ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମାଜିକ ସୁରକ୍ଷା ଯୋଜନା କାହା ପାଇଁ?

ଛଅ ଛୁଆ ଓ ବୃଦ୍ଧ ଶାଶୁ ଶ୍ବଶୁରଙ୍କ ବୋଝରେ ଅସହାୟ ବିଧବା ପୂସ୍ତା ନାଏକ।

ସ୍ବାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ମଧ୍ୟ ଜାତୀୟ ପରିବାର କଲ୍ୟାଣ ଯୋଜନାରୁ ବଞ୍ଚିତ ବିଧବା ପୁସ୍ତା।

ଥିଆମୁଲ ରାମପୁର,୨୩|୪,ମ ନି ସ:ସ୍ବାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ମଧ୍ୟ ସାମାଜିକ ସୁରକ୍ଷା ଯୋଜନା ସମେତ ଜାତୀୟ ପରିବାର କଲ୍ୟାଣ ଯୋଜନା ସହାୟତାରୁ ବଞ୍ଚିତ ବିଧବା।ସରକାରୀ ଯୋଜନା ଅନେକ କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଅନେକ ଯୋଗ୍ୟ ହିତାଧିକାରୀ ଏସବୁ ଯୋଜନାରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି।ସମାଜରେ ଅବହେଳିତ ଓ ଅସହାୟ ହୋଇ ବଞ୍ଚୁଥିବା ଗରିବ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ସମାଜର ମୁଖ୍ୟ ସ୍ରୋତକୁ ଆଣିବା  ଏହି ଯୋଜନାର ଉଦ୍ଦେଶ୍ୟ।ଏଥିପାଇଁ ଏହି ଯୋଜନା ମାଧ୍ୟମରେ ରିତିମତ ସରକାରଙ୍କ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ ପରିତାପର ବିଷୟ ପ୍ରଶାସନର ଅବହେଳା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅପାରଗତା କାରଣରୁ ଏଭଳି ଅନେକ ଯୋଜନାରୁ ବଞ୍ଚିତ ହୋଇ ରହିଯାଇଛନ୍ତି ଅନେକ ଯୋଗ୍ଯ ହିତାଧିକାରୀ।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ଗ୍ରାମରେ ରହନ୍ତି ଏହିଭଳି ଏକ ଅସହାୟ ପରିବାର।ନିଜ ସ୍ବାମୀ ଗୁପ୍ତେଶ୍ବରଙ୍କୁ ହରାଇ ଏକ ବଡ ପରିବାରର ବୋଝରେ ଅସହାୟ ହୋଇ ପଡିଛନ୍ତି ବିଧବା ପୁସ୍ତା ନାଏକ।ଗତ ୧୨/୭/୨୦୨୦ ତାରିଖରେ ଗୁପ୍ତେଶ୍ବରଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା।ଫଳରେ ସ୍ବାମୀଙ୍କୁ ହରାଇ ବିଧବା ସାଜିଥିବା ପୁସ୍ତା ନାଏକ ନିଜ ଛଅ ଜଣ ଅନାଥ ଛୁଆ ଏବଂ ବୃଦ୍ଧ କାଳରେ ଉପନୀତ ଶାଶୁ ଶ୍ବଶୁରଙ୍କୁ ନେଇ କିଭଳି ଏତେ ବଡ ପରିବାର ପ୍ରତିପୋଷଣ କରିବ ସେନେଇ ଚିନ୍ତାରେ ବିଧବା ପୁସ୍ତା।ଅନ୍ୟ ପଟରେ ବୃଦ୍ଧ ଶ୍ବଶୁର ଫଗୁ ନାଏକ ଏବଂ ଶାଶୁ ତୁଳାମଣୀ ନିଜ ପୁଅକୁ ହରାଇ ସମ୍ପୂର୍ଣ୍ଣ ରୁପେ ଭାଙ୍ଗି ପଡିଛନ୍ତି।

ଚାରି ଝିଅ ଏବଂ ଦୁଇ ପୁଅର ଭବିଷ୍ୟତକୁ ଚିନ୍ତାରେ ଥିବାବେଳେ ବୋଝ ଉପରେ ନଳିତା ବେଡି ଭଳି ଏହି ଛୁଆ ମାନଙ୍କ ମଧ୍ୟରୁ ୧୧ ବର୍ଷୀୟା ଜାଆଁଳା ଶିଶୁ କନ୍ୟା ଗଙ୍ଗା ଓ ସରସ୍ବତୀ ଦୁଇଟି ମାନସିକ ସ୍ତରରେ ଭିନ୍ନକ୍ଷମ ସଦୃଶ।ଆର୍ଥିକ ଅନାଟନରେ ବଞ୍ଚୁଥିବା ଏବେ ଏହି ଦୁଇ ଝିଅଙ୍କ ଚିକିତ୍ସା କିପରି ହେଇପାରିବ ସେନେଇ ଚିନ୍ତାରେ ବିଧବା ପୁସ୍ତା।ବୃଦ୍ଧ ଶାଶୁ ଶ୍ବଶୁରଙ୍କୁ ୫୦୦ ଟଙ୍କା ଲେଖାଏଁ ମିଳୁଥିବା ମାସିକ ବାର୍ଦ୍ଧକ୍ୟ ଭତ୍ତା ଏବଂ ପରିବାରର ୯ ଜଣ ସଦସ୍ୟଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରୁ ମାସିକ ୪୦ କେଜି ଚାଉଳ କ’ଣ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ?ଏହେଉଛି ବଡ ପ୍ରଶ୍ନ।ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଥିବା ବିଧବା ପୁସ୍ତା ଭତ୍ତା ଖଣ୍ଡିକ ପାଇଁ ବାରମ୍ବାର ଆବଶ୍ୟକୀୟ ପ୍ରମାଣ ପତ୍ର ଓ କାଗଜାଦି ଦେଇ ନିରାଶ ହୋଇଥିବା ବେଳେ ଏହି ଅସହାୟ ପରିବାର ପ୍ରତି କାହାରି ମଧ୍ୟ ଦୃଷ୍ଟି ପଡୁନଥିବା ବିଡମ୍ବନାର ବିଷୟ।ପ୍ରଶାସନ ଏହି ଗରିବ ଅସହାୟ ପରିବାର ଉପରେ ଦୃଷ୍ଟି ଦେଇ ସାମାଜିକ ସୁରକ୍ଷା ତଥା ଜାତୀୟ ପରିବାର କଲ୍ୟାଣ ଯୋଜନାରୁ ସହାୟତା ଯୋଗାଇବା ସହିତ ଦୁଇ ମାନସିକ ଭିନ୍ନକ୍ଷମ ଶିଶୁ କନ୍ୟାର ଚିକିତ୍ସା ପାଇଁ ସାଧାରଣରେ ଦାବୀ ହେଉଛି। ବଳଭଦ୍ର ବାଗ ଙ୍କ ରିପୋର୍ଟ ।

Related posts

ନବ ନିର୍ବାଚିତ ବ୍ଳକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର

Sunil Chandra Nayak

ମାନଝରୀ ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ଗୁରୁତର

Sunil Chandra Nayak

Leave a Comment

error: Content is protected !!