ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ରେ ବ୍ରାଉନ ସୁଗାର କାରବାର ମାଲଲା ରେ ଜଣେ ଗିରଫ, ୩.୫୯୦ ଗ୍ରାମ ବ୍ରାଉନ ସୁଗାର ଜବତ

 ଫୁଲବାଣୀ -:    ବ୍ରାଉନ ସୁଗାର କାରବାର ମାମଲା ରେ ଫୁଲବାଣୀ ଟାଉନ ଥାନା ପୋଲିସ ଫୁଲବାଣୀ ସହର ଅଞ୍ଚଳ ର ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଣା ଫୁଲବାଣୀ ସହର ପାଇଁ ପ୍ରଥମ ହୋଇଥିବାରୁ ସହରବାସୀ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି।ରାଜ୍ୟର ଅନ୍ୟ ଜିଲ୍ଲା କଟକ,ବାଲେଶ୍ଵର, ଭଦ୍ରକ ,ରାଜଧାନୀ ଭୁବନେଶ୍ବର ରେ  ବ୍ରାଉନ ସୁଗାର କାରବାର ହେଉଥିବା ଘଟଣା ରେ ପୋଲିସ ମହିଳା ,ପୁରୁଷ ଅଭିଯୁକ୍ତ ମାନଙ୍କୁ ବେଆଇନ ବ୍ରାଉନ ସୁଗାର ଚାଲାଣ ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରୁଥିବା ବୈଦ୍ୟୁତିକ ଗଣମାଧ୍ୟମ ଓ ଖବରକାଗଜ ପୃଷ୍ଠା ମଣ୍ଡନ କରୁଥିବା କନ୍ଧମାଳ ଜିଲ୍ଲା ବାସୀ ଦେଖୁଥିଲେ। ଫୁଲବାଣୀ ପାଇଁ ଏହି ଘଟଣା ପ୍ରଥମ। କନ୍ଧମାଳ ଜିଲ୍ଲା ର ସମସ୍ତ ଅଞ୍ଚଳ ଓ ଫୁଲବାଣୀ ସହର ଗଞ୍ଜେଇ ମାଫିଆଙ୍କ ର ଭୁ ସ୍ୱର୍ଗ ପାଲଟିଛି। ପ୍ରତ୍ୟେକ ଦିନ ରାଜ୍ୟର ଓ ରାଜ୍ୟ ବାହାର ରୁ ବିଶେଷ କରି ୱେଷ୍ଟ ବେଙ୍ଗଲ କଲିକତା ରୁ ପୁରୁଷ ମହିଳା ଗଞ୍ଜେଇ ମାଫିଆ ଫୁଲବାଣୀ ରେ ଡେରା ପକାଇ ଫୁଲବାଣୀ ମାଫିଆ ମାନଙ୍କ ସହ ହାତ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରୁଥିବା ନଜିର ରହିଛି। ଏଠିକାର ମହିଳା ମାନେ ମଧ୍ୟ ଗଞ୍ଜେଇ ନେଇ କଲିକତା ରେ ବିକ୍ରି କରିଥାନ୍ତି। କାଁ ଭାଁ ପୋଲିସ ଓ ଅବକାରୀ ବିଭାଗ କିଛି ଦିନ ଅନ୍ତରରେ ଗୋଟିଏ ଗୋଟିଏ ଚଢ଼ାଉ କରି ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରୁଥିବା ଘଟଣା କାହାକୁ ଅଜଣା ନୁହେଁ। କିନ୍ତୁ ବ୍ରାଉନ ସୁଗାର କାରବାର ଚୋରା ଚାଲାଣ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରବାସୀ କେବେ ହେଲେ ଶୁଣିନ ଥିଲେ। ସୂଚନା ଯୋଗ୍ୟ ଫୁଲବାଣୀ ସହର ସ୍ଥିତ ଫରେଷ୍ଟ କଲୋନୀ ନିକଟରେ ରହୁଥିବା ସ୍ବର୍ଗତ ଭଗବାନ ମହାପାତ୍ର ଙ୍କର ପୁଅ ସପନ ମହାପାତ୍ର ଏକ ବାଇକ ଯୋଗେ ଖୋର୍ଦ୍ଧା ଅଞ୍ଚଳ ରୁ ଏକ ମୋଟର ସାଇକେଲ ଯୋଗେ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ଫୁଲବାଣୀ ଟାଉନ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପେଞ୍ଜିସାହି ଛକ ନିକଟରେ ଫୁଲବାଣୀ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଓ ଫୁଲବାଣୀ ଆଦର୍ଶ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ପୋଲିସ ଷ୍ଟାଫ ନେଇ ପ୍ରସ୍ତୁତ ହୋଇ ଛକି ରହିଥିଲେ । ଯୁବକ ସପନ ପେଞ୍ଜିସାହି ଗାନ୍ଧୀଛକ ନିକଟରେ ପହଞ୍ଚିବା କ୍ଷଣି ପୋଲିସ ସେହି ଯୁବକ କୁ କାବୁ କରିନେଇ ଚଢ଼ାଉ କରି ଯୁବକ ଠାରୁ ୩.୫୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ବ୍ରାଉନ ସୁଗାର ଚାଲାଣ ହେଉଥିବା ମୋଟର ସାଇକେଲ ଜବତ କରି ଅଭିଯୁକ୍ତ ସପନ ମହାପାତ୍ର ୨୭ କୁ ଗିରଫ କରି କେସ ନଂ ୧୦୩/୨୦୨୨ ଦଫା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଏହା ଏକ ଫୁଲବାଣୀ ପାଇଁ ପ୍ରଥମ ଘଟଣା ବୋଲି କହିବା ସହ ଘଟଣା ଅଧିକ ତଦନ୍ତ ଜାରି ରହିଥିବା ଫୁଲବାଣୀ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ , ଅଭିଯୁକ୍ତ ଗିରଫ

Sunil Chandra Nayak

ଆଠ ଦଫା ଦାବି ନେଇ ଅଙ୍ଗନା ବାଡି ଓ ସହାୟକ ଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୋଳମୁଣ୍ଡା ଶିଶୁବିକାଶ ଅଫିସ ସାମନାରେ ଧାରଣା

Sunil Chandra Nayak

ଧର୍ମଗଡ ରେ ନାଗବମ୍ ଶିବ ଭକ୍ତ

Sunil Chandra Nayak

Leave a Comment

error: Content is protected !!