ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଟରସାଇକେଲ ଦୁର୍ଘଟଣାରେ ଦୁଇ ଶଢୁ ଭାଇଙ୍କ ମୃତ୍ୟୁ

ଥୁଆମୂଳ ରାମପୁର:୧୧/୫- ମ.ନି.ସ:- ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଶଢୁ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ ଜଣାପଡିଛି ଯେ, ଗତ ୧୦/୫ – ତାରିଖ ରାତ୍ର ପ୍ରାୟ ୧୧/୧୨ ଘଣ୍ଟା ସମୟର ଦୁର୍ଘଟଣା ବୋଲି କୁହାଯାଇଛି। ଦୁଇ ଶଢୁ ଭାଇ ଏକ ମଟର ସାଇକେଲ ଯୋଗେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ନିକଟସ୍ଥ ପାଡେଲଗୁଡା ଗ୍ରାମର ସୁଭାଷ ମାଝୀ ଓ ଅଡ୍ରି ଗ୍ରାମପଞ୍ଚାୟତ ଅଧିନରେ ଥିବା ପେଙ୍ଗଢୁସୀ ଗ୍ରାମର କୃଷ୍ଣ ଚନ୍ଦ୍ର ମାଝୀ ଉଭୟେ ବେନ୍ଦାଝୋଲା ଗ୍ରାମରୁ ଗୋଦ୍ରାମସ୍କା ଗ୍ରାମକୁ ଏକ ମଟରସାଇକେଲ ଯୋଗେ ଯାଉଥିବା ସମୟରେ ପାଲଜୋର ଗ୍ରାମ ଛକର ମୁଖ୍ୟ ରାସ୍ତା ଠାରେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଟିକି ପଡିଥିବା ଅନୁମାନ କରାଯାଉଛି। ଯାହାଫଳରେ ଘଟଣା ସ୍ଥଳରେ କୃଷ୍ଣ ଚନ୍ଦ୍ର ମାଝୀ (୧୮) ଙ୍କର ମୃତ୍ୟୁ ହୋଇଥିବାବେଳେ ସୁଭାଷ ମାଝୀ(୩୦)ଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ସୁଭାଷ ମାଝୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ଥୁଆମୂଳ ରାମପୁର ପୁଲିସ ଡାକ୍ତରଖାନାରୁ ଶବକୁ ଜବତ କରିବା ପରେ ଏକ ମାମଲା ରୁଜୁ କରି ଶବ ବ୍ଯବଛେଦ ପାଇଁ ପଠାଇଛି, ରିପୋର୍ଟ ଲେଖିବା ପୂର୍ବରୁ ଶବ ବ୍ଯବଛେଦ କରା ଯାଇନଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସଫଳା ଦାସ ଙ୍କ କବିତା ତୁମେ ଏମିତି କାହିଁକି ଆସ

Sunil Chandra Nayak

ତେରେସିଂହା ଗ୍ରା.ପ.ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏଇତ ଜୀବନ

Sunil Chandra Nayak

Leave a Comment

error: Content is protected !!