ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧ ସମାଜ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ସତ୍ବେ ନର୍ଲା କନ୍ଧ ସମାଜ ଆନୁକୁଲ୍ୟରେ ବିଶ୍ଵ ଆଦିବାସୀ ଦିବସ ନର୍ଲା ନବ ନିର୍ମାଣଧୀନ ମା ଡୁକୁରୀ ଦେବୀ ପୀଠ ପ୍ରାଙ୍ଗଣରେ ପାଳନ କରାଯାଇଛି। ଏହି ଅବସରରେ ସର୍ବ ପ୍ରଥମେ ଦେଶମାତୃକାର ମୁକ୍ତି ପାଇ ଭାରତର ଯୋଦ୍ଧା ବୀର ଆଦିବାସୀ ବିଟ୍ରିଶ ବିରୁଦ୍ଧରେ ସ୍ବାଧୀନ ସଂଗ୍ରାମର ବୀଜ ବପନ କରିଥିବା ସହୀଦ ମାନଙ୍କ ସ୍ମୃତି ଚାରଣ କରି କନ୍ଧ ଗବେଷକ ମେଦିନୀଧର ଜାନୀ ସାହସୀକ ବୀର ସହୀଦ ମାନଙ୍କ ଗୁଣଗାନ କରିଥିଲେ। ଅମୃତ ମହୋତ୍ସବ ପାଳନ ଅବସରରେ ସହୀଦ ଆଦିବାସୀ ମାନଙ୍କ ନାମ ଏପର୍ଯ୍ୟନ୍ତ ଇତିହାସ ପୃଷ୍ଠା ମଣ୍ଡନ କରି ନ ଥିବା ପରିତାପର ବିଷୟ ବୋଲି ଗବେଷକ କ୍ଷୋଭ ପ୍ରକାଶ କରିଥିଲେ। ଆଦିବାସୀ ସହୀଦ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଇତିହାସ ପୃଷ୍ଠାରେ ସ୍ଥାନିତ କରିବାକୁ ଦାବି କରିଥିଲେ। ଦୀର୍ଘ ବର୍ଷ ପରେ ମଧ୍ୟ ପେସା ଆଇନ ଲାଗୁ ନ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ଯଥାଶୀଘ୍ର ପେସା ଆଇନ ଲାଗୁ କରିବା ପାଇଁ ଦାବି ହୋଇଥିଲା। ୨୦୦୬ ଆଇନ ଅନୁଯାୟୀ ଆଦିବାସୀ ମାନଙ୍କ ବ୍ୟକ୍ତିଗତ, ଗୋଷ୍ଠୀଗତ, ଜଙ୍ଗଲ ଜମି ଅଧିକାର ସରକାର ଯୁଦ୍ଧ କାଳୀନ ଭିତ୍ତିରେ ଲାଗୁ ପାଇଁ ଦାବି ହୋଇଥିଲା। ଭାରତୀୟ ସମ୍ବିଧାନରେ ଥିବା ଆଦିବାସୀ ମାନଙ୍କ ମୈ।ଳିକ ଅଧିକାର ଠିକ ରୂପେ କାର୍ଯ୍ୟକାରୀ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଥିଲା। ଆଦିବାସୀ ମାନଙ୍କ ସଂସ୍କୃତି, ପରମ୍ପରା, ଭାଷା ଆଦି ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା। ବିଶ୍ଵ ଆଦିବାସୀ ଦିବସକୁ ସର୍ବ ଭାରତୀୟ ସ୍ତରରେ ଛୁଟି ଘୋଷଣା ପାଇଁ ଦାବି ହୋଇଥିଲା। ବିଶ୍ଵ ଆଦିବାସୀ ଦିବସ କିପରି ଘରେ ଘରେ ପାଳନ କରାଯିବ ଏହାର ପ୍ରଚାର ପ୍ରସାର ପାଇଁ ଯୁବ କନ୍ଧ କବି କ୍ଷିତୀଶ ଚନ୍ଦ୍ର ମାଝୀ ମତାମତ ଦେଇଥିଲେ। ଏହି ଅବସରରେ ବଳିଷ୍ଠ ଯୁବ କନ୍ଧ ସଂଗଠକ ଦୁର୍ଯ୍ୟୋଧନ ମାଝୀ, ମୋହନ ମାଝୀ, ଛବି ମାଝୀ,ବିଦୁ ମାଝୀ, ଘନଶ୍ୟାମ ମାଝୀ, ବରିଷ୍ଠ ନାଗରିକ ନୀଳକଣ୍ଠ ମାଝୀ, ଗଜପତି ମାଝୀ, ଭୂଜନ ମାଝୀ, ଗଦା ମାଝୀ, ଜଗ ମାଝୀ ପ୍ରମୁଖ ଯୋଗଦାନ କରି ଆଦିବାସୀ ଦିବସର ଜୟଗାନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସାମ୍ବାଦିକମାନଙ୍କୁ ଆକ୍ରମଣର ସୁରକ୍ଷା ସହିତ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଗୋଳାମୁଣ୍ଡାଓ କେଗାଁ ଥାନାରେ ଜନକଲ୍ୟାଣ ସଙ୍ଘର ଦାବିପତ୍ର ପ୍ରଦାନ

Sunil Chandra Nayak

କାଣିଗୁମା ଗ୍ରାମପଞ୍ଚାୟତ ଠାରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଭାରତୀୟ ନୌସେନାର ଜାହାଜ ବିଧ୍ୱଂସୀ ମିସାଇଲର ସଫଳ ପରୀକ୍ଷଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!