ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା – ଭାରତର ୧୪ ରାଷ୍ଟ୍ରପତିଙ୍କ ମଧ୍ୟରୁ ୬ ଜଣ ଶିକ୍ଷକ

ଯଦି ଦୌପ୍ରତି ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ଶିକ୍ଷକତାରୁ ରାଷ୍ଟ୍ରପତି ହୋଇଥିବା ତାଲିକାରେ ତାଙ୍କ ନାମ ବି ଯୋଡି ହୋଇଯିବ
ଏନ୍ଡ଼ିଏରୁ ପାର୍ଥିନି ଥିବା ଦୌପ୍ରତି ମୁର୍ମୁ ରାଜନୀତିକୁ ଆସିବା ପୂର୍ବରୁ ଶିକ୍ଷକତା କରୁଥିଲେ, ପିଲାଙ୍କୁ ପାଠ ପଢ଼ାଉଥିଲେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ବର୍ତ୍ତମାନ ହୋଇସାରିଥିବ ୧୪ ଜଣ ରାଷ୍ଟ୍ରପତି ମଧ୍ୟରୁ ୬ ଜଣ ଶିକ୍ଷକତା କରୁଥିଲେ । କେଉଁ କେଉଁ ରାଷ୍ଟ୍ରପତି ଶିକ୍ଷକତା କରୁଥିଲେ।

ଦେଶର ପ୍ରଥମ ରାଷ୍ଟ୍ରପତି ଥିବା ରାଜେନ୍ଦ୍ର ପ୍ରସାଦ ଶିକ୍ଷକ ଥିଲେ । ସର୍ବପଲ୍ଲୀ ରାଧାକୃଷ୍ଣ ମଧ୍ୟ ଶିକ୍ଷକତା କରୁଥିଲେ ,ସେ ଦର୍ଶନଶାସ୍ତ୍ରରେ ଅଧ୍ୟାପନା କରୁଥିଲେ । ଜାକିର ହୁସେନ ମଧ୍ୟ ବିଦେଶରୁ ଉଚ୍ଚଶିକ୍ଷା ହାସଲ କରିବା ପରେ ଅଧ୍ୟାପନା କରୁଥିଲେ । ସେ ଜାମିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

୧୯୯୨ ରୁ ୧୯୯୭ ରାଷ୍ଟ୍ରପତି ଥିବା ଶଙ୍କର ଦୟାଲ ଶର୍ମା ମଧ୍ୟ ଶିକ୍ଷକ ଥିଲେ ।ଶ୍ରୀଶର୍ମା ଆଇନ ବିଷୟରେ ଅଧ୍ୟାପନା କରୁଥିଲେ । ଏପିଜି ଅବଦୁଲ କାଲାମ ବୈଜ୍ଞାନିକ ଥିଲେ । ସେ ଭାରତର” ମିଶାଇଲି ମ୍ୟାନ” ଭାବେ ପରିଚିତ କିନ୍ତୁ ଶିକ୍ଷାଦାନ ଓ ଅଧ୍ୟାପନା କରିବାକୁ ସେ ବହୁତ ପସନ୍ଦ କରୁଥିଲେ । ଶିକ୍ଷକ ଭାବେ ପରିଚୟ ଦେବାକୁ ସେ ମଧ୍ୟ ବହୁତ ପସନ୍ଦ କରୁଥିଲେ । ଆଇ ଆଇ ଏମ ସିଲଂଗରେ ପିଲାଙ୍କୁ ପାଠ ପଢ଼ୁଥିବା ସମୟରେ ସେ ପଡିଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । 

୨୦୧୨ରେ ରାଷ୍ଟ୍ରପତି ହୋଇଥିବା ପ୍ରଣବ ମୁଖାର୍ଜୀ ରାଜନୀତିକୁ ଆସିବାପୂର୍ବରୁ ସାମ୍ବାଦିକତା ଏବଂ ଶିକ୍ଷକତା କରୁଥିଲେ । ପ୍ରଣବ ମୁଖାର୍ଜୀ ଅଧ୍ୟାପକ ଥିଲେ।ଏନ୍ଡ଼ିଏ ରାଷ୍ଟପତି ପ୍ରାର୍ଥୀନୀ ଦୌପ୍ରତି ମୁର୍ମୁବି ରାଜନୀତିକୁ ଆସିବା ପୂର୍ବରୁ ସ୍କୁଲ ଶିକ୍ଷୟିତ୍ରୀ ଥିଲେ ।ଯଦି ଦୌପ୍ରତି ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ଶିକ୍ଷକତାରୁ ରାଷ୍ଟ୍ରପତି ହୋଇଥିବା ତାଲିକାରେ ତାଙ୍କ ନାମ ବି ଯୋଡି ହୋଇଯିବ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ତ ସବୁଠୁ ବଡ

ପୌର ନର୍ବାଚନ ପାଇଁ ଅଧିକାରୀ ଙ୍କୁ ତାଲିମ୍ ପ୍ରଦାନ

Sunil Chandra Nayak

କବି : ରାଧାମୋହନ ପୂଜାହାରୀ ଙ୍କ କବିତା ଶୁଣ ସରକାର !

Sunil Chandra Nayak

Leave a Comment

error: Content is protected !!