ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ନିଶୁଳ୍କ ଆଣ୍ଠୁଗଣ୍ଠି ରୋଗ ପରୀକ୍ଷା ଶିବିର

ଜୁନାଗଡ଼,୨୩/୪(ମ ନି ସ) ଜୁନାଗଡ଼ ସାଇତରଙ୍ଗ ମଲ୍ଟିସ୍ପେଶାଲିଟି କ୍ଲିନିକ ଆଣ୍ଡ ହସ୍ପିଟାଲ ଠାରେ ନିଶୁଳ୍କ ଆଣ୍ଠୁଗଣ୍ଠି ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ବିଶାଖାପାଟଣା ଆପୋଲ ହସ୍ପିଟାଲରେ ପ୍ରସିଦ୍ଧ ଅର୍ଥପେଡିକ ସର୍ଜନ ଡାକ୍ତର ରବିଚନ୍ଦ୍ର ଭାଟିପାଲି ଯୋଗଦେଇ ଶତାଧିକ ରୋଗୀଙ୍କୁ ପରୀକ୍ଷା କରି ମାଗଣା ଔଷଧ ଦେଇଥିଲେ।ଏହି ମାଗଣା ଚିକିତ୍ସା ଶିବିରରେ କଲହାଣ୍ଡି ଜିଲ୍ଲାର ଅନେକ ରୋଗୀ ଉପକୃତ ହୋଇଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଚେନ୍ନାଇ ର ପ୍ରସିଦ୍ଧ ଡାକ୍ତର ସୌମେନ୍ଦ୍ର ପରିଡା ଯୋଗଦାନ କରିଥିବାବେଳେ ଡାକ୍ତର ଶିଳ୍ପୀ ଦାସ ଏହାର ତଦାରଖ କରିଥିଲେ।ଏହି ଶିବିରରେ ବିଜୁ ସ୍ୱାସ୍ଥ ବୀମା କାର୍ଡ ଧାରୀ ମାନଙ୍କୁ ମାଗଣାରେ ରୋଗ ପରୀକ୍ଷା କରାଇ ଔଷଧ ଦିଆଯାଇଥିଲା। ଆଗାମୀ ଦିନରେ ଏହି ହସ୍ପିଟାଲ ମାଧ୍ୟମରେ ଦେଶର ପ୍ରସିଦ୍ଧ ହସ୍ପିଟାଲର ବିଭିନ୍ନ ରୋଗର ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯାଇ ଲୋକଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା ଦିଆଯିବା ଜାରିରହିବ ବୋଲି ପ୍ରୋପାଇଟର ସୁଦାମ ଦାସ ପ୍ରକାଶ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ବେଦାନ୍ତ ହସ୍ପିଟାଲରେ ବିଶ୍ୱ ଯକ୍ଷ୍ମାଦିବସ ପାଳିତ

Sunil Chandra Nayak

ବିଶାଳ ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ

Sunil Chandra Nayak

କାର୍ଲି ଗ୍ରାମରେ କିଡ୍ନୀରୋଗ ରେ ଆକ୍ରାନ୍ତ ହୋଇ ଆଠଜଣ ମୃତ୍ୟୁ ବରଣ କରିଥିବା ବେଳେ ଆହୁରି ସାତ ଜଣ ଆକ୍ରାନ୍ତ

Leave a Comment

error: Content is protected !!