ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ

ରାଉରକେଲା/ ଛେଣ୍ଡ ସ୍ଥିତ କନକମଞ୍ଜରୀ ଇଣ୍ଟରନେସେନାଲ୍ ସ୍କୁଲ ଓ ଓଡିଆ ଭାଷା ବିକାଶ ମଞ୍ଚ ର ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତା ଓ ଉପାଧ୍ୟକ୍ଷା ଶ୍ରୀମତୀ ଶ୍ରୀ ପଟ୍ଟନାୟକଙ୍କ ଆବାହକତ୍ବ ତଥା ଶିକ୍ଷୟିତ୍ରୀ ଇପ୍ସିତା ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କର୍ମବୀରଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ରାଉତ କହିଲେ ଯେ ଓଡିଆ ଜାତି ଦାରୁଣ ସଂକଟର ସମ୍ମୁଖୀନ ହୋଇ ଅତ୍ୟାଚାର,ଅନ୍ୟାୟ,ଅନୀତି, ପରାଧୀନତା ରେ ପଢୁଥିବା ବେଳେ ଉତ୍କଳପ୍ରାଣ,ପ୍ରଜ୍ଞାପୁରୁଷ,ସାହିତ୍ୟ ସାରଥୀ,ପ୍ରବୀଣ ସାମ୍ବାଦିକ ଗୌରୀଶଙ୍କର ରାୟ ୧୯୩୮ ମସିହା ଜୁଲାଇ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଉଦ୍ୟମରେ ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ଭାଷାର ସୁରକ୍ଷା, ରାଜା ପ୍ରଜାଙ୍କର ମତ ଓ ସାମାଜିକ ସ୍ଥିତି ସର୍ବୋପରି ଓଡିଶାର ନଅଙ୍କ ଦୁର୍ଭିକ୍ଷ କଥା ପ୍ରକାଶ କରି ସାରା ବିଶ୍ବକୁ ଓଡିଶାର ସ୍ଥିତି ସଂପର୍କରେ ସୂଚନା ଦେଇପାରିଥିଲେ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ଗୌରୀଶଙ୍କରଙ୍କ ଭାଷା ସାହିତ୍ୟ କୁ ଅବଦାନ ଓ ପତ୍ରପତ୍ରିକା ଦିବସ ସଂପର୍କରେ ବ୍ୟାପକ ଆଲୋଚନା କରିଥିଲେ। କର୍ମବୀରଙ୍କ ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଇ ପ୍ରଥମେ କଟକରେ ହିନ୍ଦୁ ବାଳିକା ବିଦ୍ୟାଳୟ, କଟକ ପ୍ରିଣ୍ଟିଂ ପ୍ରେସ, ରେଭେନ୍ସା ମହାବିଦ୍ୟାଳୟ,ସଂଗୀତ ଓ ଲୋକ ସାହିତ୍ୟ ଲୋକାଭିମୁଖି କରିବା ପାଇଁ କାର୍ଯ୍ୟକ୍ରମ, ତାଙ୍କ ରାୟବାହାଦୁର ଉପାଧି ତଥା ତାଙ୍କ ସମ୍ମୁଜ୍ଜଳ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ। ଏହା ସହ ଛାତ୍ର ଛାତ୍ରୀ ଙ୍କୁ ପତ୍ରପତ୍ରିକା ସଂପର୍କରେ ପ୍ରଶ୍ନ ପଚାରିଥିଲେ। ପ୍ରାରମ୍ଭରେ ଶିକ୍ଷୟିତ୍ରୀ ମନୋଜା ପ୍ରିୟଦର୍ଶନୀ ଜେନା ମନ୍ତ୍ରୋଚାରଣ ସହ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ଅଧ୍ୟକ୍ଷ ଶ୍ରୀ ବେହେରା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରୀ ଦୀପ୍ତି ଅଭିଷିକ୍ତା ବାରିକ,ହେମାଙ୍ଗିନୀ ସାମଲ,ମୁସ୍କାନ ପରିଡା ଓ ଖୁସୀ ଶର୍ମା ଗୌରୀଶଙ୍କର ସଂପର୍କରେ ବକ୍ତବ୍ଯ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତି,ଶ୍ରାବଣୀ ପଟ୍ଟନାୟକ,ରଶ୍ମିତା ସାମଲ,ପ୍ରୀତିବୋନା ବରାଟ,ମୀରା ଶର୍ମା, ରଶ୍ମି ରେଖା,ମାନସୀ ରାୟ, ସୁରଭା ସିଂହ,ପୂର୍ଣ୍ଣମାସୀ ପଟେଲ,ରାକ୍ଷୀ ସାହୁ,ପ୍ରତୀକ୍ଷା ମିତ୍ର,ଶାସ୍ବତୀ ମହାନ୍ତି, ସୁଜାତା ସନ୍ତୋଷୀ,ପୁଷ୍ପା ଏକ୍କା ଓ ଅନିତା ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ରାଜଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଶ୍ରମିକ ଦିବସ ଉପଲକ୍ଷେ ସୁକାନ୍ତ ଖଣ୍ଡା ଙ୍କ କବିତା ମୁଁ ଅଧାରୁ ପାଠ ଛାଡି଼ଥିବା ଛାତ୍ର

ରଞ୍ଜନ କୁମାର ପଣ୍ଡା ଙ୍କ ଛାଡିଯିବ ଦିନେ ତୋର ଏ ଘଟ

Sunil Chandra Nayak

ବିଶ୍ବ ରେଡ଼କ୍ରସ୍ ଦିବସ ପାଳିତ

Leave a Comment

error: Content is protected !!