ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣେଷ ପଣ୍ତା ବଡକୁଟୁରୁ ଗ୍ରାମପଞ୍ଚାୟତର ସରପଞ୍ଚ ଆସନ ଅଳଙ୍କୃତ କଲେ

କଲମପୁର ୧୩/୩- ମ.ନି.ସ:- କଳାହାଣ୍ଡି ଜିଲ୍ଲା- କଲମପୁର ବ୍ଳକ ଅଧିନରେ ଥିବା ବଡ଼କୁଟୁରୁ ଗ୍ରାମ ପଞ୍ଚାୟତରେ ଶ୍ରୀଯୁକ୍ତ ଗଣେଶ ପଣ୍ଡା ଲୋକଙ୍କ ସେବାରେ ସଦାସର୍ବଦା ଚର୍ଚ୍ଚିତ ରହିଥିବା ଏକ ଚେହେରା ପାଲଟିଥିବା ମଣିଷ , ଲୋକଙ୍କ ପାଇଁ ପଦ ପଦବୀକୁ ତୁଛ କରି ଜନସେବାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଜାତୀୟ ରାଜ୍ୟ ରାଜନୈତିକ ଦଳର ଜଣେ ଜଣାଶୁଣା ଟାଣୁଆ ନେତା ଭାବରେ ପରିଚିତ ହୋଇଥିବା ବେଳେ , ସାମ୍ବାଦିକତାରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ରହିଆସିଥିଲା। ତାଙ୍କ ଜୀବନ କାଳ ମଧ୍ୟରେ ରାଜନୀତିକୁ ବୃତ୍ତି କରି ନେଇଥିବା ଶ୍ରୀଯୁକ୍ତ ଗଣେଶ ପଣ୍ଡା ଗତ ୨୦ବର୍ଷ ତଳେ ନିର୍ବାଚନରେ ଅଂଶ ଗ୍ରହଣ କରି ଉକ୍ତ ବଡ଼କୁଟୁରୁ ପଞ୍ଚାୟତରେ ସରପଞ୍ଚ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ। ଚଳିତ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଶ୍ରୀ ପଣ୍ଡା ପ୍ରାର୍ଥୀ ଭାବରେ ଛିଡାହୋଇ ସଫଳତା ହୋଇଛନ୍ତି। ପୁଣିଥରେ ଦ୍ବିତୀୟ ଥର ପାଇଁ ଶ୍ରୀ ପଣ୍ଡା ବଡ଼କୁଟୁରୁ ପଞ୍ଚାୟତର ସରପଞ୍ଚ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ସମୟରେ ତାଙ୍କ ଆଖିରୁ ଦୁଇ ଟୋପା ଅଶ୍ରୁ ନିର୍ଗତ ଦୃଶ୍ୟ ହୃଦୟ ବିଦାରକ ଦୃଶ୍ଯ ରହିଥିଲା। ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେଇ ଏକ ସରଳ,ନିଷ୍କପଟ,ମିଷ୍ଟଭାଷୀ କାର୍ଯ୍ୟଦକ୍ଷତା,ଓ ମେଳାପୀ ମଣିଷ ବୋଲି ଜଣା ଶୁଣା ଥିବା ସତ୍ୱେ ତାଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରି ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶ୍ରୀ ପଣ୍ଡାଙ୍କ ଲୋକ ପ୍ରିୟତା ଯୋଗୁଁ ତାଙ୍କୁ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ବଡ଼କୁଟୁରୁ ଜନସାଧାରଣ ଶ୍ରୀଯୁକ୍ତ ଗଣେଶ ପଣ୍ଡାଙ୍କ କାର୍ଯ୍ୟଦକ୍ଷତା ଉପରେ ଅତୁଟ ଭରଷା ରଖିଥିବା ବେଳେ, ଶ୍ରୀ ପଣ୍ଡା ମଧ୍ୟ ଗରିବଙ୍କ ସାଥିରେ ରହିବି, ରହିଥିବି ଏହାଛଡା ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବରେ ସେବା ଜୀବନ ସାରା ଜାରି ରଖିବି ବୋଲି ପ୍ରକାଶ କରିଥିଲେ ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବୌଦ୍ଧରେ ମେଗା ସ୍ୱଚ୍ଛ ଭାରତ 2.0 ଅନୁଷ୍ଠିତ

Sunil Chandra Nayak

ଚୁରାପାହାଡ଼ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବି ଅବହେଳିତ

Sunil Chandra Nayak

ପରିତ୍ୟକ୍ତ ଘରୁ ଶାଳ କାଠ ଜବତ

Sunil Chandra Nayak

Leave a Comment

error: Content is protected !!