ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ଲତା ଜେନା ଙ୍କ କବିତା କଳା ଜହ୍ନ

କଳା ଜହ୍ନ

 

ବାସନ୍ତୀ ଲତା ଜେନା

 

ଜୟ ଜୟ କଳା ଜହ୍ନ ଜଗତ ଜୀବନ

ତଵ ଶ୍ରୀଚରଣେ ମୋର ଏହି ନିବେଦନ

ତୁମେ ଆଦି ତୁମେ ଅନ୍ତ ହେ ଚକାନୟନ ( ଘୋଷା )

 

ଦୀନ ଦୁଃଖି ବୋଲି ମୋତେ ନ ଦିଅ ଦୂରେଇ

ପାଖେ ପାଖେ ଥିବି ସଦା ଦିନ ରା଼ତି ମୁହିଁ

ଏହି କୃପା ଭିକ୍ଷା କରେ ମୋ ଜୀବନ ଧନ ( ୧ )

 

ତୋର ବଡ଼ ଦଣ୍ଡେ ମୋତେ ଆଶ୍ରା ଟିକେ ଦେବ

ତୋର ନାମ କିର୍ତ୍ତନରେ ଦିନ ମୋ ସରିବ

ପାଶେ ଥାଇ ଦେଖୁ ଥିବି ପତିତପାବନ ( ୨ )

 

ଦୁଃଖ ସୁଖ ଭୂଲି ଯିବି ତୋର ମୁଖ ଚାହିଁ

ଭବ ସାଗରୁ ଉଦ୍ଧାର ହେ କଳା ଗୋସାଇଁ

ଅନ୍ତର୍ଯ୍ୟାମୀ ନାଥ ତୁମେ ହେ କଳା କାଞ୍ଚନ ( 3 )

 

ଅଭଡ଼ା ଭୁଞ୍ଜିବି ପ୍ରଭୁ ଆନନ୍ଦ ବଜାରେ

ଟଙ୍କ ତୋରାଣିରୁ ମୁନ୍ଦେ ପିଇବି ଖୁସିରେ

ଏହି ଆଜ୍ଞା ମୋତେ ହେଉ କାଳୀୟ ଗଞ୍ଜନ ( ୪ )

 

ଅନ୍ତିମ କାଳକୁ ଯିବି ତୋର ସ୍ୱର୍ଗ ଦ୍ୱାର

ଆଖିରେ ମୋ ରହି ଥିବ ହେ କଳା ଠାକୁର

ଏତିକି କରୁଣା ହେଉ କମଳ ଲୋଚନ ( ୫ )

 

ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର l

Related posts

ମୈଦଲପୁର ଗ୍ରୀନଡଟ କମ୍ପୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ମୈଦଲପୁର ଶ୍ରୀ ଜଗନ୍ନାଥ ମନ୍ଦିର ସଫେଇ

Sunil Chandra Nayak

ଡୁଇଟି ଡେଭିଡ ଫିଳିଫ ଙ୍କ କବିତା ସକାଳୁ ସକାଳୁ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଶ୍ରାବଣୀ

Sunil Chandra Nayak

Leave a Comment

error: Content is protected !!