ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଶ୍ରୀଜଗନ୍ନାଥ ଜଣାଣ

ଶ୍ରୀଜଗନ୍ନାଥ ଜଣାଣ

କାଳିଆରେ ତୋର ପ୍ରକୃତ ଠିକଣା
ପଠାଇ ଦେବୁରେ ହୋଇଛିମୁଁବଣା(0)
ଭକତି ଡୋରିରେ ପ୍ରକୃତିର ତା’ରେ
ଜଣାଉଛି ଦୁଃଖ ଆଖି ଲୁହ ଧାରେ
ଭଜନ ଜଣାଣେ କରି ନମସ୍କାର
ଆରତେ ଡାକୁଛି ଶୁଣନିରାକାର
ଜାଣେ ନାହିଁ କିଛି ପୂଜା ଆରାଧନା
କାଳିଆରେ ତୋର ପ୍ରକୃତ ଠିକଣା
ପଠାଇ ଦେବୁରେ……… (1)
କାଶୀ ବଦ୍ରୀନାଥ ପୁରୀ ବୃନ୍ଦାବନ
ରାମେଶ୍ଵର କିମ୍ବା ଦ୍ଵାରକା ଭୁବନ
କହରେ କାଳିଆ କେଉଁଠାରେ ରହୁ
କେଉଁଠାରେ ରହି ଭକ୍ତ ହୃଦଦହୁ
ଯୋଗୀମୁନୀ ଋଷିକେଉଁ ଠିକଣାରେ
ଯାଆନ୍ତି ତୋଧାମେମୋତେଅଜଣାରେ
ତୋ ଧାମର ବାଟ ତୋତେ ଏକଜଣା
କାଳିଆରେ ତୋର……….. (2)
ନୁହଇଁ ମୁଁଭକତ ନୁହଇଁ ମୁଁ ସନ୍ଥ
କେଉଁବାଟେଗଲେପାଇବିତୋ’ପଥ
ଜଣାନାହିଁ ଭକ୍ତି ନାହିଁ ଅର୍ଘ୍ୟଥାଳୀ
ନାହିଁ ଧୂପଦୀପ ଫୁଲ ବନମାଳୀ
କେଉଁଠାରେରହି କିପରିପୂଜିବି
କିରୁପେତୋ’ଛବିମୋ’ହୃଦେଥାପିବି
କହିବୁ କାଳିଆ ନହୋଇ ବିମନା
କାଳିଆରେ ତୋର……… (3)
ଆଜିଶେଷ ଚିଠି ଲେଖିଛିତୋ’ପାଶେ
ଉଡାଇଦେବିମୁଁ ପବନେ ଆକାଶେ
ମୋ’ଆଖିର ଲୁହ କାଳିରେ ଲେଖିଛି
ମୋ’ହୃଦକାଗଜେ ଭାଷାମୁଁ ପଢିଛି
ଯହିଁଥାଉ ପଛେମୋ’କଳା ଠାକୁର
ପଢ଼ିବୁରେ ଦୁଃଖ ଯନ୍ତ୍ରଣାର ସ୍ୱର
ଦୟାଳୁ ଠାକୁର ମୋତେଥରେ ଅନା
କାଳିଆରେ ତୋର………..(4)
ଉଡିଉଡି ଯିବ ଶେଷ ଚିଠି ମୋର
ଅଟକିବ ଯହିଁ ନୀଳ ଚକ୍ର ତୋର
ଆଦରେ ପଢ଼ିବୁଜଗାମୋ’ପତର
ଭକତିରେ ଲେଖେ ଭକତତୋହର
ମୁଁ ଭୂଲିବି ଦୁଃଖ ପାଇଲେ ଠିକଣା
ନଦେଖା ପଛକେ ରୂପ କଳପନା
କିସୁନ୍ଦର ତୁହି ନନ୍ଦ ସୁତ କାହ୍ନା
କହିଦେରେ ତୋର ପ୍ରକୃତ ଠିକଣା
କାଳିଆରେ ତୋର……… (5)
            

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା
ହରିଚନ୍ଦନପୁର, କେନ୍ଦୁଝର

Related posts

ବାଲେଶ୍ବର – ବିଦ୍ଯୁତ୍ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଲେ ବିଧାୟକ

Sunil Chandra Nayak

ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପବିତ୍ର ରଥଯାତ୍ରା ଅବସରରେ ଜଗତସିଂହପୁର ପ୍ରଧାନ ଡାକଘରେ ଜାରିହେଲା ବିଶେଷ ରଦ୍ଦକରଣ ଷ୍ଟାମ୍ପ

Leave a Comment

error: Content is protected !!