା ଆଉ କେବେ ଭାଇକୁ ରାକ୍ଷୀ ବାନ୍ଧିବାର ସ୍ୱପ୍ନ ଦେଖିବନି !! ରାକ୍ଷୀ ଆଉ ଭୋଉଣୀର ଅଧୀକାର ହୋଇ ନାହିଁ ସମୟ ସହିତ ରାକ୍ଷୀ ଶାଳିର ଅଧୀକାର ରେ ବଦଳି ଯାଇଛି !ଆଉବି ଶାଳି ମାନଙ୍କର ଗୋଟେ ରୋଜଗାର ପନ୍ଥା ବି ବନି ଯାଇଛି !! 

ଶାଳି ସଂଖ୍ୟା ର ହିସାବ ନାହିଁ !! ଦେଖା ଯାଉଛି ଆଜିକା ସମାଜରେ ସ୍ତ୍ରୀର ଯେତେ ବନ୍ଧୁଙ୍କ ର ଝିଅ ସମସ୍ତେ ଶାଳି ହୋଇ ରାକ୍ଷୀ ର ଫାଇଦା ଉଠୋଉଛନ୍ତି !!

        ଚାନ୍ଦବାଲି  , ଭଦ୍ରକ୍

Related posts

ନର୍ଲା ବ୍ଲକ୍ ଅଧୀନ ବିଭିନ୍ନ ପଞ୍ଚାୟତକୁ ଟେଙ୍କର୍ ସାହାଯ୍ୟରେ ପାନୀୟ ଜଳଯୋଗାଣ

ପିଡିଙ୍କ ବିରୋଧରେ ଜିଲ୍ଲାପରିଷଦ ସଭ୍ୟ ଙ୍କ ଅଭିଯୋଗ , ଅଭିଯୋଗ ଖଣ୍ଡନ କଲେ ପିଡି

Sunil Chandra Nayak

ଲତା ବେହେରା  ଙ୍କ କବିତା ସ୍ୱାଭିମାନ

Sunil Chandra Nayak

Leave a Comment

error: Content is protected !!