ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାଦନ ମହିଳାଙ୍କ  ମୃତ୍ୟୁ , ଦୁଇ ବର୍ଷ ତଳେ ଦାଦନ ଖଟିବାକୁ ଯାଇଥିଲେ 

ରାଇଘର ୧୪/୦୮/୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ  ଜଣେ ଦାଦନ  ମହିଳାଙ୍କ ମୃତ୍ୟୁ ଖବର ଆସିଥିବା ଜଣାପଡିଛି  l ରାଇଘର ସଦର ମହକୁମାର ସ୍ଥିତ କୁମ୍ଭାରପାରା ସାହିର ସ୍ବର୍ଗତ ପରାଉ ଗଣ୍ଡ ଙ୍କ ଝିଅ ମଥୁରା ଗଣ୍ଡ( ୩୫)ରାଇଘର ରେ ବିବାହ କରିଥିଲେ, ବିବାହ ର  କିଛି ଦିନ ପରେ  ସ୍ଵାମୀଙ୍କ ଦେହାନ୍ତ ହୋଇଥିଲା l  ପୁଅ ଝିଅ କୁ ନେଇ ବିଭିନ୍ନ ସ୍ଥାନରେ କୁଲି କାମ କରି ପେଟ ପାଟଣା କରୁଥିଲେ l କିଛି ଦିନ ପରେ ପ୍ରଥମେ ଝିଅର ମୃତ ହୋଇଥିଲା ଓ ପରେ ପୁଅ ର ମୃତ୍ୟୁ ହେବା ପରେ ମଥୁରା ନିଜ ମା ଘରକୁ ଫେରିଥିଲେ l ମା ଘରେ ରହି କୁଲି କାମ କରି ଚଳି ଆସୁଥିଲେ l ଦୁଇ ବର୍ଷ ତଳେ କୁମ୍ଭାରପାରା ସାହିର ଜଣେ ବ୍ୟକ୍ତିଙ୍କ ସହ ହାଇଦ୍ରାବାଦ ଜୟପୁର ର ସିବି କୋଲନୀ ଠାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ l ବାପା ପରାଉ ଗଣ୍ଡଙ୍କ ମୃତ୍ୟୁ ପରେ ମାଆ ବିଲା ବାଇ ଗଣ୍ଡ ପୁଅ ଦେଓ କରଣ ଗଣ୍ଡ ସହ ରହି ଆସୁଥିଲେ l ତେବେ ସମ୍ପୁର୍ଣ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ  ଶୁକ୍ରବାର ସନ୍ଧ୍ୟାରେ ଏହି ଦୁଖଦ ଖବର ସାମ୍ନାକୁ ଆସିଥିବା ବେଳେ ପରିବାରବର୍ଗ ସମ୍ପୁର୍ଣ ଭାଙ୍ଗି ଯାଇଛନ୍ତି l ଘର ଭିତରେ ମଥୁରା  ଫାସି ହୋଇ ମୃତ୍ୟୁ ବରଣ କରିଥିବା ଖବର ସାମ୍ନାକୁ ଆସିବା ପରେ ଭାଇ ଦେଓ କରଣ ଏହାକୁ ସହଜେ ଗ୍ରହଣ କରି ନାହାନ୍ତି l ଘଟଣା ସମ୍ପର୍କରେ ରାଇଘର ଥାନାରେ ଅବଗତ କରିଥିଲେ  ଥାନା ପକ୍ଷରୁ ଯୋଗା ଯୋଗ କରିବା ପରେ ମଥୁରାର ଶବ ବ୍ୟବଚ୍ଛେଦ ପରେ ହାଇଦ୍ରାବାଦ ଠାରୁ ରାଇଘର ଆଣିବା ବ୍ୟବସ୍ଥା ହେଉଥିବା ଜଣାପଡିଛି l ତେବେ ରାଇଘର ବ୍ଲକରେ ଦାଦନ ମୃତ୍ୟୁ  କ୍ରମାଗତ ବୃଦ୍ଧି ପାଉଥିବା ବେଳେ ପ୍ରସାଶନିକ ସ୍ତରରେ ଏହି ଘଟଣା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି l ଅନ୍ୟପଟେ ପରିବାରବର୍ଗ ମଥୁରାର ଶବ ଆସିବା ବାଟକୁ ଅନେକ ବସିଛନ୍ତି l

 ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

କରଂଗାମୁଣ୍ଡା ଠାରେ ଲଗାଣ ବର୍ଷା ରେ ଭାଙ୍ଗିଗଲା ଘର

Sunil Chandra Nayak

ଗଁଦିଆ ବ୍ଲକ୍ ରେ ସୁରଭି କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଜାମଦାରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!