ସତ୍ୟର ହୋଇବ ଜୟ
ସଂସ୍କୃତି ଆଜି ମୋ ବିକୃତି ସାଜିଛି,
ସବୁଠି ଦୁଃଖର ଛାଇ ;
ନିଜ କଲା କର୍ମ ମଣିଷ ଭୋଗୁଛି,
ମିଳୁନି କେଉଁଠି ତ୍ରାହି ।।
ବ୍ରହ୍ମ ତୋ ବିଭ୍ରାଟ, ବାନା ତୋ ଜଳିଲା,
ଜନେ ହେଲେ ହନ୍ତ ସନ୍ତ ;
ଅଜଣା ରୋଗରେ ବିଶ୍ଵ ଅଶ୍ରୁମୟ,
ଦେଖା ହେ କଳା ସାଆନ୍ତ ।।
ପ୍ରେମେ ପ୍ରତାରଣା,ବିଶ୍ୱାସ ରେ ବିଷ,
ସବୁଠି ମିଠା ଜହର ;
ପ୍ରକୃତି ବିରୁଦ୍ଧେ ଖେଳୁଛି ମଣିଷ,
ମିଳୁନି ମୁଠେ ଆହାର ।।
ମିଥ୍ୟା ପ୍ରବଚନ ବିଷ ଭରା ମନ,
ଶେଷ ଏ କଳି ସମୟ ;
କଳା ସାଆନ୍ତ ମୋ ହସି ହସି କୁହେ,
ସତ୍ୟ ର ହୋଇବ ଜୟ ।।
ସଚିନ ଦାସ,
ରାଜନଗର, କେନ୍ଦ୍ରାପଡ଼ା