ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୟନ ଖୁରା କୁ ପ୍ରଶାସନ କହିଲା ଚିକିତ୍ସା ପାଇଁ ସବୁ ସୁବିଧା କରିବ :   କିନ୍ତୁ ସେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିକଟସ୍ଥ ଧର୍ମଶାଳା ଗଛତଳେ

ତେନ୍ତୁଳିଖୁଣ୍ଟି ୦୯/୦୯/୨୨  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଗଦବା ଗୁଡା ଗ୍ରାମ ର ନୟନ ଖୁରା ଓ ମା ସୁଲୋଚନା ଖୁରା ଏବେ ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନ ନିକଟସ୍ଥ ଧର୍ମଶାଳା ପାଖ ଗଛମୂଳେ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ନିର୍ଦେଶ ରେ ଜିଲ୍କା ମୁଖ୍ୟ ଚିକତ୍ସା ଅଧିକାରୀ ନୟନ କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରିଲେ ସତ, କିନ୍ତୁ ଯେଉଁ 108 ଆମ୍ବୁଲାନ୍ସ ମା ପୁଅ ଓ ତାଙ୍କ ସହ ଯାଇଥିବା ସମ୍ପର୍କୀୟ ଙ୍କୁ ଏସ ସି ବି ମେଡିକାଲ ନେବା ପରିବର୍ତ୍ତେ  ଆଚାର୍ଯ୍ୟ ହରିହର କ୍ୟାନ୍ସର ପ୍ରତିଷ୍ଠାନ ନିକଟ ରେ ଛାଡି ଚାଲି ଯାଇଛି। ଉକ୍ତ ପ୍ରତିଷ୍ଠନ ନିକଟସ୍ଥ ଧର୍ମଶାଳା ରେ ରୁମ ଖାଲି ନଥିବାରୁ ଗତକାଲି 8 ତାରିଖ ଦିନ 12 ରୁ ଧର୍ମଶାଳା ନିକଟସ୍ଥ ବୃକ୍ଷ ତଳେ ଆଶ୍ରୟ ନେଜଛନ୍ତି। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଅର୍ଥ ଦେବା କହି କିଛି ଦିଆଯାଇନି। ଵର୍ତ୍ତମାନ ନୟନ ର ଚିକତ୍ସା ହେବ କିପରି? ସେମାନେ କଟକ କେବେ ଯାଇ ନାହାଁନ୍ତି, ବିଜୁ ସ୍ୱାସ୍ଥ୍ୟ କାର୍ଡ ସିନା ଅଛି ମେଡିକାଲ ନେବ କିଏ? ଖାଇବେ କଣ। ରହିବେ କେଉଁଠି? କଣ ନୟନ ଭାଗ୍ୟରେ ଚିକିତ୍ସିତ ହୋଇ ସ୍ୱାଭାବିକ ଜୀବନ ବିତାଇବା ନାହିଁ? କଣ ବଙ୍କା ହୋଇ ଯାଇଥିବା ଗୋଡ଼ ଠିକ ହେବନି? ଅନେକ ପ୍ରଶ୍ନ? ବିଧାୟକ ସଦାଶିବ ପ୍ରଧାନୀ, ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ନୟନ ର ଚିକିତ୍ସା ପାଇଁ ସୁବିଧା କରିବେ କହିଥିଲେ ସେମାନେ ସେମାନଙ୍କ ଲୋକ ପଠାଇ ନୟନ କୁ ଚିକିତ୍ସିତ ହେବରେ ସାହାଯ୍ୟ ଜରିବାକୁ ଦାବୀ ହେଉଛି । ମସୀହା ରେ ଚିକିତ୍ସା ପାଇଁ ପେନସନ କାର୍ଡ ବନ୍ଧକ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର ହୋଇଥିଲା । ତତ୍ପର ର ଫଳ କଣ ଗଛ ତଳ ?

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବଡ଼ଭାଇଙ୍କ ଡାକରା

ଆଇଡ଼ିଏଲ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାନେଇ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ଵାହରା ଙ୍କ କବିତା ଜଗନ୍ନାଥ ଜଣାଣ 

Sunil Chandra Nayak

Leave a Comment

error: Content is protected !!