ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ଲତା ଜେନା ଙ୍କ କବିତା କଳା ଜହ୍ନ

କଳା ଜହ୍ନ

 

ବାସନ୍ତୀ ଲତା ଜେନା

 

ଜୟ ଜୟ କଳା ଜହ୍ନ ଜଗତ ଜୀବନ

ତଵ ଶ୍ରୀଚରଣେ ମୋର ଏହି ନିବେଦନ

ତୁମେ ଆଦି ତୁମେ ଅନ୍ତ ହେ ଚକାନୟନ ( ଘୋଷା )

 

ଦୀନ ଦୁଃଖି ବୋଲି ମୋତେ ନ ଦିଅ ଦୂରେଇ

ପାଖେ ପାଖେ ଥିବି ସଦା ଦିନ ରା଼ତି ମୁହିଁ

ଏହି କୃପା ଭିକ୍ଷା କରେ ମୋ ଜୀବନ ଧନ ( ୧ )

 

ତୋର ବଡ଼ ଦଣ୍ଡେ ମୋତେ ଆଶ୍ରା ଟିକେ ଦେବ

ତୋର ନାମ କିର୍ତ୍ତନରେ ଦିନ ମୋ ସରିବ

ପାଶେ ଥାଇ ଦେଖୁ ଥିବି ପତିତପାବନ ( ୨ )

 

ଦୁଃଖ ସୁଖ ଭୂଲି ଯିବି ତୋର ମୁଖ ଚାହିଁ

ଭବ ସାଗରୁ ଉଦ୍ଧାର ହେ କଳା ଗୋସାଇଁ

ଅନ୍ତର୍ଯ୍ୟାମୀ ନାଥ ତୁମେ ହେ କଳା କାଞ୍ଚନ ( 3 )

 

ଅଭଡ଼ା ଭୁଞ୍ଜିବି ପ୍ରଭୁ ଆନନ୍ଦ ବଜାରେ

ଟଙ୍କ ତୋରାଣିରୁ ମୁନ୍ଦେ ପିଇବି ଖୁସିରେ

ଏହି ଆଜ୍ଞା ମୋତେ ହେଉ କାଳୀୟ ଗଞ୍ଜନ ( ୪ )

 

ଅନ୍ତିମ କାଳକୁ ଯିବି ତୋର ସ୍ୱର୍ଗ ଦ୍ୱାର

ଆଖିରେ ମୋ ରହି ଥିବ ହେ କଳା ଠାକୁର

ଏତିକି କରୁଣା ହେଉ କମଳ ଲୋଚନ ( ୫ )

 

ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର l

Related posts

କେସିଙ୍ଗା ରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ

ପିଡିଏସ୍ ନାଇଟ୍ ଡ୍ୟାନ୍ସ ଓ ମଡେଲିଂ ଚାମ୍ପାଅନସିପ୍-୨ ର ଫାଇନାଲରେ ପହଞ୍ଚିଛନ୍ତି ଉମରକୋଟର ଝିଅ ପାୟଲ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଓଃ କି ଭକ୍ତି !!

Sunil Chandra Nayak

Leave a Comment

error: Content is protected !!