ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଶ୍ରାବଣୀ

ଶ୍ରାବଣୀ

ଉପେନ୍ଦ୍ର କୁମାର ବସ୍ତିଆ

   
ତୁମେଗୋ ଶ୍ରାବଣୀ ବରଷା ରାଣୀ
ନବ ବଧୁ ପରି ତୁମେ 
ପାଦ ଥାପି ଥାପି ଧରା ପୃଷ୍ଠେ
ଆସ ପକାଇ ଲମ୍ବା ଓଢ଼ଣୀ ।
କେତେବେଳେ ମାଟି ଗନ୍ଧ 
ଆଉ କେବେ ରତି ଗନ୍ଧ 
ଜୀବ ଜଗତ ଖୋଜେ 
ତୁମର ସେ ପ୍ରେମର ମୋହକୁ 
ତୁମର ଆଖିର ଛଟା କରେ 
ଆହ୍ଲାଦିତ, ଶଙ୍କି ଯାଏ ଦେଖି 
ତୁମର ସେ ରୁଦ୍ରାଣୀ ରୂପକୁ ।
ତୁମୋ ତ ଅଦମନୀୟା 
ପଦ୍ମିନୀ ଗନ୍ଧା ,ଭାସିଯାଏ 
 ତାର ସ୍ବପ୍ନ ସବୁର କଳ୍ପନା 
ତଥାପି ଅନାଇ ଥାଏ ତୁମକୁ 
ଚାତକ ପରି ନ ହୋଇ ଆନମନା ।
ମଣିଷ ଜୀବନିକା ପାଇଁ ହଳ
ଲଙ୍ଗଳ ଧରି ଉଦ୍ୟତ ,
ତୁମେତ ପୂର୍ଣ୍ଣଗର୍ଭା କେତେ
ବେଳେ ତା ଚିନ୍ତାରେ
ହୁଅ ତୁମେ ଉନ୍ମାଦିତ।
ହେ ଇନ୍ଦ୍ରାଣୀ !ତୁମର ଚାଲିରେ 
କୁଳୁକୁଳୁ ଝରଣା ନିର୍ଝର,
ନଦୀର କୁହୁକୁହୁ ତାନ,
ସମୁଦ୍ର ଲହରୀର ଉତ୍କଣ୍ଠିତଗାନ ।
ବେଙ୍ଗୁଲୀର ବିରହୀ ଉଦାର,
ଗୋଲାପ ପାଖୁଡାର 
ଟୋପା ଟୋପା ଧାର ,
ପିଲାଙ୍କ କାଗଜ ଡଙ୍ଗାର ଖେଳ
ଗାଆଁଦାଣ୍ଡେ କେତେ କୋଳାହଳ ।
ହେ ଶ୍ରାବଣୀ ଦିଶିଯାଏ ଗାଆଁ 
ଗଣ୍ଡା ମାନଙ୍କରେ ନଦୀର ପ୍ରବଳ
କବି ଲେଖନୀରେ ତିମିର ପ୍ରସାର 
ସୁଖ ଦୁଃଖର ଚିରନ୍ତନି ସ୍ୱର 
ତଥାପି ତୁମପାଇଁ ମଣିଷ ବିଭୋର 
ଦେଖି ତୁମ ମାନବୀୟ ସମ୍ଭାର ।

ରାଉରକେଲା

Related posts

ସଙ୍ଗୀତ ତରଙ୍ଗ ପକ୍ଷରୁ ‘ଓଡ଼ିଶା ମୋ ଓଡ଼ିଶା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜିମାତ କଲା ଟେମରା ଦଳ

Sunil Chandra Nayak

ସାଂସଦ ଶ୍ରୀଯୁକ୍ତ ସପ୍ତଗୀରୀ ଉଲ୍ଲକାଙ୍କ ମୁନିଗୁଡା ବ୍ଲକ ଗସ୍ତ

Sunil Chandra Nayak

Leave a Comment

error: Content is protected !!