ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନର ଅଙ୍କ

  ଜୀବନର ଅଙ୍କ

ଉପେନ୍ଦ୍ର କୁମାର ବସ୍ତିଆ

    
ଜୀବନଟା ଏକ ଅଛିଣ୍ଡା ଅଙ୍କ 
   କେବେ ହରଣ ଗୁଣନ
କେବେ ଚାଲିଥାଏ ପଣିକିଆ ପରି 
    କେବେ ମିଶାଣ ଫେଡାଣ।
ଜୀବନର ବୋଝ ବୋହିବାକୁ ହୁଏ
    ହସ ଆଉ କାନ୍ଦ ସାଥେ 
କେତେ ଖାଲ ଢିପ ଗଡାଣି ଉଠାଣି
    ଜୀବନର ଚଲାପଥେ।
ଭରସାର ଭାରା ଦେଇ ଏ ଜୀବନ
    ମରଣ ସାଗର ମୁଂହା 
ଏ କୂଳେ ଆଶାର ସେ କୂଳେ ଫସଲ 
    ନିରାଶା କୁହୁଡି ଧୁଆଁ ।
ଜୀବନଟା ଲାଗେ ପାହାଡ ପରିକା 
    ଝଡ ଝଂଜା ସହୁଥାଏ 
ଜୀବନର ଏଇ ଅଙ୍କ ଗଣୁ ଗଣୁ 
    ହୃଦୟ ପଥର ହୁଏ ।
ଜୀବନ ମଧୁର ଯୋଛନା ରାତିରେ 
    ନିଛାଟିଆ ଏଇ ବନ
କେତେ ଅପାସୋରା ଚୁପି ଚୁପି କଥା 
    କହି ପାରେ ନାହିଁ ମନ ।

   ରାଉରକେଲା

Related posts

ରିତୟନି ଆଇଟିଆଇରେ ଛାତ୍ରଙ୍କୁ ମାଡ଼ ଓ ଶିକ୍ଷାଦାନ ଅନିୟମିତତା ନେଇ ମୟୁରଭଞ୍ଜ ବନ୍ଦ

Sunil Chandra Nayak

ଡୋକାରିଚଞ୍ଚରା ରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଦକ୍ଷିଣ ବନଖଣ୍ଡ ଅଧିକାରୀ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ପୂର୍ଣ୍ଣାଙ୍ଗ ଦାୟିତ୍ବ

Leave a Comment

error: Content is protected !!