ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟବଡ଼ ର ସାଇଜ୍ଞାନ ପ୍ଲେ ସ୍କୁଲ  ଓ ଜଗତସିଂହପୁର ହେଡ଼ ପୋଷ୍ଟ ଅଫିସର ମିଳିତ ଆନୁକୂଲ୍ୟରେ ହର ଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁରର ଜୟବଡରେ ଥିବା ଅଗ୍ରଣୀ ସାଇଜ୍ଞାନ ପ୍ଲେ ସ୍କୁଲ ପରିସରରେ “ହର ଘର ତ୍ରିରଙ୍ଗା” ଓ ଆଜାଦିକ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି | ପ୍ଲେ ସ୍କୁଲ ର ଅଧକ୍ଷା ଶ୍ରୀମତୀ ପ୍ରଜ୍ଞା ପାରମିତା ଚୌଧୁରୀଙ୍କ ଅଧକ୍ଷତାରେ ଆୟୋଜିତ ହର ଘର ତ୍ରିରଙ୍ଗା ଅଭିଯାନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀଯୁକ୍ତ କାମିନୀ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ଜଗତସିଂହପୁର ପ୍ରଧାନ ଡାକଘର ପ୍ରଧାନ ଡାକପାଳ ରଞ୍ଜନ କୁମାର ସାହୁ, ଡାକ କର୍ମଚାରୀ ବିଶ୍ଵନାଥ ଯତି, ରେଡ଼ିଓ ସଂସ୍କାର ନିର୍ଦେଶକ ସୌମ୍ୟରଞ୍ଜନ ନାୟକ, ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ | ପ୍ଲେ ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ଜାତୀୟ ପତାକା ଧରି ଏହି ଅଭିଯାନରେ ସାମିଲ ହୋଇଥିଲେ | ଛାତ୍ରଛାତ୍ରୀଙ୍କର ଅଭିଭାବକମାନେ ଆସନ୍ତା ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଘରେ ଜାତୀୟ ପତାକା ଉଡାଇ “ହର ଘର ତ୍ରିରଙ୍ଗା” ଅଭିଯାନକୁ ସଫଳ କରାଇବେ ବୋଲି ପ୍ରକାଶ କରିଥିଲେ | ସ୍ଥାନୀୟ ଡାକପାଳଠାରୁ 50ଟି ଜାତୀୟ ପତାକା କିଣି ଅଧକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ ସମସ୍ତ ଅଭିଭାବକମାନଙ୍କୁ ବିତରଣ କରିଥିଲେ | ଅତିଥିମାନେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିବା ସଂଗ୍ରାମୀମାନଙ୍କ ଅବଦାନ ସଂକ୍ଷେପରେ ଅବଗତ କରାଇଥିଲେ | ଏହି ଅବସରରେ ଜ୍ଞାନ ପ୍ଲେ ସ୍କୁଲ ର ସୁଶ୍ରୀ ସଙ୍ଗୀତା,ସୋନମ ପ୍ରିୟଦର୍ଶିନୀ,ଲିଜା ବଳ, ଲିପସା ମହାନ୍ତି, ପ୍ରାଚୀ ପଟ୍ଟନାୟକ, ରେଡ଼ିଓ ସଂସ୍କାରର ସସ୍ମିତା, ଜାନଭି ପ୍ଲେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକମାନେ ଉପସ୍ଥିତ ଥିଲେ |

ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

ଶ୍ରୀବିଦ୍ୟାଧର ମହାନ୍ତ ଙ୍କ କବିତା ଶଙ୍କରା ଭରଣ

Sunil Chandra Nayak

ଜ଼ିଲ୍ଲା ପାଠାଗାର ଉନ୍ନତି କରଣ କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!